ଅକ୍ଟୋବର ୧୯ରୁ ଖୋଲିବ ସ୍କୁଲ!
Advertisement

ଅକ୍ଟୋବର ୧୯ରୁ ଖୋଲିବ ସ୍କୁଲ!

ଛାତ୍ରଛାତ୍ରୀଙ୍କ ଲମ୍ବା ଛୁଟି ଶେଷ । ୭ ମାସ ବନ୍ଦ ରହିବା ପରେ ଅକ୍ଟୋବର ୧୯ରୁ ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି ।

ଅକ୍ଟୋବର ୧୯ରୁ ଖୋଲିବ ସ୍କୁଲ!

ଲକ୍ଷ୍ନୌ: ଆସନ୍ତା ସପ୍ତାହରୁ ଉତ୍ତର ପ୍ରଦେଶରେ ଖୋଲିପାରେ ସମସ୍ତ ସ୍କୁଲ । କରୋନା କଟକଣା ସହ ଅକ୍ଟୋବର ୧୯ରୁ ରାଜ୍ୟର ସ୍କୁଲ ଖୋଲିବାକୁ ସରକାର ଗ୍ରୀନ ସିଗନାଲ ଦେଇଛନ୍ତି । କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ଅନୁମତି ମିଳିଛି ।

କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ସ୍କୁଲ ଖୋଲାଯିବ । ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲା ସ୍କୁଲକୁ ଆସି ପାରିବେ । ହେଲେ ଅଷ୍ଟମରୁ କମ ପିଲା ପୂର୍ବ ପରି ଅନଲାଇନରେ ହିଁ ପାଠ ପଢିବେ । ଦିନକୁ ୨ଟି ସିଫ୍ଟରେ ପାଠ ପଢାହେବ । ପିଲା ସ୍କୁଲକୁ ଆସିବା ପାଇଁ ଅଭିଭାବକଙ୍କ ଲିଖିତ ଅନୁମତି ଦରକାର ବୋଲି ଯୁପି ସରକାର (UP Govt) କହିଛନ୍ତି ।

ସ୍କୁଲ ପରିସରରେ କୋରୋନା ନିୟମ କଡାକଡି ଭାବେ ପାଳନ କରାଯିବ । ସକାଳ ପ୍ରାର୍ଥନା ହେବ ନାହିଁ । ଦ୍ୱାର, ଶ୍ରେଣୀଗୃହ ଓ ଶୌଚାଳରେ ସାନିଟାଇଜର ରହିବ । ସ୍କୁଲକୁ ଆସୁଥିବା ସମସ୍ତଙ୍କ ପାଇଁ ମାସ୍କ, ସାମାଜିକ ଦୂରତା ବାଧ୍ୟତାମୂଳକ ।

ସେହପରି ପ୍ରିତି ସିଫ୍ଚରେ ଏକ ନିର୍ଦ୍ଧିଷ୍ଟ ସଂଖ୍ୟକ ପିଲା ହିଁ ସ୍କୁଲକୁ ଆସି ପାରିବେ । ଖାଲି ସମୟରେ କାହାରିକୁ ସ୍କୁଲରୁ ବାହାରକୁ ଯିବାକୁ ଦିଆଯିବ ନାହିଁ । ପିଲା ନିଜ ନିଜର ଖାଦ୍ୟ କିମ୍ବା ପାଣି ବୋତଲର ନେଣଦେଣ କରିବେ ନାହିଁ ବୋଲି ସରକାର କହିଛନ୍ତି । ହେଲେ କଣ୍ଟେନମେଣ୍ଟ ଜୋନ (Contonment Zone) ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କେଉଁ ପ୍ରକାର ରହିବ ତାହା ସ୍ପଷ୍ଟ କରିନାହାଁନ୍ତି ।

ସେପଟେ ମହାମାରୀ କୋରୋନାର ପ୍ରକୋପ ବର୍ତ୍ତମାନ ପର୍ଯ୍ୟନ୍ତ ନିୟନ୍ତ୍ରଣକୁ ଆସିନାହିଁ । ଯୁପିର ହଟସ୍ପଟ ଅଞ୍ଚଳରେ ଅକ୍ଟୋବର ୩୧ ଯାଏ ଲକଡାଉନ ଅବଧି ବଢାଇ ଦିଆଯାଇଛି । ଆଉ ଲୋକେ ମହାମାରୀକୁ ନେଇ ଅତ୍ୟନ୍ତ ଭୟଭୀତ ଅଛନ୍ତି । ଏପରି ସମୟରେ ଅବିଭାବକ ସେମାନଙ୍କ ପିଲାଙ୍କୁ ସ୍କୁଲ ଛାଡିବେ ନା ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି ।