ସୋମବାର ପଶ୍ଚିମ ଉତ୍ତର ପ୍ରଦେଶର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ରାମପୁର ଏବଂ ବରେଲିରେ ବହୁତ ପ୍ରବଳ ବର୍ଷା ହୋଇପାରେ। ମୁମ୍ବାଇରେ ଚଳିତ ମୌସୁମୀ ଋତୁ (Monsoon Season) ର ଦ୍ୱିତୀୟ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି।
Trending Photos
ନୂଆଦିଲ୍ଲୀ: ପ୍ରବଳ ବର୍ଷା ପରେ ଦିଲ୍ଲୀ ଏବଂ ମୁମ୍ବାଇର ସ୍ଥିତି ସଙ୍ଗୀନ ହୋଇପଡିଛି। ଏବେ ବି ଅନେକ ସ୍ଥାନରେ ବନ୍ୟା ପରିସ୍ଥିତ ଦେଖାଦେଇଛି। ଅତ୍ୟଧିକ ବର୍ଷା ହେତୁ ମୁମ୍ବାଇରେ ରେଳ ସେବା ପ୍ରଭାବିତ ହୋଇଛି। ଏଥି ସହ ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ଘଟିଛି। SDRF ଟିମ୍ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
SDRF ଇନ୍ସପେକ୍ଟର ଜଗଦମ୍ବା ପ୍ରସାଦ କହିଛନ୍ତି ଯେ, ଗତକାଲି ବିଳମ୍ବିତ ରାତିରେ ଉତ୍ତରାଖଣ୍ଡର ଉତ୍ତରକାଶି ଜିଲ୍ଲାର ମାଣ୍ଡୋ ଗ୍ରାମରେ ବାଦଲ ଫାଟି (Uttarkashi Cloud Burst) ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଚାରିଜଣ ନିଖୋଜ ଅଛନ୍ତି। ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି (Pushkar Singh Dhami) ନିର୍ଦ୍ଦେଶ ଦେଇଛନ୍ତି।
Also Read: ଆଜିଠୁ ସଂସଦରେ ମୌସୁମୀ ଅଧିବେଶନ; କୋରୋନା-କୃଷକଙ୍କୁ ନେଇ ହୋଇପାରେ ହଙ୍ଗାମା
ସୋମବାର ପଶ୍ଚିମ ଉତ୍ତର ପ୍ରଦେଶର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ରାମପୁର ଏବଂ ବରେଲିରେ ବହୁତ ପ୍ରବଳ ବର୍ଷା ହୋଇପାରେ। ମୁମ୍ବାଇରେ ଚଳିତ ମୌସୁମୀ ଋତୁ (Monsoon Season) ର ଦ୍ୱିତୀୟ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଜୁନ୍ ୧ରୁ ସହରରେ ୧୮୧୧ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହା ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ମୁମ୍ବାଇର ସାଧାରଣ ବୃଷ୍ଟିପାତର ୮୫%ରୁ ଅଧିକ। ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତ ୩ ଦିନ ମଧ୍ୟରେ ମୁମ୍ବାଇରେ ୬୬୧.୫ ମିଲିମିଟର ବର୍ଷା ହୋଇଛି, ଯାହାକି ସମଗ୍ର ମୌସୁମୀ ବର୍ଷାର ୩୦ ପ୍ରତିଶତ ହେବ।
Uttarakhand: 3 people died and four people were reported as missing after a cloudburst in Mando village in Uttarkashi district, says Inspector Jagdamba Prasad, Team Incharge, State Disaster Response Force (SDRF) pic.twitter.com/krNECEjtSe
— ANI (@ANI) July 19, 2021
ଆଜି ସକାଳେ ପ୍ରବଳ ବର୍ଷା ପରେ ଦିଲ୍ଲୀ-ଏନସିଆରବାସୀଙ୍କୁ ପ୍ରଚଣ୍ଡ ଗ୍ରୀଷ୍ମରୁ ଆରାମ ମିଳିଛି। ପ୍ରବଳ ବର୍ଷା ପରେ ଅନେକ ଅଞ୍ଚଳରେ ରାସ୍ତା ଜଳବନ୍ଦୀ ହୋଇ ରହିଛି ଏବଂ ଟ୍ରାଫିକ ଜାମ୍ ହୋଇଛି। ଏହି କାରଣରୁ ସକାଳେ କାମ କରିବାକୁ ଯାଉଥିବା ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦିଲ୍ଲୀରେ ଆକାଶ ମେଘାଚ୍ଛନ୍ନ ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
Also Read: ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ଆଖି ବୁଜିଲେ ୪୯୯ ସଂକ୍ରମିତ
ଉତ୍ତର ଭାରତ ସମେତ ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ପୂର୍ବ ରାଜସ୍ଥାନର କିଛି ସ୍ଥାନରେ ଜୁଲାଇ ୨୩ ପର୍ଯ୍ୟନ୍ତ ବଜ୍ରପାତ ଏବଂ ପ୍ରବଳ ବର୍ଷା ହେବାର ଭାରତ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଇଏମଡି କହିଛି ଯେ, ପଶ୍ଚିମ ହିମାଳୟ ଅଞ୍ଚଳ, ଉତ୍ତର-ପଶ୍ଚିମ ଭାରତ ଏବଂ ଉତ୍ତର ପ୍ରଦେଶର ଉତ୍ତର ଭାଗରେ ୧୮ରୁ ୨୧ ଜୁଲାଇ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ତେଣୁ ସେହି ସବୁ ରାଜ୍ୟ ଗୁଡିକୁ ସତର୍କ ସୂଚନା ଜାରି କରାଯାଇଛି।