ମୋରିସିୟସ ସମେତ ଏସବୁ ଦେଶ ପାଖରେ ନାହିଁ କୌଣସି ସେନା, ଜାଣନ୍ତୁ କିପରି କରନ୍ତି ସେମାନଙ୍କ ସୀମାର ସୁରକ୍ଷା
X

ମୋରିସିୟସ ସମେତ ଏସବୁ ଦେଶ ପାଖରେ ନାହିଁ କୌଣସି ସେନା, ଜାଣନ୍ତୁ କିପରି କରନ୍ତି ସେମାନଙ୍କ ସୀମାର ସୁରକ୍ଷା

କିନ୍ତୁ କିଛି ଏପରି ଦେଶ ରହିଛି ଯେଉମାନଙ୍କ ପାଖରେ କୌଣସି ନିଜସ୍ୱ ସେନା ନାହିଁ । ଅନ୍ୟଦେଶର ସେନା ଏହି ଦେଶଗୁଡିକର ସୁରକ୍ଷା ଦାୟିତ୍ୱ ନିର୍ବାହ କରନ୍ତି ।

ମୋରିସିୟସ ସମେତ ଏସବୁ ଦେଶ ପାଖରେ ନାହିଁ କୌଣସି ସେନା, ଜାଣନ୍ତୁ କିପରି କରନ୍ତି ସେମାନଙ୍କ ସୀମାର ସୁରକ୍ଷା

ନୂଆଦିଲ୍ଲୀ: ସାରା ଦୁଆରରେ ବିଭିନ୍ନ ଦେଶ ପାଖରେ ରହିଛି ନିଜସ୍ୱ ସେନା (Army) । ସେନା ଦେଶର ସୀମା ସୁରକ୍ଷା ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ । ଗୋଟିଏ ପଟେ ପୋଲିସ (Police) ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ନିୟୋଜିତ ହୋଇଥାଏ । ଅନ୍ୟପକ୍ଷେ ସେନା ଦେଶକୁ ବାହ୍ୟ ଶତ୍ରୁ କବଳରୁ ରକ୍ଷା କରିଥାଏ । ତେଣୁ ସେନା ଦେଶର ସୀମା ସୁରକ୍ଷା ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ ।

କିନ୍ତୁ କିଛି ଏପରି ଦେଶ ରହିଛି ଯେଉମାନଙ୍କ ପାଖରେ କୌଣସି ନିଜସ୍ୱ ସେନା ନାହିଁ । ଅନ୍ୟଦେଶର ସେନା ଏହି ଦେଶଗୁଡିକର ସୁରକ୍ଷା ଦାୟିତ୍ୱ ନିର୍ବାହ କରନ୍ତି ।

ନିମ୍ନ ଲିଖିତ ଦେଶଗୁଡିକ ପାଖରେ ନାହିଁ କୌଣସି ସେନା:

ଭାଟିକାନ ସିଟି (Vatican City): ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ଦେଶ ହେଉଛି ଭାଟିକାନ ସିଟି । ଏଠାରେ ପ୍ରଥମେ ନୋବେଲ ଗାର୍ଡଙ୍କ ଉପସ୍ଥିତି ଥିଲା, କିନ୍ତୁ ୧୯୭୦ରେ ଏହି ସଂସ୍ଥାକୁ ଭାଙ୍ଗି ଦିଆଯାଇଥିଲା । ଏହି ଦେଶର ସୁରକ୍ଷା ଇଟୀଲୀର ସେନା କରନ୍ତି ।

ମୋନାକୋ (monaco): ଏହି ଦେଶ ପାଖରେ ସପ୍ତଦଶ ଶତାବ୍ଦୀରୁ କୌଣସି ସେନା ନାହିଁ । ଏଠାରେ ଛୋଟ ଛୋଟ ଦୁଇ ଗୋଷ୍ଠୀର ସେନା ଦଳ ରହିଛି । ଗୋଟିଏ ଗୋଷ୍ଠୀ ରାଜକୁମାରଙ୍କ ସୁରକ୍ଷା ଦାୟିତ୍ବରେ ସଦାବେଳେ ରହେ ଓ ଅନ୍ୟଟି ପ୍ରଜାଙ୍କ ସୁରକ୍ଷା ପାଇଁ ରହିଛି । ଫ୍ରାନ୍ସର ସେନା ଏହି ଦେଶର ସୀମାର ସୁରକ୍ଷା କରନ୍ତି ।

ମୋରିସିୟସ (Mauritius): ଏକ ବହୁ ସଂସ୍କୃତିର ଦେଶ ହେଉଛି ମୋରିସିୟସ। ଏଠାରେ ମଧ୍ୟ ୧୯୬୮ରୁ କୌଣସି ସେନା ନାହିଁ । ଏହି ଦେଶରେ କେବଳ ୧୦,୦୦୦ ପୋଲିସ କର୍ମା ସୁରକ୍ଷା ଦାୟିତ୍ବରେ ଅଛନ୍ତି । ଏହି ପୋଲିସ କର୍ମୀ ଆଭ୍ୟନ୍ତରୀଣ ସହ ବାହ୍ୟ ସୁରକ୍ଷାର ଦାୟିତ୍ୱ ନିର୍ବାହ କରନ୍ତି ।

ଆଇସଲ୍ୟାଣ୍ଡ (Iceland):  ୟୁରୋପିୟ ମହାଦେଶର ସବୁଠାରୁ ବଡ ଦ୍ବୀପ ହେଉଛି ଆଇସଲ୍ୟାଣ୍ଡ । ଏହି ଦେଶ ପାଖରେ ୧୮୬୯ରୁ କୌଣସି ସେନା ନାହିଁ । ଏହି ଦେଶ ନାଟୋର ସଦସ୍ୟ ଓ ଆମେରିକା ଏହାର ସୁରକ୍ଷା ଦାୟିତ୍ବ ନିର୍ବାହ କରେ ।

କୋଷ୍ଟା ରିକା (Costa Rica): ମଧ୍ୟ ଆମେରିକାର ଦେଶ କୋଷ୍ଟା ରିକା ପାଖରେ ୧୯୪୮ରୁ କୌଣସି ସେନା ନାହିଁ । ୧୯୪୮ରେ ଦେଶରେ ଭୟଙ୍କର ଗୃହଯୁଦ୍ଧ ହୋଇଥିଲା । ଯାହା ପରେ ଏହି ଦେଶ ନିଜ ସେନାକୁ ସମାପ୍ତ କରି ଦେଇଥିଲା । ଏଠାରେ ଆନ୍ତରିକ ମାମଲାର ସମାଧାନ ପାଇଁ କେବଳ ପୋଲିସ ରହିଛି ।

ଏହା ବି ପଢ଼ନ୍ତୁ:-ପାକିସ୍ତାନ ସରକାର ଉପରେ ଭାରି ସେନା: ଆର୍ମି ମୁଖ୍ୟ ବାଜୱାଙ୍କ ଆଗରେ ଅସହାୟ ପିଏମ ଇମ୍ରାନ

ଏହା ବି ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍! ୧୫ ଟଙ୍କା ଯାଏ ଶସ୍ତା ହେବ ଖାଇବା ତେଲ

ଏହା ବି ପଢ଼ନ୍ତୁ:-ଦେଶରେ ପୁଣି ବଢ଼ିଲା କୋରୋନା ମାମଲା, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ

ଏହା ବି ପଢ଼ନ୍ତୁ:-'ଚରସ ସେବନ କରିବା କଥା ସ୍ୱୀକାର କରିଛନ୍ତି ଆର୍ୟନ, ଅରବାଜ୍ ମର୍ଚାଣ୍ଟଙ୍କ ପାଖରୁ ମିଳିଛି ୬ ଗ୍ରାମ ମାଦକ ଦ୍ରବ୍ୟ'

Trending news