କ୍ଷମା ମାଗିଲେ କିମ୍ ଜୋଙ୍ଗ ଉନ୍
Advertisement

କ୍ଷମା ମାଗିଲେ କିମ୍ ଜୋଙ୍ଗ ଉନ୍

ଦକ୍ଷିଣ କୋରିଆ କହିଛି ଯେ, ୪୭ ବର୍ଷୀୟ ଜଣେ ବ୍ୟକ୍ତି କଥିତ ଭାବେ ଉତ୍ତର କୋରିଆରୁ ପଳାୟନ କରିବାକୁ ପ୍ରୟାସ କରୁଥିଲେ । ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।

କ୍ଷମା ମାଗିଲେ କିମ୍ ଜୋଙ୍ଗ ଉନ୍

ନୂଆଦିଲ୍ଲୀ: କ୍ଷମା ମାଗିଲେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ (Kim Jong Un) । ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଦକ୍ଷିଣ କୋରିଆର ଜଣେ ଅଧିକାରୀଙ୍କ ହତ୍ୟା ପାଇଁ କିମ ଜୋଙ୍ଗ ଉନ କ୍ଷମା ମାଗିଛନ୍ତି । ଏହା କୁହାଯାଇଛି ଯେ, କିମ ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ୍ ଜେ-ଇନଙ୍କୁ କହିଛନ୍ତି ଯେ ଏପରି ଘଟଣା ଘଟିବାର ନଥିଲା ।

ଦକ୍ଷିଣ କୋରିଆ କହିଛି ଯେ, ୪୭ ବର୍ଷୀୟ ଜଣେ ବ୍ୟକ୍ତି କଥିତ ଭାବେ ଉତ୍ତର କୋରିଆରୁ ପଳାୟନ କରିବାକୁ ପ୍ରୟାସ କରୁଥିଲେ । ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଆଉ ମୃତଦେହକୁ ଜାଳି ଦିଆଯାଇଥିଲା । ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ସୀମାରେ ଭାରି ସୁରକ୍ଷା ରହିଥାଏ ।

ମନେ କରାଯାଉଛି ଯେ କୋରୋନା ଭୂତାଣୁ କାରଣରୁ ବାହାର ଦେଶରୁ ଆସିବାକୁ ଥିବା ଲୋକଙ୍କୁ  ରୋକିବା ପାଇଁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଦକ୍ଷିଣ କୋରିଆର ରାଷ୍ଟ୍ରପତି କାର୍ଯ୍ୟାଳୟ ବ୍ଲୁ ହାଉସ ଅନୁସାରେ, କିମ ଜୋଙ୍ଗ ଉନ ରାଷ୍ଟ୍ରପତି ମୁନଙ୍କୁ ଚିଠି ଲେଖି କ୍ଷମା ମାଗିଛନ୍ତି । ରାଷ୍ଟ୍ରପତି ମୁନ୍ ଓ ଦକ୍ଷିଣ କୋରିଆବାସୀଙ୍କୁ ନିରାଶ କରିଥିବାରୁ ସେ ଅତ୍ୟନ୍ତ ଦୁଃଖିତ ବୋଲି କିମ୍ କହିଛନ୍ତି ।

ଅଧିକ ପଢ଼ନ୍ତୁ:-ଏହି କେନ୍ଦ୍ରଶାସିତ ଅଞ୍ଚଳରେ ସମସ୍ତ ଦଳର ନିର୍ବାଚନ ବହିଷ୍କାର ବିଜେପି ପାଇଁ ନୂଆ ସଙ୍କଟ

ଉତ୍ତର କୋରିଆ ଏହି ଘଟଣାରେ କରାଯାଇଥିବା ଅନୁସନ୍ଧାନର ରିପୋର୍ଟକୁ ଦକ୍ଷିଣ କୋରିଆକୁ ହସ୍ତାନ୍ତର କରିଛି । ଏଥିରେ ଦର୍ଶାଯାଇଛି ଯେ ଯେତେବେଳେ ସେ ଦକ୍ଷିଣ କୋରିଆରୁ ଉତ୍ତର କୋରିଆକୁ ଆସିଥିଲେ ଏବଂ ତାଙ୍କ ପରିଚୟ ପ୍ରକାଶ କରିବାକୁ ମନା କରିବା ପରେ ଖସିଯିବାକୁ ଚେଷ୍ଟା କରିଥିଲେ ସେତେବେଳେ ଏହି ବ୍ୟକ୍ତିଙ୍କ ଉପରେ ୧୦ରୁ ଅଧିକ ଗୁଳି ଚଳାଯାଇଥିଲା । ଉତ୍ତର କୋରିଆ ସ୍ପଷ୍ଟ କରିଛି ଯେ, ସେ ଉକ୍ତ ବ୍ୟକ୍ତିଙ୍କ ଶବକୁ ଜାଳି ନାହାଁନ୍ତି କିନ୍ତୁ ସେ ଯେଉଁ ସାମଗ୍ରୀ ଉପରେ ପହଁରି ଆସିଥିଲେ । ତାହାକୁ ପୋଡି ଦେଇଛି ।