ବେଆଇନ ଧର୍ମାନ୍ତରଣ ରୋକିବାକୁ କେନ୍ଦ୍ରୀୟ ଆଇନ ଦାବି କଲା VHP
Advertisement

ବେଆଇନ ଧର୍ମାନ୍ତରଣ ରୋକିବାକୁ କେନ୍ଦ୍ରୀୟ ଆଇନ ଦାବି କଲା VHP

ଧର୍ମାନ୍ତର ବିରୋଧରେ କେନ୍ଦ୍ରୀୟ ଆଇନ ଆଣିବାକୁ ବିଶ୍ୱ ହିନ୍ଦୁ ପରିଷଦ ଦାବି କରିଛି। VHPର ସହ ସାଧାରଣ ସମ୍ପାଦକ ପ୍ରଫେସର ସୁରେନ୍ଦ୍ର ଜୈନ ଏକ ଭିଡିଓ ବାର୍ତ୍ତା ଜାରି କରି ରାଷ୍ଟ୍ରକୁ ସଙ୍କଳ୍ପବୋଧ ହୋଇ ଏହି ଷଡଯନ୍ତ୍ରକୁ ରୋକିବାକୁ ପଡିବ ବୋଲି କହିଛନ୍ତି।

ଫାଇଲ ଫଟୋ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରୁ ଧର୍ମାନ୍ତରଣ ଅଭିଯୋଗରେ ୨ ଜଣ ଗିରଫ ହେଲା ପରେ ଏକ ବଡ ଷଡଯନ୍ତ୍ରର ପର୍ଦ୍ଦାପାଶ ହୋଇଛି। ଧର୍ମାନ୍ତରଣ ପଛରେ ବିଦେଶୀ ଶକ୍ତିର ହାତ ଥିବା ଉତ୍ତର ପ୍ରଦେଶ ପୋଲିସ କହିଛି। ସେପଟେ ଏହି ଧର୍ମାନ୍ତର ବିରୋଧରେ କେନ୍ଦ୍ରୀୟ ଆଇନ ଆଣିବାକୁ ବିଶ୍ୱ ହିନ୍ଦୁ ପରିଷଦ ଦାବି କରିଛି। VHPର ସହ ସାଧାରଣ ସମ୍ପାଦକ ପ୍ରଫେସର ସୁରେନ୍ଦ୍ର ଜୈନ ଏକ ଭିଡିଓ ବାର୍ତ୍ତା ଜାରି କରି ରାଷ୍ଟ୍ରକୁ ସଙ୍କଳ୍ପବୋଧ ହୋଇ ଏହି ଷଡଯନ୍ତ୍ରକୁ ରୋକିବାକୁ ପଡିବ ବୋଲି କହିଛନ୍ତି।

ପ୍ରଫେସର ସୁରେନ୍ଦ୍ର ଜୈନ କହିଛନ୍ତି, 'ଦିଲ୍ଲୀର ଜାମିଆ ନଗରରୁ ଦୁଇ ଜଣ ଧର୍ମାନ୍ତରଣ ଷଡଯନ୍ତ୍ରକାରୀଙ୍କ ଗିରଫ ପରେ ଏହା ସ୍ପଷ୍ଚ ହୋଇଗଲା ଯେ, ଏମାନଙ୍କ ଷଡଯନ୍ତ୍ର କେତେ ଗଭୀର, ବ୍ୟାପକ, ଘୃଣ୍ୟ ଓ ରାଷ୍ଟ୍ରବ୍ୟାପୀ। ପୂର୍ବରୁ ଏମାନେ କେବଳ ନିରୀହ ଲୋକଙ୍କୁ ଟାର୍ଗେଟ କରୁଥିଲେ। କିନ୍ତୁ ଏବେ ସମସ୍ତ ସୀମା ପାର କରି ମୂକ ବଧିର ପିଲାଙ୍କୁ ନିଜର ଶିକାର କରୁଛନ୍ତି। ସେମାନଙ୍କ ମଧ୍ୟରୁ କିଛି ପିଲା ଗାୟବ ମଧ୍ୟ ହୋଇଯାଇଛନ୍ତି। ଏଥିରୁ ହୃଦୟଙ୍ଗମ ହେଉଛି ଏବଂ ଏମାନଙ୍କ ଇତିହାସ ମଧ୍ୟ କହୁଛି କି, ପିଲାଙ୍କୁ ସେମାନେ ଆତଙ୍କବାଦୀ ଗତିବିଧିରେ ସମ୍ପୃକ୍ତ କରିପାରନ୍ତି।'

Also Read: ଏକ ହଜାର ଲୋକଙ୍କ ଧର୍ମାନ୍ତରଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ, ଫଣ୍ଡିଂ କରୁଥିଲା ପାକିସ୍ତାନ

ସେ ପୁଣି କହିଛନ୍ତି ଯେ, ଜଣେ ମୁସଲମାନ ନେତା ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରି ସେମାନଙ୍କୁ ଆଇନଗତ ସହାୟତା ଦେବାକୁ କହିଛନ୍ତି। ଅଭିଯୁକ୍ତଙ୍କ ମାମଲା ଲଢିବା ପାଇଁ ବଡ ବଡ ଓକିଲଙ୍କୁ ମୋଟା ଅଙ୍କର ଫି ଦିଆଯାଇପାରେ। ପୂର୍ବରୁ ମଧ୍ୟ ଏପରି ହୋଇଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି କି, ଏମାନଙ୍କୁ ବିଦେଶରୁ ଫଣ୍ଡିଂ ଆସୁଛି ଏବଂ ମୁସଲମାନ ସମାଜର ଏକ ବଡ ବର୍ଗ ଏହାକୁ ସମର୍ଥନ କରୁଛି। ଏମାନଙ୍କ ଅନେକ ରୂପ ସାମନାକୁ ଆସିଛି। ସେଥିପାଇଁ ନ୍ୟାୟପାଳିକା କହିଛନ୍ତି ଯେ, ଲଭ୍ ଜିହାଦ୍ ହେଉଛି ଧର୍ମାନ୍ତରଣର ସବୁଠୁ ଘୃଣ୍ୟ ସ୍ୱରୂପ। 

ପ୍ରଫେସର ଜୈନଙ୍କ କହିବା ହେଲା, 'ଉତ୍ତର ପ୍ରଦେଶରେ ଆଇନ ଥିଲା ବୋଲି ଏମାନେ ଧରାପଡିଲେ। କିନ୍ତୁ ଯେଉଁ ରାଜ୍ୟରେ ଧର୍ମାନ୍ତରଣ ବିରୋଧି ଆଇନ ନାହିଁ, ତାହା ଏମାନଙ୍କ ପାଇଁ ଖୁଲା ମଇଦାନ ପାଲଟିଛି। ତେଣୁ ଏବେ ସମୟ ଆସିଛି ଧର୍ମାନ୍ତରଣ ଉପରେ ରାଷ୍ଟ୍ରବ୍ୟାପୀ ଆଲୋଚନା ଏବଂ ଯାଞ୍ଚ ସହ ଏକ କମିଶନ ତିଆରି ହେବା ଆବଶ୍ୟକ। ଏହି କୋରୋନା କାଳରେ ସମସ୍ତେ ପୀଡିତଙ୍କ ସହାୟତାରେ ଲାଗିଛନ୍ତି। କିନ୍ତୁ ଜିହାଦୀ ଏବଂ ମିଶନାରୀ ଧର୍ମାନ୍ତରଣରେ ଲାଗିଛନ୍ତି। ଏମାନଙ୍କ ଏହି ମାନସିକତା ପାଇଁ ଭେଣୁଗୋପାଳ କମିଶନ ଓ ଅନ୍ୟ କମିଶନମାନେ ପ୍ରତିବନ୍ଧ ଲଗାଇବାକୁ ପ୍ରସ୍ତାବ ଦେଇଥିଲେ।'

Also Read: 'ଭୋଟ୍ ବ୍ୟାଙ୍କ ପାଇଁ ଟିପୁ ସୁଲତାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରୁଛି ଆନ୍ଧ୍ର ସରକାର'

ସମ୍ବିଧାନ ସଭାର କେତେକ ସଦସ୍ୟ ମଧ୍ୟ ଧର୍ମାନ୍ତରଣ ବିରୋଧରେ କେନ୍ଦ୍ରୀୟ ଆଇନ ତିଆରି କରିବାକୁ ଯୁକ୍ତି ବାଢିଥିଲେ। ଏବେ ଆମର ସ୍ପଷ୍ଟ ମତ କି, ଏବେ ସମୟ ଆସିଯାଇଛି ଧର୍ମାନ୍ତରଣ ଉପରେ ଚର୍ଚ୍ଚା କରି କେନ୍ଦ୍ରୀୟ ଆଇନ ତିଆରି କରିବା ସମ୍ଭାବନା ଉପରେ ବିଚାର କରାଯାଉ। ଧର୍ମାନ୍ତରଣ ପାଇଁ ଭାରତ ବିଖଣ୍ଡିତ ହେଲା, ଏହାରି ପାଇଁ ଜିହାଦୀ ଆତଙ୍କବାଦୀ ଅଛନ୍ତି, କାଶ୍ମୀର ଘାଟି ହିନ୍ଦୁ ଶୂନ୍ୟ ହେଇଗଲା। ଏବେ ଭାରତକୁ ଏହି ବିପର୍ଯ୍ୟୟରୁ ମୁକ୍ତ କରାଯିବାର ସମୟ ଆସିଛି। ତେଣୁ ସମ୍ପୂର୍ଣ୍ଣ ରାଷ୍ଟ୍ରକୁ ସଙ୍କଳ୍ପବୋଧ ହୋଇ ଏହି ଷଡଯନ୍ତ୍ରକୁ ରୋକିବାକୁ ପଡିବ ବୋଲି VHPର ସହ ସାଧାରଣ ସମ୍ପାଦକ  କହିଛନ୍ତି।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ଏକ ବଡ ଧର୍ମାନ୍ତରଣ ଷଡଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି। ଏହି ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା  ଭିପୁଲ ବିଜୟବର୍ଗୀୟ ଏବଂ କାଶୀଫ ନାମକ ଦୁଇ ଅଭିଯୁକ୍ତଙ୍କୁ ୟୁପି ଏଟିଏସ୍, ଦିଲ୍ଲୀର ଜାମିଆ ନାଗରରୁ ଗିରଫ କରିଛି। ଧର୍ମାନ୍ତରଣ ଷଡଯନ୍ତ୍ର ପଛରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ଫଣ୍ଡିଂ କରିଥିବା ୟୁପି ଏଟିଏସକୁ ପ୍ରମାଣ ମଧ୍ୟ ମିଳିଛି। ଏମାନେ ମହିଳା ଓ ଦିବ୍ୟାଙ୍ଗ ପିଲାଙ୍କୁ ମଧ୍ୟ ନେଇ ସେମାନଙ୍କ ଧର୍ମ ପରିବର୍ତ୍ତନ କରୁଥିବା ୟୁପି ପୋଲିସ କହିଛି।