• ଦେଶରେ ୨୪ ଘଣ୍ଟାରେ ୬୨,୪୮୦ ପଜିଟିଭ୍ ଚିହ୍ନଟ
  • ୧୫୮୭ ଆକ୍ରାନ୍ତଙ୍କ ଜୀବନ ନେଲା କୋରୋନା
  • କଟକରୁ ନକଲି କରୋନା ଔଷଧ ଜବତ ପ୍ରସଙ୍ଗ
  • ଅଧିକ ତଦନ୍ତ ପାଇଁ ମୁମ୍ବାଇ ଗଲା ଏସଟିଏଫର କ୍ରାଇମବ୍ରାଞ୍ଚ ଟିମ
  • ମୁମ୍ବାଇରେ କ୍ରାଇମବ୍ରାଞ୍ଚ STF ଟିମ୍‌ର ଖୋଳତାଡ଼
  • ମୁମ୍ବାଇରେ ଗିରଫ ସୁଦୀପ ମୁଖାର୍ଜୀଙ୍କୁ ଜେରା କରିବ ଟିମ୍
  • ଏବେ ବି ଗୁରୁତର ରହିଛି କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥା
  • ଅନଲାଇନ୍ ମୋଡ଼ରେ ହେବ ୟୁଜି/ପିଜିର ଫାଇନାଲ ପରୀକ୍ଷା
  • ତାରିଖ ନେଇ ବିଶ୍ୱବିଦ୍ୟାଳୟ ଓ ଅଟୋନମସ ୟୁନିଭର୍ସିଟି ନେବେ ନିଷ୍ପତ୍ତି
  • ଟୋକିଓ ଅଲମ୍ପିକ୍ସ ପାଇଁ ଘୋଷଣା ହେଲା ଭାରତୀୟ ପୁରୁଷ ହକି ଦଳ

'ଚାକିରି ନ ଖୋଜି ନିଯୁକ୍ତିଦାତା ହୁଅ'

ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବର ସୂବର୍ଣ୍ଣ ଜୟନ୍ତୀ ଅବସରରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଏହି ଆହ୍ବାନ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ। ଓଡ଼ିଆରେ ଦୀକ୍ଷାନ୍ତ ଭାଷଣ ଆରମ୍ଭ କରିବା ସହ କଳିଙ୍ଗର ଗୌରବମୟ ଇତିହାସକୁ ମନେପକାଇ ଥିଲେ ଉପରାଷ୍ଟ୍ରପତି।

'ଚାକିରି ନ ଖୋଜି ନିଯୁକ୍ତିଦାତା ହୁଅ'
'ଚାକିରି ନ ଖୋଜି ନିଯୁକ୍ତିଦାତା ହୁଅ'

ଭୁବନେଶ୍ବର: ପରିବର୍ତ୍ତନର ଆହ୍ବାନ ଦେଲେ ଉପରାଷ୍ଟ୍ରପତି। ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବର ସୂବର୍ଣ୍ଣ ଜୟନ୍ତୀ ଅବସରରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଏହି ଆହ୍ବାନ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ। ଓଡ଼ିଆରେ ଦୀକ୍ଷାନ୍ତ ଭାଷଣ ଆରମ୍ଭ କରିବା ସହ କଳିଙ୍ଗର ଗୌରବମୟ ଇତିହାସକୁ ମନେପକାଇ ଥିଲେ ଉପରାଷ୍ଟ୍ରପତି। ଏହାସହ କାର୍ଯ୍ୟକ୍ରମ ପ୍ରାରମ୍ଭରୁ ଦେଶର ୫ ଶ୍ରେଷ୍ଠ ଓଡିଆଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରିଥିଲେ। କୋଭଡ କଟକଣା ହେତୁ ସମାବର୍ତ୍ତନ ଉତ୍ସବ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ସହ କୋଭିଡ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିଲା।

ରାଜ୍ୟର ପୂରାତନ ମଣଷ ଗଢା କାରଖାନା ଉତ୍କଳ ବିଶ୍ବବିଦ୍ୟାଳୟ (Utkal University) ର ୫୦ତମ ସମାବର୍ତ୍ତନ ଉତ୍ସବ ସମାପନ ହୋଇଛି। ଏହି ସୂବର୍ଣ୍ଣ ଜୟନ୍ତୀ ସମାରୋହରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ (Vice Prez Venkaiah Naidu)ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ। ଓଡ଼ିଆରେ ଦୀକ୍ଷାନ୍ତ ଭାଷଣ ଆରମ୍ଭ କରିବା ସହ କଳିଙ୍ଗର ଗୌରବମୟ ଇତିହାସକୁ ସେ ମନେପକାଇ ଥିଲେ। ସାମାଜିକ, ଅର୍ଥନୈତିକ ପରିବର୍ତ୍ତନରେ ବିଶ୍ବବିଦ୍ୟାଳୟର ଭୂମିକା ରହିଛି ଏବଂ ଚାକିରି ନ ଖୋଜି ନିଯୁକ୍ତିଦାତା ହେବାକୁ ଛାତ୍ରଛାତ୍ରୀଙ୍କୁ ସେ ଆହ୍ବାନ ଦେଇଥିଲେ। ଏହାସହ ବିପର୍ଯ୍ୟୟ ପରିଚାଳନାକୁ ପାଠ୍ୟକ୍ରମରେ ସାମିଲ କରି ଉତ୍କଳ ବିଶ୍ବବିଦ୍ୟାଳୟରେ ଏହାକୁ ଆରମ୍ଭ କରିବାକୁ ଉପରାଷ୍ଟ୍ରପତି ନାଇଡୁ ପରାମର୍ଶ ଦେଇଥିଲେ।

Also Read: ବିଶ୍ବବିଦ୍ୟାଳୟ ବିକାଶ ପାଣ୍ଠିରେ ଭୋଗ ବିଳାସ !

ଏହି ଅବସରରେ ୫ ଶ୍ରେଷ୍ଠ ବ୍ୟକ୍ତତ୍ବ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ (Shaktikanta Das) , ସିଏଜି ଗିରୀଶଚନ୍ଦ୍ର ମୁର୍ମ, ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା, ଭାଭା ଆଟୋମିକ୍ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଡ.ବିଜୟ କୁମାର ସାହୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି। ନିଜ ଜନ୍ମ ମାଟି ତଥା ଶିକ୍ଷାଦାନ କରିଥିବା ବିଶ୍ବବିଦ୍ୟାଳୟର ସୂବର୍ଣ୍ଣ ଜୟନ୍ତୀ ସମାବର୍ତ୍ତନ ଉତ୍ସବରେ ସମ୍ମାନୀତ ହୋଇ ସେମାନେ ବେଶ ଗର୍ବିତ ଅନୁଭବ କରିଛନ୍ତି।

ସମାବର୍ତ୍ତନ ଉତ୍ସବ (Covocation Ceremoney) ଆରମ୍ଭ ପୂର୍ବରୁ କୋଭିଡ ନେଗେଟିଭ୍ ରିପୋର୍ଟ (Covid negetive) ପରେ ହିଁ ଭିତରକୁ ଛଡାଯାଇଥିଲା। ତେବେ ଶାନ୍ତିଶୃଙ୍ଖଳା ସହ କୋଭିଡ କଟକଣା ଏବଂ ସୁରକ୍ଷା ବଳୟ ଭିତରେ ଉତ୍ସବ ଶେଷ ହୋଇଥିବା ବେଳେ ଉପ ରାଷ୍ଟ୍ରପତିଙ୍କ ଯୋଗଦାନକୁ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଖୁସି ପ୍ରକଟ କରିଛନ୍ତି। ଏହାସହ ଉପ ରାଷ୍ଟ୍ରପତିଙ୍କୁ ଆହ୍ବାନକୁ ନେଇ ଗର୍ବିତ ମନେ କରିଥିବା କହିଛନ୍ତି।

Also Read: ରାଜ୍ୟର ଶିକ୍ଷାନୁଷ୍ଠାନରେ କୋରୋନା ବିସ୍ଫୋରଣ, ମନ୍ତ୍ରୀ କହିଲେ...

ତେବେ ପୂର୍ବରୁ ସମାବର୍ତ୍ତନ ସ୍ଥଳକୁ ୫୦୦ ଅତିଥି ଅନୁମତି ଥିବା ବେଳେ କୋଭିଡ କଟକଣା ହେତୁ ଶେଷ ମୂହୁର୍ତ୍ତରେ ୨୦୦କୁ କମାଇଦିଆଯାଇଥିଲା। ଏହାସହ କୋଭିଡ ନେଗେଟିଭ୍ ରିପୋର୍ଟ ଥାଇ ମଧ୍ୟ ଉତ୍ସବ ସ୍ଥଳକୁ ବାରଣ ହେତୁ ପ୍ରବେଶ ସମୟରେ ସାମୟିକ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଥିଲା। ଅନଲାଇନରେ ଦେଖିବା ବ୍ୟବସ୍ଥାକୁ ମଧ୍ୟ ବାଦ୍ ଦିଆଯାଇଥିବାରୁ କିଛି ଛାତ୍ରଛାତ୍ରୀ ନିରାଶ ହୋଇଥିବା କହିଛନ୍ତି।