)
Vicky-Katrina Wedding First Photo: ଦୀର୍ଘ ସମୟ ଧରି କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହକୁ ନେଇ ଖବର ନ୍ୟୁଜ ହେଡଲାଇନରେ ରହିଥିଲା । ଏହି ଦମ୍ପତି ନିଜ ବିବାହର ଗୋପନୀୟତା ବଜାୟ ରଖିବା ପାଇଁ କୌଣସି ବାଟ ଛାଡି ନଥିଲେ, କିନ୍ତୁ ଆଜି ସେମାନେ ଏହି ବୈବାହିକ ବନ୍ଧନରେ ବାନ୍ଧି ହୋଇଛନ୍ତି ଏବଂ ଏହି ଦମ୍ପତିଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ (Vicky-Katrina Wedding First Photo) ଭାଇରଲ ହେଉଛି । ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଜୋରସୋରରେ ସେୟାର କରାଯାଉଛି । ଯେଉଁଥିରେ ଭିକି ଏବଂ କ୍ୟାଟ୍ରିନା ବୈବାହିକ ବେଶଭୂଷାରେ ନଜର ଆସିଛନ୍ତି ।
ଭିକି ଏବଂ କ୍ୟାଟ୍ରିନାଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଦୁହେଁ ବହୁତ ଖୁସି ଦେଖାଯାଉଛନ୍ତି । ସାୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟ ବାରୱାରାରେ ଭିକି ଏବଂ କ୍ୟାଟ୍ରିନା ସାତ ଫେରା ନେଇଥିଲେ । ଏହି ବିବାହରେ ଭିକି ଏବଂ କ୍ୟାଟ୍ରିନାଙ୍କ ପରିବାର ଓ କିଛି ବିଶେଷ ବନ୍ଧୁବର୍ଗ ଯୋଗ ଦେଇଛନ୍ତି ।
< ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍ ବର ଓ କନିଆଁ ବେଶରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ବିବାହ ଉଶ୍ଚବରେ ଭିକି ଏକ ଧଳା ଶେରୱାନି ପିନ୍ଧିଛନ୍ତି । ଅନ୍ୟ ପଟେ, କ୍ୟାଟ୍ରିନା କୈଫ୍ ଲାଲ ରଙ୍ଗର ଲେହେଙ୍ଗାରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଦୁହେଁ ହସୁଥିବା ଦେଖି ପ୍ରଶଂସକମାନେ ବହୁତ ଖୁସି ହୁଅନ୍ତି । ସମସ୍ତେ ଏହି ଫଟୋ ସେୟାର କରୁଛନ୍ତି ।