ବିକାଶର ଗିରଫଦାରୀ, ଆତ୍ମପ୍ରଶଂସାର ଶିବରାଜ ସରକାର
Advertisement
Article Detail0/zeeodisha/odisha708452

ବିକାଶର ଗିରଫଦାରୀ, ଆତ୍ମପ୍ରଶଂସାର ଶିବରାଜ ସରକାର

୮ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିବା ଘଟଣାର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେ ଶେଷରେ ଗିରଫ ହୋଇଛି । ମଧ୍ୟପ୍ରଦେଶର ଉଜ୍ଜୈନରୁ ତାକୁ ଗିରଫ କରିଛି ପୋଲିସ । 

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ୮ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିବା ଘଟଣାର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେ ଶେଷରେ ଗିରଫ ହୋଇଛି । ମଧ୍ୟପ୍ରଦେଶର ଉଜ୍ଜୈନରୁ ତାକୁ ଗିରଫ କରିଛି ପୋଲିସ । ଉଜ୍ଜୈନର ମହାକାଳ ମନ୍ଦିରରୁ ସେ ଧରାପଡ଼ିଛି । ଆଉ ଏହାପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଉଜ୍ଜୈନ ପୋଲିସକୁ ଧନ୍ୟବାଦ ଦେଇଛନ୍ତି । ସେହିପରି ନିଜ ସରକାରକୁ ମଧ୍ୟ କଥାଛଳରେ ତାରିଫ କରିଛନ୍ତି । 

ଗୋଟିଏ ଟ୍ୱିଟରେ ଶିବରାଜ କହିଛନ୍ତି, ''ଯଦି କିଏ ଭାବୁଛି ମହାକାଳ ମନ୍ଦିର ଗଲେ ପାପ କ୍ଷୟ ହୋଇଯିବ, ସେ ଯିବା ହିଁ ଦରକାର ନାହିଁ । ଆମ ସରକାର କୌଣସି ଅପରାଧୀକୁ ମଧ୍ୟ ରକ୍ଷାକରିବ ନାହିଁ ।'' 

ସେହିପରି ବିକାଶ ଦୁବେର ଗିରଫଦାରୀ ନେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା  ହୋଇସାରିଥିବା ଅନ୍ୟ ଏକ ଟ୍ୱିଟରେ କହିଛନ୍ତି ଶିବରାଜ । ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । 

କହିରଖୁଛୁ, କାନପୁର ଏନକାଉଣ୍ଟରର ମାଷ୍ଟରମାଇଣ୍ଡ ବିକାଶ ଦୁବେ ଗତ ଏକ ସପ୍ତାହ ହେଲା ପୋଲିସକୁ ଚକମା ଦେଇ ଏଠି ସେଠି ଘୁରି ବୁଲୁଥିଲା । ଅନ୍ୟପଟେ ବିକାଶ ଦୁବେକୁ ଧରିବା ପାଇଁ ଦିନ ରାତି ଏକ କରିଦେଇଥିଲା ୟୁପି ପୋଲିସ । ଏନେଇ ଅନ୍ୟ ରାଜ୍ୟଗୁଡ଼ିକୁ ମଧ୍ୟ ଆଲର୍ଟ ରହିବାକୁ କୁହାଯାଇଥିଲା । ଆଉ ଏହାରି ଭିତରେ ବିକାଶର ୩ ସହଯୋଗୀଙ୍କୁ ମଧ୍ୟ ଏନକାଉଣ୍ଟର କରାଯାଇଛି । ଶେଷରେ ଧରାପଡ଼ିଛି ବିକାଶ ଦୁବେ । ଏବେ ସେ ଗିରଫ ହୋଇଥିବାରୁ ବିଭିନ୍ନ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି । ବିଶେଷକରି କେଉଁ ରାଜନେତାଙ୍କ ଛତ୍ରଛାୟା ତଳେ ରହି ବିକାଶ ନିଜର ଅପରାଧିକ ସାମ୍ରାଜ୍ୟ ବୃଦ୍ଧି କରିଥିଲା, ସେନେଇ ମଧ୍ୟ ତଦନ୍ତ ହେବ ।

;