ନୂତନ ଦିଲ୍ଲୀ ଉପରାଜ୍ୟପାଳ ହେବେ ବିନୟ କୁମାର ସକ୍ସେନା
Advertisement

ନୂତନ ଦିଲ୍ଲୀ ଉପରାଜ୍ୟପାଳ ହେବେ ବିନୟ କୁମାର ସକ୍ସେନା

ବିନୟ କୁମାର ସାକ୍ସେନା ବର୍ତ୍ତମାନ ଖଦୀ ଏବଂ ଗ୍ରାମ ଶିଳ୍ପ ଆୟୋଗ ଅଧ୍ୟକ୍ଷ ଅଛନ୍ତି। 

 ନୂତନ ଦିଲ୍ଲୀ ଉପରାଜ୍ୟପାଳ ହେବେ ବିନୟ କୁମାର ସକ୍ସେନା

New LG of Delhi: ଅନିଲ ବୈଜଲଙ୍କ ଇସ୍ତଫା ସ୍ୱୀକାର କରି ଦିଲ୍ଲୀର ନୂତନ ଉପରାଜ୍ୟପାଳ ଭାବେ ବିନୟ କୁମାର ସକ୍ସେନାଙ୍କ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି  ବିନୟ କୁମାର ସାକ୍ସେନାଙ୍କୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଉପରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ଉଲ୍ଲେଖନୀୟ ବିଷୟ ହେଉଛି, ବିନୟ କୁମାର ସାକ୍ସେନା ବର୍ତ୍ତମାନ ଖଦୀ ଏବଂ ଗ୍ରାମ ଶିଳ୍ପ ଆୟୋଗ ଅଧ୍ୟକ୍ଷ ଅଛନ୍ତି। କିଛି ଦିନ ପୂର୍ବେ ବ୍ୟକ୍ତିଗତ କାରଣରୁ ଦିଲ୍ଲୀ ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ ୧୯୬୯ ବ୍ୟାଚ ଆଇଏସ ଅଧିକାରୀ ଅନିଲ ବୈଜଲ। ତାଙ୍କୁ ନଜୀବ ଜଙ୍ଗଙ୍କ ସ୍ଥାନରେ ୨୦୧୬ ବର୍ଷରେ ୨୧ ତମ ଦିଲ୍ଲୀ ଉପ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା।