• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।

Sushanta Singh Rajput Death Case: ସିବିଆଇକୁ ବିନୟଙ୍କ ବଦଳିକୁ ନେଇ ଏପରି କହିଲା ବିଜେପି

ବିନୟଙ୍କ ବଦଳିକୁ ନେଇ ରାଜନୀତି ଜୋର ଧରିଛି। 

Sushanta Singh Rajput Death Case: ସିବିଆଇକୁ ବିନୟଙ୍କ ବଦଳିକୁ ନେଇ ଏପରି କହିଲା ବିଜେପି

ନୂଆଦିଲ୍ଲୀ: ବିହାରର ପାଟନା ସିଟି ଏସପି ବିନୟ ତିଓ୍ୱାରୀଙ୍କୁ ନେଇ ରାଜନୀତି ଜୋର ଧରିଛି। ମୁମ୍ବାଇରୁ ଫେରିବା ପରେ ତାଙ୍କର ବଦଳି ସିବିଆଇକୁ କରାଯାଇଥିଲା। ସିବିଆଇକୁ ଯିବା ପରେ ସେ ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାର ତଦନ୍ତ କରିବେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ବିନୟଙ୍କ ଏହି ବଦଳିକୁ ନେଇ ରାଜନୀତି ଜୋର ଧରିଛି। 

ସୂଚନାଯୋଗ୍ୟ ବିନୟ ହେଉଛନ୍ତି ସେହି ପୋଲିସ ଅଫିସର ଯାହାଙ୍କୁ ମୁମ୍ବାଇରେ କ୍ୱାରେଣ୍ଟାଇନ କରାଯାଇଥିଲା। ବିନୟ ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାର ତଦନ୍ତ କରିବାକୁ ମୁମ୍ବାଇ ଯାଇଥିବା ବେଳେ ତାଙ୍କୁ ବିଏମସି କର୍ତ୍ତୃପକ୍ଷ କ୍ୱାରେଣ୍ଟାଇନ କରିନେଇଥିଲେ। ତେବେ ତାଙ୍କର ସିବିଆଇକୁ ହୋଇଥିବା ବଦଳି ଖବରକୁ ଖାରଜ କରିଛନ୍ତି ମହାରାଷ୍ଟ୍ର ବିଜେପିର ପ୍ରବକ୍ତା ଅବଧୁତ ଓ୍ୱାଘ। 

ପ୍ରବକ୍ତା ଅବଧୁତ ଟ୍ୱିଟ କରି କହିଛନ୍ତି କି, ଯାହାଙ୍କୁ ଜବରଦସ୍ତି କ୍ୱାରେଣ୍ଟାଇନ କରାଯାଇଥିଲା, ସେ ଏବେ ତୁମମାନଙ୍କର ପୋଲ ଖୋଲିବାକୁ ଆସୁଛନ୍ତି। ଅବଧୁତ ଏକ ଟ୍ୱିଟ ଜରିଆରେ ଏହି ସୂଚନା ଦେଇଛନ୍ତି। ଅବଧୁତ ଟ୍ୱିଟରେ ବିନୟଙ୍କ ବଦଳି ସିବିଆଇକୁ ହୋଇଥିବା ନେଇ ଉଲ୍ଲେଖ କରିଥିଲେ। ଯାହାକୁ ଖଣ୍ଡନ କରିଛନ୍ତି ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଓ ଖୋଦ ଏସପି ବିନୟ ତିଓ୍ୱାରୀ ଖଣ୍ଡନ କରିଛନ୍ତି। ଏସପି ତିଓ୍ୱାରୀ ଆହୁରି ମଧ୍ୟ କହିଛନ୍ତି କି, ଏହା ନିଶ୍ଚିତ ପକ୍ଷେ ଭୁଲ ସୂଚନା ଦିଆଯାଇଛି। ତେବେ ବିନୟଙ୍କ ବଦଳି ନେଇ ସରକାରଙ୍କ ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। 

ସୂଚନା ଯୋଗ୍ୟ ଏସପି ବିନୟ କୁମାର କିଛି ଦିନ ପୂର୍ବରୁ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ମୁମ୍ବାଇରେ ପହଞ୍ଚିଥିଲେ। ମାତ୍ର ସେଠାରେ ତାଙ୍କୁ ଜବରଦସ୍ତି କ୍ୱାରେଣ୍ଟାଇନ କରିନେଇଥିଲେ। ତେବେ ସୁଶାନ୍ତ ସିଂହଙ୍କ ମାମଲା ସିବିଆଇକୁ ଯିବା ପରେ ତାଙ୍କୁ ମୁକ୍ତି ମିଳିଥିଲା। ପରେ ସେ ବିହାର ଫେରିଥିଲେ।