Advertisement
Article Detail0/zeeodisha/odisha859052

Social Media ରେ ଭାଇରାଲ ହେଉଛି ହାତୀର ଷ୍ଟାଇଲିସ ଫଟୋ

ଦେଶରେ ଲୋକାଲ ଟ୍ୟାଲେଣ୍ଟ ବା ସ୍ବେଦେଶୀ ଜ୍ଞାମକୌଶଳକୁ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ସେ କେବେ ବି ହାତଛଡ଼ା କରିନଥାନ୍ତି । 

Social Media ରେ ଭାଇରାଲ ହେଉଛି ହାତୀର ଷ୍ଟାଇଲିସ ଫଟୋ

ନୂଆଦିଲ୍ଲୀ: ପ୍ରତିଷ୍ଠିତ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆ ଟ୍ୱିଟରରେ ସବୁବେଳେ ସକ୍ରିୟ ରହିଥାନ୍ତି । ସବୁବେଳେ ଆଶ୍ଚର୍ଯ୍ୟ ଚକିତ କଲା ପରି ଭିଡିଓ ଫଟୋ ସେୟାର କରିଥାନ୍ତି ସେ । ଦେଶରେ ଲୋକାଲ ଟ୍ୟାଲେଣ୍ଟ ବା ସ୍ବେଦେଶୀ ଜ୍ଞାମକୌଶଳକୁ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ସେ କେବେ ବି ହାତଛଡ଼ା କରିନଥାନ୍ତି । ନିଜ ଆକାଉଣ୍ଟରେ ସେ ଯାହା ବି ଫଟୋ ଓ ଭିଡିଓ ଛାଡ଼ନ୍ତି ତାହା ତୁରନ୍ତ ଭାଇରାଲ ହୋଇଯାଏ । 

ଆମ ଦେଶରେ ହାତୀର ବିବିଧ ରୂପ ଥାଏ । କେଉଁଠାରେ ତାଙ୍କର ପୂଜା ହୁଏ, କେଉଁଠାରେ ହାତୀର ସବାରୀ ମଧ୍ୟ ଥାଏ । କିଛି ସ୍ଥାନରେ ହାତୀ (Elephant) କୁ ନେଇ ସର୍କସ କରାଯାଏ ତ କିଛି କିଛି ସିନେମା ଓ ସିରିୟଲରେ ଦେଖାଯାଏ ହାତୀର କରାମତି । ନିଜର ବିଶାଳକାୟ ଚେହେରା ପାଇଁ ହାତୀର ଚାଲିଚଳଣ ବି ସବୁ ପଶୁଙ୍କ ଠାରୁ ଭିନ୍ନ ହୋଇଥାଏ । ପ୍ରତିଷ୍ଠିତ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା (Anand Mahindra) ଟ୍ୱିଟରରେ ହାତୀର ଏକ ରୋମାଞ୍ଚକର ଫଟୋ ପକାଇବା ପରେ ଏବେ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଫଟୋ ଅପଲୋଡ କରିବା ପରେ ଫଟୋର କ୍ୟାପସନ ଦେଇଛନ୍ତି Incredible India

Also Read: ପଦ୍ମ ପୋଖରୀକୁ ଡିଆଁମାରିବେ ଗାଙ୍ଗୁଲି, ସ୍ୱାଗତ ପାଇଁ ପ୍ରସ୍ତୁତ ବିଜେପି

Add Zee News as a Preferred Source

ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରାଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଫଟୋରେ ହାତୀଟି ଅତି ଚମତ୍କାର ଢଙ୍ଗରେ ପ୍ୟାଣ୍ଟ, ସାର୍ଟ ଓ ଟୋପି ପିନ୍ଧିଛି। ଆଉ ହାତୀର ଏମିତି ରୂପ ଦେଖି ଯିଏ ନାହିଁ ସିଏ ଅଟକି ଯାଉଛି । ଫଟୋରେ ଦେଖାଯାଇଥିବା ହାତୀଟି ଧଳା ପ୍ୟାଣ୍ଟ, ବାଇଗଣୀ  ରଙ୍ଗର ସାର୍ଟ ପିନ୍ଧିବା ସହ ବେଲ୍ଟ ଓ ଟୋପି ମଧ୍ୟ ଲଗାଇଛି। ଆଉ ଏହି ଆଉଟଫିଟରେ ଅତି ଚମତ୍କାର ଦିଶୁଛି ହାତୀଟି । ସୋସିଆଲ ମିଡିଆ (Social Media) ରେ ଏହି ଫଟୋ ପୋଷ୍ଟ ପରେ ଏବେ ସୁଦ୍ଧା ୪ ହଜାରରୁ ଅଧିକ ଲୋକ ଲାଇକ କରିସାରିଲେଣି ।

Also Read: April Fool! ଏପ୍ରିଲ ପହିଲାରେ ପ୍ରଧାନମନ୍ତ୍ରୀ ଆଣିବେ ବଡ ପରିବର୍ତ୍ତନ

ସୋସିଆଲ ମିଡିଆରେ ହାତୀ (Elephant) ର ଏହି ଫଟୋକୁ ବହୁତ ଭଲ ରେସପନ୍ସ ମିଳିଛି । ଟ୍ୱିଟରରେ ଫଟୋ ଟି ସେୟାର କରିବା ପରେ ପ୍ରତିଟି ଲୋକ ଏହି ଫଟୋ କୁ ରିଟ୍ୱିଟ (Retweet)କରିବାରେ ଲାଗିଛନ୍ତି । କିଛି ଲୋକ ହାତୀର ଏହି ରୋମାଞ୍ଚକର ଅନ୍ଦାଜକୁ ଦେଖି ଶିକୁଳି ବନ୍ଧନରୁ ମୁକ୍ତି ବୋଲି କହିଛନ୍ତି ।

About the Author