ODI ଅଧିନାୟକତ୍ୱରୁ ହଟାଇବା ପରେ BCCI ଉପରେ ଅସନ୍ତୁଷ୍ଟ କୋହଲି? ସାମ୍ନାକୁ ଆସିଲା ଏହି ବଡ଼ କାରଣ
Advertisement

ODI ଅଧିନାୟକତ୍ୱରୁ ହଟାଇବା ପରେ BCCI ଉପରେ ଅସନ୍ତୁଷ୍ଟ କୋହଲି? ସାମ୍ନାକୁ ଆସିଲା ଏହି ବଡ଼ କାରଣ

'ଇନ୍ସାଇଟ୍ସପୋର୍ଟ'ର ଏକ ରିପୋର୍ଟ ଅନୁଯାୟୀ, ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ ବିରାଟ କୋହଲିଙ୍କୁ ଏହି ଟ୍ରେନିଂ କ୍ୟାମ୍ପ ପାଇଁ ସ୍ପଷ୍ଟ ଭାବେ କୁହାଯାଇଥିଲା, କିନ୍ତୁ ସେ ଏହି ଶିବିରରେ ଯୋଗ ଦେଇନାହାଁନ୍ତି । 

ODI ଅଧିନାୟକତ୍ୱରୁ ହଟାଇବା ପରେ BCCI ଉପରେ ଅସନ୍ତୁଷ୍ଟ କୋହଲି? ସାମ୍ନାକୁ ଆସିଲା ଏହି ବଡ଼ କାରଣ

ନୂଆଦିଲ୍ଲୀ: ନିକଟ ଅତୀତରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCC) ବିରାଟ କୋହଲି (Virat Kohli) ଙ୍କୁ ODI ଅଧିନାୟକରୁ ହଟାଇ ରୋହିତ ଶର୍ମା (Rohit Sharma) ଙ୍କୁ ନୂତନ ଅଧିନାୟକ କରିଛି, ଯାହା ପରେ ଟିମ୍ ଇଣ୍ଡିଆରେ କିଛି ବିବାଦ ଲାଗି ରହିଛି । ଖବର ମୁତାବକ ବିସିସିଆଇର ଏହି ନିଷ୍ପତ୍ତିରେ ବିରାଟ କୋହଲି ଅସନ୍ତୁଷ୍ଟ ଅଛନ୍ତି । ବାସ୍ତବରେ କୋହଲି ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଉଥିବା ଟିମ୍ ଇଣ୍ଡିଆ ସହ ରବିବାର ମୁମ୍ବାଇର ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇନାହାଁନ୍ତି, ଏହା ପରେ ଅନୁମାନ କରାଯାଉଛି ଯେ ବିରାଟ କୋହଲି ନିଜକୁ ODI ଅଧିନାୟକରୁ ହଟାଯିବାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ।

BCCI ଉପରେ ଅସନ୍ତୁଷ୍ଟ ଅଛନ୍ତି ବିରାଟ?

'ଇନ୍ସାଇଟ୍ସପୋର୍ଟ'ର ଏକ ରିପୋର୍ଟ ଅନୁଯାୟୀ, ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ ବିରାଟ କୋହଲିଙ୍କୁ ଏହି ଟ୍ରେନିଂ କ୍ୟାମ୍ପ ପାଇଁ ସ୍ପଷ୍ଟ ଭାବେ କୁହାଯାଇଥିଲା, କିନ୍ତୁ ସେ ଏହି ଶିବିରରେ ଯୋଗ ଦେଇନାହାଁନ୍ତି । ଆମେ ଆଶା କରୁଛୁ ସୋମବାର ସେ ଏଥିରେ ଯୋଗଦେବେ । ଏହି ଶିବିରରେ ରୋହିତ ଶର୍ମା, ଋଷଭ ପନ୍ତ ଏବଂ ଶାର୍ଦୁଲ ଠାକୁରଙ୍କ ସମେତ ଅନେକ ଖେଳାଳି ଅଂଶଗ୍ରହଣ କରିଥିଲେ । ଆପଣଙ୍କୁ କହିରଖୁଛୁ ଯେ ଟିମ୍ ଇଣ୍ଡିଆ ଡିସେମ୍ବର ୧୬ରେ ଦକ୍ଷିଣ ଆଫ୍ରିକା ଗସ୍ତକୁ ଯିବ ।

ଡିସେମ୍ବର ୨୬ରୁ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ

ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ଡିସେମ୍ବର ୨୬ରୁ ଆରମ୍ଭ ହେବ, ଯେଉଁଠାରେ ସେମାନଙ୍କୁ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଓ ୩ ମ୍ୟାଚ ବିଶିଷ୍ଟ ODI ସିରିଜ୍ ଖେଳିବାକୁ ହେବ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ସେଞ୍ଚୁରିଅନରେ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ଜାନୁଆରୀ ୩ରୁ ଖେଳାଯିବ ଏବଂ ତୃତୀୟ ଓ ଶେଷ ଟେଷ୍ଟ ଜାନୁଆରୀ ୧୧ରୁ ଖେଳାଯିବ । ଏହି ସିରିଜ୍ ପରେ ଦୁଇ ଦେଶ ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ମଧ୍ୟ ଖେଳାଯିବ । ଏଠାରେ କହି ରଖୁଛୁ ଯେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ନ୍ୟୁଜିଲ୍ୟାଣ୍ଡକୁ ୧-୦ରେ ପରାସ୍ତ କରିବା ସହିତ ଟେଷ୍ଟରେ ୧ ନମ୍ବର ମାନ୍ୟତା ହାସଲ କରିଛି । ଭାରତୀୟ ଦଳ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ଜିତିପାରି ନାହିଁ ଓ ଏଭଳି ପରିସ୍ଥିତିରେ କୋଚ୍ ରାହୁଲ ଦ୍ରାବିଡଙ୍କ ପାଇଁ ମଧ୍ୟ ଏହି ଯାତ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ।

କୋହଲିଙ୍କୁ ନେଇ ଖୋଲାଖୋଲି ଭାବେ ନିଜ ମତ ରଖିଛନ୍ତି ରୋହିତ 

ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ହଠାତ୍ ODI ଅଧିନାୟକତ୍ୱ ଦେଇ ସମସ୍ତଙ୍କୁ ଚକିତ କରିଦେଇଥିଲା BCCI । ୨୦୨୧ ଟି-20 ବିଶ୍ୱକପ ପରେ ବିରାଟ କୋହଲି ଟି-20 ଅଧିନାୟକତ୍ୱ ଛାଡିଥିଲେ । ଏହା ପରେ ବିସିସିଆଇ ବିରାଟ କୋହଲିଙ୍କୁ ODI ଅଧିନାୟକରୁ ହଟାଇ ଦେଇଛି । ଟିମ୍ ଇଣ୍ଡିଆର ନୂଆ ODI ଓ ଟି-20 ଅଧିନାୟକ ହେବା ପରେ ରୋହିତ ଶର୍ମା ଖୋଲାଖୋଲି ଭାବେ ସାମ୍ନାକୁ ଆସି ବିରାଟ କୋହଲିଙ୍କ ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି । ବିସିସିଆଇ ଏକ ଭିଡିଓ ସେୟାର କରିଛି ଯେଉଁଥିରେ ରୋହିତ ଶର୍ମା କହିଛନ୍ତି, "ବିରାଟ କୋହଲି ୫ ବର୍ଷ ଧରି ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିଛନ୍ତି ଓ ପ୍ରତ୍ୟେକ ମ୍ୟାଚ୍‌ରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚାହିଁଛନ୍ତି । କୋହଲିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ କେବେ ପଛକୁ ଚାହିଁ ଦେଖିନାହିଁ ।"

ଏହା ବି ପଢ଼ନ୍ତୁ:-ହଜାର ହଜାର ବର୍ଷର ପ୍ରତୀକ୍ଷାର ହେଲା ଅନ୍ତ, କାଶୀ ବିଶ୍ୱନାଥ କରିଡରର ଉଦଘାଟନ କଲେ PM ମୋଦି

ଏହା ବି ପଢ଼ନ୍ତୁ:-Yes Bank କୁ ନେଇ SEBI ରେ ଅଭିଯୋଗ କଲା Dish TV

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଆଶ୍ୱସ୍ତିକର ଖବର

ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଏହା ବି ପଢ଼ନ୍ତୁ:-ଖୁସି ଖବର! ଟ୍ରେନରେ ଯାତ୍ରା କରିବା ପାଇଁ କରିବାକୁ ପଡିବ ନାହିଁ ଟିକେଟ୍ ସଂରକ୍ଷଣ, ଏସବୁ ଟ୍ରେନରେ ମିଳିବ ଜେନେରାଲ ଟିକେଟ୍