ଅନୁଷ୍କାଙ୍କ ଜନ୍ମଦିନରେ କୋହଲି କରିଥିଲେ ଏପରି କାମ, ପ୍ରଥମ ପ୍ରୟାସରେ ସଫଳ

ଭାରତୀୟ ଟେଷ୍ଟ ଦଳର ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ (Mayank Agarwal)ଙ୍କ ସହ ଏକ ସାକ୍ଷାତକାରରେ ଏଭଳି କିଛି ପ୍ରତିକ୍ରିୟା ରଖିଥିଲେ କୋହଲି ।

ଅନୁଷ୍କାଙ୍କ ଜନ୍ମଦିନରେ କୋହଲି କରିଥିଲେ ଏପରି କାମ, ପ୍ରଥମ ପ୍ରୟାସରେ ସଫଳ
ଫାଇଲ ଫଟୋ

ମୁମ୍ବାଇ: ପତ୍ନୀ ଅନୁଷ୍କା ଶର୍ମା (Anushka Sharma)ଙ୍କ ପାଇଁ ଜନ୍ମ ଦିନରେ କେକ ତିଆରି କରିଥିଲେ ବିରାଟ କୋହଲି (Virat Kohli) । ନିଜ ହାତରେ କୋହଲି ଏହି କେକ୍ ପ୍ରସ୍ତୁତ କରିଥିଲେ ।  ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କ୍ୱାରେଣ୍ଟାଇନ ବେଳେ ଏହାକୁ ବିଶେଷ ମୁହୂର୍ତ୍ତ ବୋଲି କହିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ । ଭାରତୀୟ ଟେଷ୍ଟ ଦଳର ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ (Mayank Agarwal)ଙ୍କ ସହ ଏକ ସାକ୍ଷାତକାରରେ ଏଭଳି କିଛି ପ୍ରତିକ୍ରିୟା ରଖିଥିଲେ କୋହଲି । 

ଆପଣଙ୍କ ସବୁଠୁ ଭଲ କ୍ୱାରେଣ୍ଟାଇନ ମୁହୂର୍ତ୍ତ କ'ଣ ବୋଲି ପ୍ରଶ୍ନ କରିଥିଲେ ମୟଙ୍କ । ଆଉ ଏହାର ଉତ୍ତର ଦେବାକୁ ଯାଇ କୋହଲି କହିଥିଲେ, ମୁଁ ମୋ ଜୀବନରେ ପ୍ରଥମ ଥର ପାଇଁ ଅନୁଷ୍କାଙ୍କ ପାଇଁ କେକ ପ୍ରସ୍ତୁତ କରିଥିଲି । ଅନୁଷ୍କାଙ୍କ ଜନ୍ମଦିନ ଅବସରରେ ଏହି କେକ୍ ତିଆରି କରିଥିଲି । ମୁଁ ପୂର୍ବରୁ କେବେ ମଧ୍ୟ ନିଜେ କେକ ତିଆରି କରିନଥିଲି । କିନ୍ତୁ ପ୍ରଥମ ପ୍ରୟାସରେ ବେଶ୍ ଭଲ କେକ ତିଆରି ହୋଇଥିଲା । ଅନୁଷ୍କାଙ୍କୁ ମଧ୍ୟ ଏହି କେକ୍ ପସନ୍ଦ ଆସିଥିଲା । ତେଣୁ ଏହା ମୋ ପାଇଁ ସବୁଠୁ ଭଲ କ୍ୱାରେଣ୍ଟାଇନ ମୁହୂର୍ତ୍ତ ବୋଲି କହିଥିଲେ କୋହଲି ।