Virat Kohli vs BCCI: କୋହଲିଙ୍କ ପ୍ରସଙ୍ଗରେ ବିସିସିଆଇ ନେଲା ଏହି ନିଷ୍ପତ୍ତି, ସାମ୍ବାଦିକ ସମ୍ମିଳନୀ ପରେ ବୋର୍ଡ ଅସନ୍ତୁଷ୍ଟ
Advertisement

Virat Kohli vs BCCI: କୋହଲିଙ୍କ ପ୍ରସଙ୍ଗରେ ବିସିସିଆଇ ନେଲା ଏହି ନିଷ୍ପତ୍ତି, ସାମ୍ବାଦିକ ସମ୍ମିଳନୀ ପରେ ବୋର୍ଡ ଅସନ୍ତୁଷ୍ଟ

କୋହଲି ଗୁରୁବାର ସନ୍ଧ୍ୟାରେ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଥିବାବେଳେ କୋଲକାତାରେ ବୋର୍ଡ ସଭାପତି ସ୍ପଷ୍ଟ କରିଛନ୍ତି ଯେ ସେ କୌଣସି ସାର୍ବଜନୀନ ବୟାନ ଦେବେ ନାହିଁ । ଗାଙ୍ଗୁଲି ଗଣମାଧ୍ୟମକୁ କହିଛନ୍ତି, ସେ କୌଣସି ବୟାନ ଦେବେ ନାହିଁ କି ସାମ୍ବାଦିକ ସମ୍ମିଳନୀ କରିବେ ନାହିଁ । ଆମେ ଏହାର ସମାଧାନ କରିବୁ, ଏହାକୁ ବିସିସିଆଇ ଉପରେ ଛାଡିଦିଅନ୍ତୁ ବୋଲି ସେ କହିଛନ୍ତି ।

Virat Kohli vs BCCI: କୋହଲିଙ୍କ ପ୍ରସଙ୍ଗରେ ବିସିସିଆଇ ନେଲା ଏହି ନିଷ୍ପତ୍ତି, ସାମ୍ବାଦିକ ସମ୍ମିଳନୀ ପରେ ବୋର୍ଡ ଅସନ୍ତୁଷ୍ଟ

ନୂଆଦିଲ୍ଲୀ: Virat Kohli vs BCCI: ଭାରତୀୟ ଅଧିନାୟକ ବିରାଟ କୋହଲି (Virat Kohli) ଙ୍କ ସାମ୍ବାଦିକ ସମ୍ମିଳନୀରେ ଚକିତ ହୋଇଯାଇଥିବା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ( BCCI) ସଙ୍କଟର ମୁକାବିଲା ପାଇଁ ବିକଳ୍ପ ଖୋଜୁଛି । ଏହାସହ ଏହା ମଧ୍ୟ ସୁନିଶ୍ଚିତ କରିବ ଯେ ମୈଦାନ ବାହାରେ  ନାଟକୀୟ ଘଟଣାକ୍ରମ ଯୋଗୁଁ ମହତ୍ତ୍ୱପୂର୍ଣ୍ଣ ଟେଷ୍ଟ ଶୃଙ୍ଖଳା ପୂର୍ବରୁ ଦଳର ଧ୍ୟାନ ଭଙ୍ଗ ନ ହେଉ । ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଯିବା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଟେଷ୍ଟ ଅଧିନାୟକ କୋହଲି କହିଥିଲେ ଯେ ତାଙ୍କୁ କେବେବି ଟି-20 ଦଳର ଅଧିନାୟକ ପଦରୁ ଇସ୍ତଫା ଦେବାକୁ ରୋକାଯାଇ ନାହିଁ । ଅନ୍ୟପଟେ ତାଙ୍କ ବୟାନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି (BCCI President Sourav Ganguly) ଙ୍କ ବିବୃତ୍ତିର ବିପରୀତ ଥିଲା ଯାହା ସେ ଗଣମାଧ୍ୟମରେ ଦେଇଥିଲେ ।

ଅତୀତରେ କଦାଚିତ୍ ଏପରି ମାମଲା ଦେଖିବାକୁ ମିଳିଛି ଯେ ଯେତେବେଳେ ଭାରତୀୟ କ୍ରିକେଟର ସୁପରଷ୍ଟାର ଓ ବର୍ତ୍ତମାନର ଅଧିନାୟକ ତଥା ଅଧ୍ୟକ୍ଷ ପଦରେ ଥିବା ପୂର୍ବତନ ଅଧିନାୟକଙ୍କ ବୟାନରେ ବିରୋଧାଭାସ ରହିଛି । ଏହା ଜାଣିବାକୁ ମିଳିଛି ଯେ ବୁଧବାର ଯାହା ହୋଇଛି ତାହାକୁ ନେଇ BCCI ରେ କେହି ଖୁସି ନୁହଁନ୍ତି କିନ୍ତୁ ସେମାନେ ବୁଝିଛନ୍ତି ଯେ ସେମାନଙ୍କଠାରୁ କୌଣସି ଦୃଢ଼ ପ୍ରତିକ୍ରିୟା ଆସିବା ଏହି ଘଟଣାର ତୁରନ୍ତ ସମାଧାନ ପାଇଁ କ୍ଷତିକାରକ ହୋଇପାରେ । 

କୋହଲି ଗୁରୁବାର ସନ୍ଧ୍ୟାରେ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଥିବାବେଳେ କୋଲକାତାରେ ବୋର୍ଡ ସଭାପତି ସ୍ପଷ୍ଟ କରିଛନ୍ତି ଯେ ସେ କୌଣସି ସାର୍ବଜନୀନ ବୟାନ ଦେବେ ନାହିଁ । ଗାଙ୍ଗୁଲି ଗଣମାଧ୍ୟମକୁ କହିଛନ୍ତି, ସେ କୌଣସି ବୟାନ ଦେବେ ନାହିଁ କି ସାମ୍ବାଦିକ ସମ୍ମିଳନୀ କରିବେ ନାହିଁ । ଆମେ ଏହାର ସମାଧାନ କରିବୁ, ଏହାକୁ ବିସିସିଆଇ ଉପରେ ଛାଡିଦିଅନ୍ତୁ ବୋଲି ସେ କହିଛନ୍ତି ।

ଜାଣିବାକୁ ମିଳିଛି ଯେ ଗାଙ୍ଗୁଲି (Ganguly) ଓ ସଚିବ ଜୟ ଶାହ (Jay Shah) ଙ୍କ ସମେତ ବିସିସିଆଇର ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ବୁଧବାର ଜୁମ୍ କଲ୍ ରେ କଥାବାର୍ତ୍ତା କରିଛନ୍ତି ଯେଉଁଠାରେ କୌଣସି ସାମ୍ବାଦିକ ସମ୍ମିଳନୀ ନକରିବା କିମ୍ବା ପ୍ରେସ୍ ରିଲିଜ୍ ନକରିବାକୁ ନିଷ୍ପତ୍ତି ନିଆଯାଇଛି ।

ବିସିସିଆଇ (BCCI) ର ଜଣେ ବରିଷ୍ଠ ସୂତ୍ର ନାମ ନ କହିବା ସର୍ତ୍ତରେ ପିଟିଆଇକୁ କହିଛନ୍ତି ଯେ, "ଅଧ୍ୟକ୍ଷଙ୍କ ସମ୍ମାନ ସହ ଜଡିତ ଥିବାରୁ ଏହି ସମ୍ବେଦନଶୀଳ ବିଷୟକୁ କିପରି ମୁକାବିଲା କରାଯିବ ସେନେଇ ବିଶେଷଜ୍ଞଙ୍କ ଦୃଷ୍ଟିକୋଣରୁ ଜଣାଯାଇଛି । ବିସିସିଆଇ ଅବଗତ ଅଛି ଯେ ଏକ ଟେଷ୍ଟ ସିରିଜ୍ ହେବାକୁ ଯାଉଛି ଓ ସେମାନଙ୍କ ଦ୍ୱାରା କୌଣସି ଶୀଘ୍ର ନିଷ୍ପତ୍ତି କିମ୍ବା ବୟାନ ଦଳର ମନୋବଳକୁ ପ୍ରଭାବିତ କରିପାରେ ।" 

ଅଧ୍ୟକ୍ଷ ଓ ଅଧିନାୟକଙ୍କ ପାଇଁ ସର୍ବଶ୍ରେଷ୍ଠ ଉପାୟ ଏହା ହେବ ଯେ ଉଭୟ ଏକାଠି ବସି ସୌହାର୍ଦ୍ଦପୂର୍ଣ୍ଣ ଭାବରେ ବିବାଦର ସମାଧାନ କରନ୍ତୁ । ଗାଙ୍ଗୁଲି କିମ୍ବା ଶାହ ଏହି ସମୟରେ ଅଧିନାୟକଙ୍କ ସହ କଥାବାର୍ତ୍ତା ହେବାର ସମ୍ଭାବନା କମ୍ ଅଛି । ସାଧାରଣତଃ ଏକ କେନ୍ଦ୍ରୀୟ ଚୁକ୍ତିଭିତ୍ତିକ ଖେଳାଳୀଙ୍କ ଠାରୁ ସଂସ୍ଥା କିମ୍ବା ପଦାଧିକାରୀଙ୍କ ବିରୋଧରେ ସମାଲୋଚନାକାରୀ ମନ୍ତବ୍ୟର ଆଶା କରାଯାଏ ନାହିଁ, କିନ୍ତୁ କୋହଲିଙ୍କ ଦ୍ୱାରା ପ୍ରଶ୍ନର ଉତ୍ତରରେ ଦିଆଯାଇଥିବା ପ୍ରତିକ୍ରିୟା ନିୟମର ଉଲ୍ଲଂଘନ ହୋଇଛି କି ନାହିଁ, ତାହା ମଧ୍ୟ ଏକ ପ୍ରଶ୍ନ ତେଣୁ ସମସ୍ୟାଟିର ସହଜ ସମାଧାନ ମଧ୍ୟ ହେବ ନାହିଁ ।

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ, ନୂଆ ବର୍ଷରେ ପୁଣି ବଢ଼ିବ ଦରମା!

ଏହା ବି ପଢ଼ନ୍ତୁ:-କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୨୮୯ ସଂକ୍ରମିତ

ଏହା ବି ପଢ଼ନ୍ତୁ:-ପୂରଣ ହେବ ଆପଣଙ୍କ ସ୍ୱପ୍ନ! ୪ ଲକ୍ଷରେ ମିଳିବ ଟ୍ୟୁନ୍ ସିଟିରେ ଘର

ଏହା ବି ପଢ଼ନ୍ତୁ:-ଜାରି ହେଲା ଆଜିର ପେଟ୍ରୋଲ-ଡିଜେଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍