)
ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲି ମନେ କରନ୍ତି ଯେ, କୋଭିଡ-19 ମହାମାରୀ ଶେଷ ହେବା ପରେ ଏକ ଖାଲି ଷ୍ଟାଡିୟମରେ କ୍ରିକେଟ୍ ଖେଳିବାର ସମସ୍ତ ସମ୍ଭାବନା ଅଛି । ଅନ୍ୟପକ୍ଷେ ଏହା ଖେଳାଳିଙ୍କ ଆତ୍ମବିଶ୍ୱାସ ଉପରେ ପ୍ରଭାବ ପକାଇବ ନାହିଁ । କିନ୍ତୁ ସେ ବିଶ୍ୱାସ କରନ୍ତି ସେହି ପରିବେଶ ନିଶ୍ଚିତ ଭାବରେ ଦେଖିବାକୁ ମିଳିବ ନାହିଁ, ଯାହା ପୂର୍ବରେ ରହୁଥିଲା । ଖାଲି ଷ୍ଟାଡିୟମରେ ଖେଳ ଆରମ୍ଭ କରିବାର ବିକଳ୍ପ ଉପରେ ସାରା ବିଶ୍ୱରେ କ୍ରିକେଟ୍ ବୋର୍ଡ ବିଚାର କରୁଛନ୍ତି ।
ଅଷ୍ଟ୍ରେଲିଆରେ ଟି-20 ବିଶ୍ୱକପ ଆୟୋଜନ କରିବା ପାଇଁ ଦର୍ଶକଙ୍କୁ ଷ୍ଟାଡିୟମ ଠାରୁ ଦୂରରେ ରଖାଯାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି । କାରଣ ବିଶ୍ୱ ସ୍ୱାସ୍ଥ୍ୟ ସଙ୍କଟ ଯୋଗୁଁ ଏହାର ଆୟୋଜନକୁ ନେଇ ଅନିଶ୍ଚିତତା ଜାରି ରହିଛି । କୋହଲି ଷ୍ଟାର ସ୍ପୋର୍ଟସ ସୋ 'କ୍ରିକେଟ୍ କନେକ୍ଟେଡ'ରେ କହିଛନ୍ତି ଯେ, ସମ୍ଭବତଃ ଏହା ହୋଇପାରେ, ହୁଏତ ଏହା ହିଁ ହେବ । ସତ କହିବାକୁ ଗଲେ, ମୁଁ ଜାଣେ ନାହିଁ ସମସ୍ତେ ଏହାକୁ କିପରି ଗ୍ରହଣ କରିବେ । କାରଣ ଆମେ ସମସ୍ତେ ଏତେ ଉତ୍ସାହୀ ପ୍ରଶଂସକଙ୍କ ସାମ୍ନାରେ ଖେଳିବାରେ ଅଭ୍ୟସ୍ତ ।
ସେ କହିଛନ୍ତି, ମୁଁ ଜାଣେ ଏହା ବହୁତ ଉତ୍ସାହ ସହିତ ଖେଳାଯିବ । କିନ୍ତୁ ଦର୍ଶକଙ୍କ ଚିୟର୍ସରୁ ଖେଳାଳିଙ୍କ ଉତ୍ସାହ ବଢିଥାଏ, ମ୍ୟାଚ ସମୟରେ ଯେଉଁ ଚିନ୍ତା ହୋଇଥାଏ ତାହାକୁ ଷ୍ଟାଡିୟମରେ ବସିଥିବା ସମସ୍ତ ବ୍ୟକ୍ତି ଅନୁଭବ କରିଥାଏ । ସେହି ଭାବନାକୁ ଆଣିବା ବହୁତ କଷ୍ଟକର ହେବ । ମୈଦାନରେ ଅନେକ ମୁହୂର୍ତ୍ତ ଚିର ସ୍ମରଣୀୟ ହୋଇଛି । ଏହାର କାରଣ ଦର୍ଶକଙ୍କ ଚିୟରରୁ ଉତ୍ସାହ ସୃଷ୍ଟି କରିଥିଲା । ଏହାର କମି ଅନୁଭବ କରାଯିବ ବୋଲି କୋହଲି କହିଛନ୍ତି ।