ଦୂରଦର୍ଶନରେ ରାମାୟଣ ପରେ ବିଷ୍ଣୁ ପୁରାଣ, ଜାଣନ୍ତୁ କେବେ ହେବ ପ୍ରସାରଣ
Advertisement
Article Detail0/zeeodisha/odisha676551

ଦୂରଦର୍ଶନରେ ରାମାୟଣ ପରେ ବିଷ୍ଣୁ ପୁରାଣ, ଜାଣନ୍ତୁ କେବେ ହେବ ପ୍ରସାରଣ

ଉଭୟ ରାମାୟଣ ଏବଂ ଉତ୍ତର ରାମାୟଣ ଶେଷ ହୋଇଛି । ଏବେ ଏହାର ପ୍ରସାରଣ ଷ୍ଟାର୍ ପ୍ଲସରେ ହେବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/BR Chopra Production
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/BR Chopra Production

ନୂଆଦିଲ୍ଲୀ: କୋରୋନା ଭୂତାଣୁ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ମାର୍ଚ୍ଚ ୨୫ରେ ସରକାର ସାରା ଦେଶରେ ଲକଡାଉନ୍ ଘୋଷଣା କରିଥିଲେ । ଲକଡାଉନ୍ ଘୋଷଣା ହେବା ପରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦୂରଦର୍ଶନରେ ଅନେକ ପୁରୁଣା ଧାରାବାହିକର ପୁନଃପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଥିଲା । ସରକାରଙ୍କ ଏହି ନିଷ୍ପତ୍ତିକୁ ଦର୍ଶକମାନେ ପସନ୍ଦ କରିଥିଲେ । ଡିଡି ମଧ୍ୟ ଏଥିରୁ ସିଧାସଳଖ ଉପକୃତ ହୋଇଥିଲେ ।

କେବଳ ଏତିକି ନୁହେଁ କେନ୍ଦ୍ର ସରକାର ଆଉ ଏକ ସିରିଏଲ ଟେଲିକାଷ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦୂରଦର୍ଶନ ନିଜ ଟ୍ୱିଟରରେ ଏହାର ସୂଚନା ଦେଇଛନ୍ତି । ବର୍ତ୍ତମାନ 'ବିଷ୍ଣୁ ପୁରାଣ' ଆପଣଙ୍କ ଟେଲିଭିଜନ ସ୍କ୍ରିନରେ ଫେରି ଆସୁଛି । ସିରିଏଲ ବିଷ୍ଣୁ ପୁରାଣକୁ ବି.ଆର ଚୋପ୍ରା ନିର୍ଦ୍ଦେଶନା ଦେଇଥିଲେ । ବିଷ୍ଣୁ ପୁରାଣର ପୁନଃପ୍ରସାରଣ ଡିଡି ଭାରତୀରେ ହେବ ।

ଅରୁଣ ଗୋଭିଲ ଏବଂ ଦୀପିକା ଚିଖଲିଆ ଷ୍ଟାରଙ୍କ ଧାରାବାହିକ ରାମାୟଣ ଟିଆରପିରେ ଇତିହାସ ସୃଷ୍ଟି କରିଛନ୍ତି । ଏହି ଶୋ' ଏକ ବିଶ୍ୱ ରେକର୍ଡ ମଧ୍ୟ ସୃଷ୍ଟି କରିଛି । ଦର୍ଶକଙ୍କ ମଧ୍ୟରେ ରାମାୟଣ ଆମେରିକାର ସବୁଠାରୁ ଲୋକପ୍ରିୟ ଶୋ' ଗେମ୍ ଅଫ୍ ଥ୍ରୋନ୍ସକୁ ମଧ୍ୟ ଅତିକ୍ରମ କରିଛି । ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ରାମାନନ୍ଦ ସାଗରଙ୍କ ପୁତ୍ର ପ୍ରେମ ସାଗରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ପ୍ରେମ ସାଗରଙ୍କ ସହ କଥା ହୋଇଥିଲେ ଏବଂ ଏହି ଶୋ'କୁ ପୁନଃ ଟେଲିକାଷ୍ଟ ପାଇଁ ଉପଲବ୍ଧ କରାଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଉଭୟ ରାମାୟଣ ଏବଂ ଉତ୍ତର ରାମାୟଣ ଶେଷ ହୋଇଛି । ଏବେ ଏହାର ପ୍ରସାରଣ ଷ୍ଟାର୍ ପ୍ଲସରେ ହେବ ।

;