Vodafone Idea ଓ Airtel ଗ୍ରାହକଙ୍କ ପାଇଁ ଖୁସି ଖବର, ମେ ୩ ଯାଏ ପ୍ରିପେଡ ନମ୍ୱରର ବୈଧତା ବୃଦ୍ଧ

ଏୟାରଟେଲ କହିଛି ଯେ ଯଦି ଗ୍ରାହକଙ୍କ ବୈଧତା ମେ ୩ ପୂର୍ବରୁ ଶେଷ ହୋଇଯାଏ ତେବେ ସେମାନଙ୍କ ଇନକମିଂ କଲ୍ ଆସିବା ବନ୍ଦ ହେବ ନାହିଁ । ସେହିପରି ଭୋଡାଫୋନ୍ ଆଇଡିଆ ମଧ୍ୟ ନିଜ ଗ୍ରାହକଙ୍କ ପାଇଁ ସମାନ ସୁବିଧା ଘୋଷଣା କରିଛି ।

Vodafone Idea ଓ Airtel ଗ୍ରାହକଙ୍କ ପାଇଁ ଖୁସି ଖବର, ମେ ୩ ଯାଏ ପ୍ରିପେଡ ନମ୍ୱରର ବୈଧତା ବୃଦ୍ଧ

ନୂଆଦିଲ୍ଲୀ: ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ସ୍ୱଳ୍ପ ଆୟକାରୀ ଗ୍ରାହକଙ୍କ ପ୍ରିପେଡ୍ ନମ୍ବରର ବୈଧତାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛି । ଦେଶରେ ଜାରି ଥିବା ଲକଡାଉନ୍  ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାହକମାନଙ୍କୁ ସାହାଯ୍ୟ କରିବା ଏପରି କରାଯାଇଛି । ୨ ଟେଲିକମ୍ ଅପରେଟର ଲକକାଉନର ପ୍ରଥମ ପର୍ଯ୍ୟାୟରେ ସେମାନଙ୍କ ଗ୍ରାହକଙ୍କ ପାଇଁ ବୈଧତା ବୃଦ୍ଧି କରିବାକୁ ଘୋଷଣା କରିଥିଲେ । ବର୍ତ୍ତମାନ ଏହି ଲକଡାଉନ୍ ମେ ୩ ପର୍ଯ୍ୟନ୍ତ ବୃଦ୍ଧି ପାଇଛି, ଅପରେଟରମାନେ ମଧ୍ୟ ପୂର୍ବ ଅଫରକୁ  ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । 

ଏୟାରଟେଲ କହିଛି ଯେ ଯଦି ଗ୍ରାହକଙ୍କ ବୈଧତା ମେ ୩ ପୂର୍ବରୁ ଶେଷ ହୋଇଯାଏ ତେବେ ସେମାନଙ୍କ ଇନକମିଂ କଲ୍ ଆସିବା ବନ୍ଦ ହେବ ନାହିଁ । ସେହିପରି ଭୋଡାଫୋନ୍ ଆଇଡିଆ ମଧ୍ୟ ନିଜ ଗ୍ରାହକଙ୍କ ପାଇଁ ସମାନ ସୁବିଧା ଘୋଷଣା କରିଛି । ଏୟାରଟେଲ କହିଛି ଯେ ସ୍ୱଳ୍ପ ଆୟ ବର୍ଗରେ ଥିବା ୩୦ ଲକ୍ଷରୁ ଅଧିକ ଉପଭୋକ୍ତା ଲକଡାଉନ କାରଣରୁ ସେମାନଙ୍କ ଆକାଉଣ୍ଟ ରିଚାର୍ଜ କରିବାକୁ ଅସମର୍ଥ । ଏହି କାରଣରୁ ଅପରେଟର ଏହାର ସମସ୍ତ ଗ୍ରାହକଙ୍କ ଆସୁଥିବା କଲ୍ ବନ୍ଦ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । 

ଭୋଡାଫୋନ୍ ଆଇଡିଆ ମଧ୍ୟ କହିଛି ଯେ ଏହାର ୯୦ ମିଲିୟନ୍ ଗ୍ରାହକ ସ୍ୱଳ୍ପ ଆୟକାରୀ ବର୍ଗରେ ଆସନ୍ତି । କମ୍ପାନୀ କେବଳ ଫିଚର ଫୋନ୍ ବ୍ୟବହାରକାରୀଙ୍କ ପାଇଁ ବୈଧତା ବିସ୍ତାରର ଘୋଷଣା କରିଛି । ଏହି ଲାଭ କେବଳ ଆସୁଥିବା କଲିଂ ପାଇଁ ହେବ । ଗ୍ରାହକଙ୍କୁ ଅନ୍ୟ କୌଣସି ପ୍ରକାରର ଡେଟା ବା ଟକ୍ ଟାଇମ୍ ସୁବିଧା ଦିଆଯିବ ନାହିଁ ବୋଲି କମ୍ପାନୀ ସ୍ପଷ୍ଟ ଭାବେ କହିଛି । ଏହି ଅନ୍ୟାନ୍ୟ ସେବାଗୁଡିକ ପାଇବାକୁ ଭୋଡାଫୋନ୍ ଆଇଡିଆ ଏବଂ ଏୟାରଟେଲ ଗ୍ରାହକଙ୍କୁ ରିଚାର୍ଜ କରିବାକୁ ପଡିବ ।

ଲକଡାଉନ୍ ଯୋଗୁଁ ଅନେକ ଗ୍ରାହକ ଯେଉଁମାନେ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ କିପରି ରିଚାର୍ଜ କରିବେ ଜାଣନ୍ତି ନାହିଁ, ସେମାନଙ୍କ ପ୍ୟାକ୍ ରିଚାର୍ଜ କରିବାକୁ ସକ୍ଷମ ନୁହଁନ୍ତି । ଏହି ଗ୍ରାହକମାନଙ୍କୁ ସାହାଯ୍ୟ କରିବା ଏବଂ ସଙ୍କଟ ସମୟରେ ଲୋକଙ୍କୁ ଅଳ୍ପ ରୋଜଗାର କରିବାରେ ସାହାଯ୍ୟ କରିବା ପାଇଁ ଉଭୟ ଟେଲିକମ୍ ଅପରେଟରମାନେ ମଧ୍ୟ ଏକ ନୂତନ ବ୍ୟବସ୍ଥା ଘୋଷଣା କରିଛନ୍ତି । ଯେଉଁଥିରେ ଗ୍ରାହକମାନେ ଅନ୍ୟମାନଙ୍କୁ ରିଚାର୍ଜ କରି ଟଙ୍କା ରୋଜଗାର କରିପାରିବେ ।

ଭୋଡାଫୋନ୍ ଏକ ନୂତନ #RechargeforGood ପ୍ରୋଗ୍ରାମ ଉପସ୍ଥାପନ କରିଛି । ଯାହା ଗ୍ରାହକଙ୍କୁ ଅନ୍ୟ କାହା ପାଇଁ ରିଚାର୍ଜ ଉପରେ ୬ ପ୍ରତିଶତ କ୍ୟାସବ୍ୟାକ୍ ରୋଜଗାର କରିବାରେ ସାହାଯ୍ୟ କରିବ । ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କୁ କେବଳ MyVodafone କିମ୍ବା MyIdea ଆପ୍ ମାଧ୍ୟମରେ ଅନ୍ୟମାନଙ୍କୁ ରିଚାର୍ଜ କରିବାକୁ ପଡିବ । ସେହିଭଳି ଏୟାରଟେଲ ଏକ 'Earn From Home' ଅଫର ଆଣିଛି, ଯେଉଁଥିରେ ଜଣେ ଏୟାରଟେଲ ଗ୍ରାହକ ସୁପରହୋର ହେବା ପାଇଁ ପଞ୍ଜିକରଣ କରିବାକୁ ପଡିବ । ଏହା ପରେ ସେହି ବ୍ୟକ୍ତି ଅନ୍ୟ ଲୋକଙ୍କ ପ୍ରିପେଡ୍ ନମ୍ବର ରିଚାର୍ଜ କରି କ୍ୟାସବ୍ୟାକ୍ ରୋଜଗାର କରିପାରିବେ । ଏୟାରଟେଲ ପ୍ରୋଗ୍ରାମ ଅଧୀନରେ ରିଚାର୍ଜ କରୁଥିବାବେଳେ ରିଚାର୍ଜ ରାଶିର ୪ ପ୍ରତିଶତ ସ୍ୱୟଂଚାଳିତ ଭାବେ ହ୍ରାସ ପାଇବ ଏବଂ ସୁପରହିରୋକୁ କେବଳ ବଳକା ରାଶି ଦେବାକୁ ପଡ଼ିବ । ଏହି ଉପାୟରେ ସେ ୪ ପ୍ରତିଶତ ରୋଜଗାର କରିପାରିବେ ।