ଏହି ଅଞ୍ଚଳରେ ସବୁଦିନ ପାଇଁ ବ୍ୟାନ୍ ହେବ ବୁର୍ଖା
Advertisement

ଏହି ଅଞ୍ଚଳରେ ସବୁଦିନ ପାଇଁ ବ୍ୟାନ୍ ହେବ ବୁର୍ଖା

ହେଲେ ଆକଳନ କରାଯାଉଛି ଯେ, ବୁର୍ଖା ବ୍ୟାନ ବା ଫେସ କଭର କରାଯିବା ବ୍ୟାନ୍ ନିଷ୍ପତିକୁ ଅନେକାଂଶରେ ଗ୍ରହଣ କରାଯିବ ନାହିଁ ।

ଏହି ଅଞ୍ଚଳରେ ସବୁଦିନ ପାଇଁ ବ୍ୟାନ୍ ହେବ ବୁର୍ଖା

ଜ୍ୟୁରିକ୍: ସମସ୍ତଙ୍କୁ ଜଣା ମୁସଲିମ ସମ୍ପ୍ରଦାୟ ମହିଳାଙ୍କ ପାଇଁ ବୁର୍ଖା ବେଶ ଗୁରୁତ୍ୱପୂର୍ଣ୍ଣ । ତେବେ ସ୍ୱିଜରଲ୍ୟାଣ୍ଡର ସାର୍ବଜନୀନ ସ୍ଥାନ ଗୁଡିକରେ ବୁର୍ଖା ପିନ୍ଧିବା ବା ଅନ୍ୟ କୌଣସି ଉପାୟରେ ନିଜର ଚେହେରା ଢାଙ୍କିବା ଉପରେ ରୋକ ଲଗାଇବା ନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ଯଦି ଏହା ହୁଏ, ତେବେ ମୁସଲିମ ଦେଶ ମାନଙ୍କରେ ଏହାକୁ ନେଇ ଉଦବେଗ ପ୍ରକାଶ ପାଇବା କିଛି ନୂଆ କଥା ନୁହେଁ । ତେବେ ଆସନ୍ତା ରବିବାରରୁ ଏହାକୁ ନେଇ ସ୍ୱିଜରଲ୍ୟାଣ୍ଡ ବାସୀଙ୍କ ପାଇଁ ଏକ ଜନମତ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ହେଲେ ଆକଳନ କରାଯାଉଛି ଯେ, ବୁର୍ଖା ବ୍ୟାନ ବା ଫେସ କଭର କରାଯିବା ବ୍ୟାନ୍ ନିଷ୍ପତିକୁ ଅନେକାଂଶରେ ଗ୍ରହଣ କରାଯିବ ନାହିଁ ।

(Swiss People's Party-SVP) ମୁହଁ ଘୋଡ଼ାଇବା ବିପକ୍ଷରେ ଅଭିଯାନ ଚଳାଇଛି । ପାର୍ଟି ପକ୍ଷରୁ ସ୍ଥାନେ ସ୍ଥାନେ ବୋର୍ଡ ଲଗାଯାଇ ଲୋକଙ୍କୁ ସଚେତନ କରାଯାଉଛି । ଯେଉଁଥିରେ, ବୁର୍ଖା (Burkha) ପିନ୍ଧିଥିବା ମହିଳାଙ୍କ ଫଟୋ ରହିବା ସହ କିଛି ବାର୍ତ୍ତା ରହିଛି । SVP ପାର୍ଟିର ସାଂସଦ କହିଛନ୍ତି ଯେ, ସ୍ୱିଜରଲ୍ୟାଣ୍ଡରେ ମୁହଁ ଦେଖାଇବା ପରମ୍ପରା ରହିଛି । ଏହା ଆମର ନିଜସ୍ୱ ସ୍ୱତନ୍ତ୍ରତାର ସଙ୍କେତ ବୋଲି ସେ କହିଛନ୍ତି ।

Also Read: ପ୍ରଧାନମନ୍ତ୍ରୀଙ୍କ ବାସଗୃହକୁ ସୁଡ଼ଙ୍ଗ

ମିଡିଆ ରିପୋର୍ଟ ଅନୁସାରେ, ଫେସ କଭରିଂ (Face Cover) ବା ମୁହଁ ନଘୋଡାଇବା ସମ୍ବନ୍ଧୀୟ ପ୍ରସ୍ତାବରେ ସିଧାସଳଖ ଇସଲାମ ଓ ମୁସଲିମ (Muslim) ମହିଳାଙ୍କୁ ଇସାରା କରି କୁହାଯାଇନାହିଁ। ଏହି ପ୍ରସ୍ତାବରେ କୁହାଯାଇଛି ଯେ, ଏହାକୁ ବ୍ୟାନ କରିବା ଦ୍ୱାରା ଆତଙ୍କବାଦୀ ଓ ମାସ୍କ ପିନ୍ଧି ଅପରାଧ ଘଟାଉଥିବା ଆତତାୟୀଙ୍କ ଉପରେ ଲଗାମ ଲଗାଯାଇପାରିବ। ଏହି କାରଣରୁ ଫେସ କଭରିଂ ବ୍ୟାନ (Burkha Ban) ହେବା ଜରୁରୀ । ମାତ୍ର ମୁସଲିମ ସଂଗଠନ ଏହାକୁ ବିରୋଧ କରିବା ସହ ଏହା କହିଛନ୍ତି ଯେ, ଏହା ମୁସଲିମ ସମ୍ପ୍ରଦାୟର ମହିଳାଙ୍କ ସ୍ବାଧୀନତା ପରେ ଅଙ୍କୁଶ ଲଗାଇବ।

Also Read: ''ଚାକିରି ନଦେଲେ ତାଜମହଲ ଉଡ଼େଇଦେବି''

ଯଦି ବ୍ୟାନ ଲଗାଯାଉଛି , ତେବେ ସ୍ୱିଜରଲ୍ୟାଣ୍ଡ (Switzerland) ରେ ସରକାରଙ୍କ ବିରୋଧରେ ଅସନ୍ତୋଷ ଦେଖାଦେବ । କାରଣ ବର୍ଷ ୨୦୦୯ରେ ସ୍ବିଜରଲ୍ୟାଣ୍ଡରେ ନୂଆ ମିନାର ତିଆରି ଉପରେ ବ୍ୟାନକୁ ନେଇ ମତଦାନ କରାଯାଇଥିଲା । ଏହାବାଦ୍ ଦେଶରେ ଦୁଇଟି ସ୍ଥାନରେ ପ୍ରଥମରୁ ଫେସ କଭରିଂ (Face Cover) ଉପରେ ବ୍ୟାନ ଜାରି କରାଯାଇଛି । ଯଦି ଚେହେରା ଢାଙ୍କିବାରେ ପ୍ରତିବନ୍ଧକ ଲାଗେ ତେବେ ମୁସଲିମ ସମ୍ପ୍ରଦାୟ ବିରୋଧ କରିବା ସ୍ବାଭାବିକ କଥା । ଯାହା ଫଳରେ ସ୍ବିଜରଲ୍ୟାଣ୍ଡ ସରକାର (Switzerland  Government) ହରଡ଼ଘଣାରେ ପଡ଼ିପାରନ୍ତି ।

 Also Read: ବ୍ଲଗର ଚନ୍ଦନ ସାହୁ, ଯୁବକ ପାଇଁ ପାଲଟିଛନ୍ତି ପ୍ରେରଣା

ଅନ୍ୟପଟେ ବର୍ଷ ୨୦୧୧ ଫ୍ରାନ୍ସ  (France) ରେ ଚେହେରା ପୁରା ଢାଙ୍କିପାରିବେ ନାହିଁ ବୋଲି ବ୍ୟାନ କରାଯାଇଥିଲା । ସେହିପରି ଡେନମାର୍କ, ଅଷ୍ଟ୍ରିଆ, ନେଦରଲ୍ୟାଣ୍ଡ ଓ ବୁଲଗେରିୟାରେ ମଧ୍ୟ ସାର୍ବଜନୀନ ସ୍ଥାନ ଗୁଡ଼ିକରେ ବୁର୍ଖା ପିନ୍ଧିବା ସମ୍ପୂର୍ଣ୍ଣ ରୂପେ ବ୍ୟାନ କରାଯାଇଛି।