Advertisement
Article Detail0/zeeodisha/odisha689609
Zee OdishaOdisha National-Internationalରାଜ୍ୟସଭାର ୧୮ଟି ଆସନ ପାଇଁ ୧୯ ଜୁନରେ ହେବ ମତଦାନ

ରାଜ୍ୟସଭାର ୧୮ଟି ଆସନ ପାଇଁ ୧୯ ଜୁନରେ ହେବ ମତଦାନ

ମାର୍ଚ୍ଚରେ ନିର୍ବାଚନ ଆୟୋଗ ୧୭ଟି ରାଜ୍ୟରେ ରାଜ୍ୟସଭାରେ ୫୫ଟି ଆସନ ପାଇଁ ନିର୍ବାଚନ କରିବାକୁ ଘୋଷଣା କରିଥିଲା । ମାର୍ଚ୍ଚ ୧୮ରେ ଏଥିରୁ ୩୭ଟି ଆସନରେ ପ୍ରାର୍ଥୀ ନିର୍ବିରୋଧରେ ନିର୍ବାଚିତ ହୋଇଥିଲେ । 

ରାଜ୍ୟସଭାର ୧୮ଟି ଆସନ ପାଇଁ ୧୯ ଜୁନରେ ହେବ ମତଦାନ

ନୂଆଦିଲ୍ଲୀ: ରାଜ୍ୟସଭାର ୧୮ଟି ପାଇଁ ଆସନ ନିର୍ବାଚନୀ ତାରିଖ ଘୋଷଣା କରିଛି ନିର୍ବାଚନ ଆୟୋଗ । ରାଜ୍ୟସଭାର ଏହି ଆସନଗୁଡିକ ପାଇଁ ଜୁନ ୧୯ରେ ସକାଳ ୯ଟାରୁ ମତଦାନ ହେବ । ରାଜ୍ୟସଭାର ଏହି ୧୮ଟି ଆସନରୁ ଗୁଜୁରାଟ ଓ ଆନ୍ଧ୍ରପ୍ରଦେଶର ୪-୪ଟି, ରାଜସ୍ଥାନ ଓ ମଧ୍ୟପ୍ରଦେଶର ୩-୩ଟି, ଝାଡଖଣ୍ଡରେ ଦୁଇଟି ଓ ମଣିପୁର ଏବଂ ମେଘାଳୟରେ ଗୋଟିଏ ଲେଖାଏଁ ଆସନ ସାମିଲ ରହିଛି ।

କୋରୋନା ଭୂତାଣୁ ଯୋଗୁଁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ନିର୍ବାଚନ ଆୟୋଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଦେଶରେ, ଆୟୋଗ ସମସ୍ତ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ନିର୍ବାଚନ ପାଇଁ ଜଣେ ବରିଷ୍ଠ ଅଧିକାରୀ ନିଯୁକ୍ତ କରିବାକୁ କହିଛନ୍ତି । ମତଦାନ ବ୍ୟବସ୍ଥା କରିବା ସମୟରେ କୋରୋନା ଭୂତାଣୁ ନିରାକରଣର ସମସ୍ତ ପଦ୍ଧତି ପାଳନ କରିବାକୁ କୁହାଯାଇଛି ।

ମାର୍ଚ୍ଚରେ ନିର୍ବାଚନ ଆୟୋଗ ୧୭ଟି ରାଜ୍ୟରେ ରାଜ୍ୟସଭାରେ ୫୫ଟି ଆସନ ପାଇଁ ନିର୍ବାଚନ କରିବାକୁ ଘୋଷଣା କରିଥିଲା । ମାର୍ଚ୍ଚ ୧୮ରେ ଏଥିରୁ ୩୭ଟି ଆସନରେ ପ୍ରାର୍ଥୀ ନିର୍ବିରୋଧରେ ନିର୍ବାଚିତ ହୋଇଥିଲେ । ଅବଶିଷ୍ଟ ୧୮ଟି ଆସନ ପାଇଁ ନିର୍ବାଚନ ମାର୍ଚ୍ଚ ୨୬ରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ କୋରୋନା ଭାଇରସ ସଙ୍କଟ ଯୋଗୁଁ ନିର୍ବାଚନ ବାତିଲ କରାଯାଇଥିଲା ।

Add Zee News as a Preferred Source
About the Author