ଭାରତ ବିରୋଧି ଯୁଦ୍ଧ ହେଲେ ଲାଭ ପାଇବା ପରିବର୍ତ୍ତେ କ୍ଷୟକ୍ଷତିରେ ଧ୍ୱଂସ ହୋଇଯିବ ଚୀନ |
Trending Photos
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ମହାମାରୀ କରୋନା ଭାଇରସ ବାଣ୍ଟିବା ପରେ ଚୀନା ବିମୁଦ୍ରାକରଣ ଏବଂ ଆଭ୍ୟନ୍ତରୀଣ ପ୍ରସଙ୍ଗରେ ସଂଘର୍ଷ କରୁଛି | ବର୍ତ୍ତମାନ ସ୍ଥିତିରେ ତାଇୱାନ ଏବଂ ହଂକଂ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି | ଗଣତନ୍ତ୍ରର ଠାରୁ ସବୁ ବେଲେ ବିପଦ ଆଶଙ୍କା କରୁଛି ଚୀନ | ଏହି ମାମଲାରୁ ନିଜ ଦେଶର ଲୋକଙ୍କ ଦୃଷ୍ଟି ହଟାଇବା ପାଇଁ ଯୁଦ୍ଧ ଭଳି ବାତାବରଣ ସୃଷ୍ଟି କରୁଛି ଡ୍ରାଗନ ଆର୍ମି |
ବିସ୍ତାରବାଦୀ ନୀତି କାରଣରୁ ଏବେ ଅନ୍ତର୍ଜାତୀୟ ସ୍ତରରେ ଅନେକ ବିରୋଧର ସମ୍ମୁଖିନ ହେଉଛି ଚୀନ | ଏଭଳି ପରିସ୍ଥିତିରେ ଭାରତ ବିରୋଧି ଯୁଦ୍ଧ ସମ୍ଭାବନାକୁ ପ୍ରଶ୍ନ ଉଠିଛି | ହେଲେ ଏହାର ହେଉଛି ଉତ୍ତର ନାଁ । କାରଣ ଚୀନ କାହିଁକି ଏହା କରିପାରିବ ନାହିଁ ତାହା ପଛର ଅନେକ କାରଣ | ଏହା ଉପରେ ପକାନ୍ତୁ ନଜର...
ସାମରିକ ନିୟୋଜନ:
ଯୁଦ୍ଧ ସମୟରେ ଏକ ଦେଶକୁ ଏହା ଆବଶ୍ୟକ ଯେ, ଦେଶରସ ସୈନ୍ୟବାହିନୀକୁ ଯୁଦ୍ଧ କ୍ଷେତ୍ରରେ ପହଞ୍ଚାଇ ପାରୁଥିବା ଦରକାର | ହେଲେ ବର୍ତ୍ତମାନ ଚୀନ ପାଇଁ ଏହାକୁ କାର୍ଯ୍ୟକାରୀ କରିବା ବର୍ତ୍ତମାନ ଚ୍ୟାଲେଞ୍ଜ ହୋଇପଡିଛି | କାରଣ ଦେଶର ଜଳ, ସ୍ଥଳ ଏବଂ ବାୟୁସେନା ବର୍ତ୍ତମାନ ସମସ୍ୟା ମଧ୍ୟରେ ଅଛନ୍ତି | ଗୋଟିଏ ପଟେ ଚୀନାର ଯୁଦ୍ଧ ବିମାନ ତାଇୱାନର ବାୟୁସୀମାରେ ଅନୁପ୍ରବେଶ କରିବାରେ ବ୍ୟସ୍ତ ଅଛନ୍ତି | ଅନ୍ୟପକ୍ଷେ ଦକ୍ଷିଣ ଚୀନ ସାଗରରେ ପ୍ରତିଷ୍ଠା କରିଥିବା କରିଥିବା କୃତ୍ରିମ ଦ୍ୱୀପ ଅଞ୍ଚଳରେ ଉପସ୍ଥିତିକୁ ବୃଦ୍ଧି କରିବାକୁ ନେଇ ଏବେ ସମ୍ପୂର୍ଣ୍ଣ ନୌସେନାକୁ ଆଲର୍ଟ କରି ରଖିଛି ଚୀନ | ଏହି କାରଣରୁ ସେହି ଭୌଗୋଳିକ କ୍ଷେତ୍ର ଅଞ୍ଚଳରେ ଅବସ୍ଥିତ ତାଇୱାନ, ଭିଏତନାମ, ଫିଲିପାଇନ୍ସ, ବ୍ରୁନେଇ, ଇଣ୍ଡୋନେସିଆ ଏବଂ ମାଲେସିଆ ସହ ଚୀନର ସମ୍ପର୍କ ବେଶ ତିକ୍ତତାପୂର୍ଣ୍ଣ ରହିଛି | ବିରୁଦ୍ଧରେ ଛିଡା ହୋଇଛି।
ଚୀନର ପିପୁଲ୍ସ ଲିବରେସନ୍ ଆର୍ମି (People Liberation Army-PLA) କୃତ୍ରିମ ଦ୍ୱୀପପୁଞ୍ଜ ନିର୍ମାଣ କରି ଏଠାରେ ସମରାଭ୍ୟାସ କରୁଛି | କେବଳ ଏତିକି ନୁହେଁ ଜାପାନ ସହିତ ଚୀନ୍ ସମ୍ପର୍କ ଏବେ ବି ଖରାପ | କାରଣ ଚାଇନା ଯ଼ୁଦ୍ଧ ଜାହାଜ ନିକଟରେ ଜାପାନ ଜଳସୀମାକୁ ପ୍ରବେଶ କରିଥିଲା | ଉପରୋକ୍ତ ୬ଟି ଦେଶ ଜାପାନ ସପ୍ତମ ଦେଶ ଯାହାର ଚୀନ ସମ୍ପର୍କ ବିବାଦୀୟ ହୋଇପଡିଛି| ବର୍ତ୍ତମାନ ହଂକଂରେ ଚାଲିଥିବା ଗଣତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନ ଚାଲିଛି | ଭାରତ ସହିତ ଯୁଦ୍ଧ କରିବା ହଂକଂ ପ୍ରସଙ୍ଗରୁ ଧ୍ୟାନ ହଟାଇବା | କାରଣ ସେଠାରେ ବିଦ୍ରୋହ ହେଉ ବୋଲି ଚୀନ ଚାହୁଁ |
ଆଭ୍ୟନ୍ତରୀଣ ବିବାଦ
ଚୀନ ବର୍ତ୍ତମାନ ଦେଶର ଆଭ୍ୟନ୍ତରୀଣ ବିବାଦ ସହ ସଂଘର୍ଷ କରୁ | ତିବ୍ଦତ ଉପରେ ନିଜର ଦାବିକୁ ଆଇନଗତ କରିବାକୁ ଚୀନ ଏବେ ଉଦ୍ୟମ ଜାରି ରଖିଛି | ଏହା ସହିତ ମୋଙ୍ଗୋଲିଆର ଏକତ୍ରୀକରଣ କରିବା ପାଇଁ ବିଶ୍ୱରେ ଓକିଲାତି କରୁଛି | ଏହା ସହ ଜିନଜିଆଙ୍ଗ ପ୍ରଦେଶରେ ମୁସଲମାନମାନଙ୍କ ବିରୋଧରେ ଚାଲିଥିବା ଦମନ ମୂଳକ କାର୍ଯ୍ୟରେ ନିୟୋଜିତ ରହିଛି ଚୀନ ସେନା |
ବଜେଟ୍ ସମସ୍ୟା
ଧରାଯାଉ ଯଦି ଡ୍ରାଗନ ସେନା ଏହି ସମସ୍ତ ଉପରୋକ୍ତ ମାମଲାରୁ ହଟି ଲଦାଖ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଏ, ପ୍ରଶ୍ନ ଉଠିଛି ଚୀନ ସରକାର ଏପର୍ଯ୍ୟନ୍ତ ଯୁଦ୍ଧକୁ ପାଣ୍ଠି ଯୋଗାଇ ପାରିବେ? ଚଳିତ ବର୍ଷର ପ୍ରଥମ ତ୍ରୈମାସରେ ଚାଇନାର ଜିଡିପି ୨୦.୬୫ ଟ୍ରିଲିୟନ୍ ୟୁଆନରେ (୨.୯୧ଟ୍ରିଲିୟନ୍ ଡଲାର) ଛିଡା ହୋଇଛି | ଦେଶର ଜିଡିପି ବର୍ଷକୁ ବର୍ଷ ୬.୯ପ୍ରତିଶତ ହ୍ରାସ ପାଉଛି | କେବଳ ଜିଡିପି ହ୍ରାସ ପାଇନାହିଁ, ଅନ୍ୟ ଦେଶ ସହିତ ଚୀନର ସମ୍ପର୍କ ଖରାପ ହେବା କାରଣରୁ ଅନେକ ଶିଳ୍ପ ସେଠାରୁ ବାହାରକୁ ଚାଲିଯାଉଛି | ସେଠାରେ ଉତ୍ପାଦନ ହ୍ରାସ ପାଇଛି, ଏବଂ ସେଥିପାଇଁ ଚାହିଦା ହ୍ରାସ ପାଇଛି | ଆମଦାନୀ ୮.୫ ପ୍ରତିଶତ ହ୍ରାସ ପାଇଛି |
କରୋନା ଭାଇରସ ଚୀନ୍ର ଅର୍ଥନୀତିକୁ ଗୁରୁତର ଭାବରେ ପ୍ରଭାବିତ କରିଛି | ଯାହାର ଫଳାଫଳସ୍ୱରୂପ ଅନେକ ଲୋକଙ୍କ ଚାକିରୀ ଚାଲିଯାଉଛି ଏବଂ ବିବାଦୀୟ ପରିସ୍ଥିତି ଉପୁଜିଛି | ଯୁଦ୍ଧ ବୋଧ ହୁଏ ଚୀନ ପାଇଁ ଶେଷ ବିକଳ୍ପ ଯାହା ବାବଦରେ ଶେଷ ଚିନ୍ତା କରିବ | ପୂର୍ବରୁ ଦେଶର ଅନେକ ସମସ୍ୟା ସହ ଯୁଦ୍ଧ କରୁଛି ଚୀନ |
ବାଣିଜ୍ୟ ଯୁଦ୍ଧ(trade war)
ଚୀନ-ଆମେରିକା ମଧ୍ୟରେ ଜାରି ରହିଛି ବାଣିଜ୍ୟ ଯୁଦ୍ଧ(trade war)| ଆର୍ଥିକ ଦୃଷ୍ଟିକୋଣରୁ ଅଷ୍ଟ୍ରେଲିଆ ସହ ସଂଘର୍ଷ କରୁଛି ଚୀନ | ଏକ ରିପୋର୍ଟ ଅନୁଯାୟୀ, ଆମେରିକା ସହ ବାଣିଜ୍ୟ ଯୁଦ୍ଧରେ ଗତବର୍ଷର ପ୍ରଥମାର୍ଦ୍ଧରେ ଚୀନ ୩୫ ବିଲିୟନ ଡଲାର ହରାଇଛି | ଏହା ଯୋଗୁଁ କମ୍ପ୍ୟୁଟର ଏବଂ ଅଫିସରେ ବ୍ୟବହାର ହେଉଥିବା ଯନ୍ତ୍ରପାତି କାରାବାର ଅଧିକ ପ୍ରଭାବିତ ହୋଇଥିଲା | ଭାରତ ସହିତ ଲଢିବାର ଅର୍ଥ ଏହା ଯେ, ଭାରତୀୟ ବଜାରରେ ନିଜର ପ୍ରବେଶକୁ ନିଜେ ରୋକିବା | ଯାହା ଫଳରେ ୭୪.୭୨ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନୀ କରିବା ଅଧିକାର ହରାଇବା |
ଋଣଗ୍ରସ୍ତ ପାକିସ୍ତାନ ଏବଂ ନେପାଳକୁ ଛାଡି ବର୍ତ୍ତମାନ ସ୍ଥିତିରେ ଚୀନର ସହଯୋଗୀଙ୍କ ଅଭାବ ରହିଛି | ଯାହା ଭାରତ ବିରୋଧି ଯୁଦ୍ଧରେ ଅବତୀର୍ଣ୍ଣ ହେବା ପାଇଁ ଚୀନ ଅଟକାଉଛି | ଅନ୍ୟପକ୍ଷେ କୂଟନୈତିକ ଏବଂ ସାମରିକ ଦୃଷ୍ଟିକୋଣରୁ ଭାରତର ବିଶ୍ୱର ପ୍ରମୁଖ ଶକ୍ତିଙ୍କ ସମର୍ଥନ ରହିଛି | ଯଦି ଚୀନ୍ ଲଦାଖରେ ଆକ୍ରମଣ କରେ, ଏହାକୁ ସବୁ ଦିଗରୁ ବନ୍ଦ କରିଦିଆଯିବ ଏବଂ ଏହାର ଅର୍ଥନୀତି ଅସ୍ଥିର ହୋଇଉଠିବ | ଆନ୍ତର୍ଜାତୀୟ ସ୍ତରରେ ଏକଘରିଆ ହୋଇଯିବାର ସମ୍ଭାବନା ରହିଛି | ଯାହାକୁ ଚୀନ ବରଦାସ୍ତ କରିପାରିବ ନାହିଁ |