ଶେଷ ହେଲା ଆର୍ମେନିଆ ଓ ଆଜେରବାଇଜାନ ମଧ୍ୟରେ ଯୁଦ୍ଧ, ଜାଣନ୍ତୁ କେତେ ହୋଇଛି କ୍ଷୟକ୍ଷତି ?
Advertisement

ଶେଷ ହେଲା ଆର୍ମେନିଆ ଓ ଆଜେରବାଇଜାନ ମଧ୍ୟରେ ଯୁଦ୍ଧ, ଜାଣନ୍ତୁ କେତେ ହୋଇଛି କ୍ଷୟକ୍ଷତି ?

Armenia-Azerbaijan war: ଆର୍ମେନିଆ ଓ ଆଜେରବାଇଜାନର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଏହି ଆଲୋଚନା ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Vladimir Putin) ଙ୍କ ନିମନ୍ତ୍ରଣ ପରେ ହୋଇଥିଲା । 

ଶେଷ ହେଲା ଆର୍ମେନିଆ ଓ ଆଜେରବାଇଜାନ ମଧ୍ୟରେ ଯୁଦ୍ଧ, ଜାଣନ୍ତୁ କେତେ ହୋଇଛି କ୍ଷୟକ୍ଷତି ?

ନୂଆଦିଲ୍ଲୀ: Armenia-Azerbaijan war: ଶେଷ ହେଲା ଆର୍ମେନିଆ (Armenia) ଓ ଆଜେରବାଇଜାନ (Azerbaijan) ମଧ୍ୟରେ ଚାଲୁଥିବା ଯୁଦ୍ଧ । ଉଭୟ ଦେଶ କହିଛନ୍ତି ଯେ, ନାଗୋର୍ଣ୍ଣୋ-କରାବାଖ ଉପରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ ସେମାନେ ସହମତ ହୋଇଛନ୍ତି । ଏହା ଶନିବାର ଅପରାହ୍ନରୁ ଆରମ୍ଭ ହେବ । ଦୁଇ ଦେଶର ବୈଦେଶିକ ମନ୍ତ୍ରୀମାନେ ଏକ ବୟାନରେ କହିଛନ୍ତି ଯେ, ସଂଘର୍ଷ ବିରାମର ଉଦ୍ଦେଶ୍ୟ ହେଉଛି ବନ୍ଦୀମାନଙ୍କୁ ଅଦଳବଦଳ କରିବା ଏବଂ ମୃତଦେହକୁ ଫେରାଇ ଆଣିବା । ଏହା ପରେ ଅନ୍ୟ ବିଷୟଗୁଡ଼ିକ ଉପରେ ସହମତ ହେବ ବୋଲି ଏଥିରେ କୁହାଯାଇଛି । 

ଆର୍ମେନିଆ ଓ ଆଜେରବାଇଜାନର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଏହି ଆଲୋଚନା ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Vladimir Putin) ଙ୍କ ନିମନ୍ତ୍ରଣ ପରେ ହୋଇଥିଲା । ଏହି ଯୁଦ୍ଧରେ ଅତି କମରେ ୨୦୦ ଲୋକ ପ୍ରାଣ ହରାଇଛନ୍ତି । ଏହାପୂର୍ବରୁ ୨୦୧୬ରେ ନାଗୋର୍ଣ୍ଣୋ-କରାବାଖରେ ଏକ ଭୟଙ୍କର ଯୁଦ୍ଧ ହୋଇଥିଲା । ଯେଉଁଥିରେ ୨୦୦ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଏହି ଘୋଷଣା ପୂର୍ବରୁ ଦୁଇ ଦେଶର ବୈଦେଶିକ ମନ୍ତ୍ରୀମାନେ ଋଷର ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭଙ୍କ ତତ୍ତ୍ୱାବଧାନରେ ମସ୍କୋରେ ୧୦ ଘଣ୍ଟା ଧରି ଆଲୋଚନା କରିଥିଲେ।  ଲାଭ୍ରୋଭ କହିଛନ୍ତି ଯେ, ଏହି ଅସ୍ତ୍ରବିରତି ବିବାଦର ସମାଧାନ ପାଇଁ ଆଲୋଚନାର ବାଟ ଫିଟିବ ।

ଦୁଇ ଦେଶ ମଧ୍ୟରେ ବିବାଦ ସେପ୍ଟେମ୍ବର ୨୭ରେ ଆଜେରବାଇଜାନ ଅଧୀନରେ ଥିବା ନାଗୋର୍ଣ୍ଣୋ-କରାବାଖ ଅଞ୍ଚଳରେ ଆରମ୍ଭ ହୋଇଥିଲା । କିନ୍ତୁ ଏହା ଉପରେ ସ୍ଥାନୀୟ ଆର୍ମେନିଆ ସୈନ୍ୟର ନିୟନ୍ତ୍ରଣ ରହିଛି । ଏହା ହେଉଛି ୧୯୯୪ରେ ଯୁଦ୍ଧ ଶେଷ ହେବା ପରେ ଏହି ଅଞ୍ଚଳର ସବୁଠାରୁ ଗୁରୁତର ସଂଘର୍ଷ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସଂଘର୍ଷରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି ।