ମେ ୨୬ରୁ ୨୮ ମଧ୍ୟରେ ଏହି ୨ ରାଜ୍ୟରେ ପ୍ରବଳ ବର୍ଷିବ
Advertisement
Article Detail0/zeeodisha/odisha686813

ମେ ୨୬ରୁ ୨୮ ମଧ୍ୟରେ ଏହି ୨ ରାଜ୍ୟରେ ପ୍ରବଳ ବର୍ଷିବ

ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଆସାମ ଏବଂ ମେଘାଳୟରେ ଆସନ୍ତା ୩ ଦିନ ପାଇଁ ରେଡ ଆଲର୍ଟ ଜାରି କରାଯାଇଛି । ସେ କହିଛନ୍ତି ଯେ ଉତ୍ତର-ପୂର୍ବ ଭାରତରେ ସର୍ବାଧିକ ବର୍ଷା ମେ ଏବଂ ପରେ ଜୁନ୍ ମାସରେ ହୋଇଥାଏ ।

ମେ ୨୬ରୁ ୨୮ ମଧ୍ୟରେ ଏହି ୨ ରାଜ୍ୟରେ ପ୍ରବଳ ବର୍ଷିବ

ନୂଆଦିଲ୍ଲୀ: ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ଗରମ ସହିବା କଷ୍ଟକର ହୋଇପଡ଼ିଛି । ଏହି ସମୟରେ ଆସାମ ଓ ମେଘାଳୟ ପରି ୨ଟି ଉତ୍ତର-ପୂର୍ବ ରାଜ୍ୟରେ ପ୍ରବଳ ବର୍ଷା ହେବାର ଚେତାବନୀ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) । ଆଇଏମଡିର ଜାତୀୟ ପାଣିପାଗ ପୂର୍ବାନୁମାନ କେନ୍ଦ୍ରର ମୁଖ୍ୟ ଏସ ଦେବୀ କହିଛନ୍ତି ଯେ, ବଙ୍ଗୋପସାଗରରୁ ଦକ୍ଷିଣ-ପଶ୍ଚିମ ପବନର ପ୍ରବଳ ପ୍ରବାହ ହେତୁ ଏହି ଦୁଇ ରାଜ୍ୟରେ ଆର୍ଦ୍ରତା ବହୁତ ବୃଦ୍ଧି ପାଇଛି । ଏହା ବ୍ୟତୀତ ଅନ୍ୟ ଭୌଗୋଳିକ କାରଣରୁ ଉଭୟ ରାଜ୍ୟରେ ପ୍ରବଳ ବର୍ଷା ହେବ । ବିଭାଗ କହିଛି ଯେ ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବାବେଳେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଆସାମ ଏବଂ ମେଘାଳୟରେ ଆସନ୍ତା ୩ ଦିନ ପାଇଁ ରେଡ ଆଲର୍ଟ ଜାରି କରାଯାଇଛି । ସେ କହିଛନ୍ତି ଯେ ଉତ୍ତର-ପୂର୍ବ ଭାରତରେ ସର୍ବାଧିକ ବର୍ଷା ମେ ଏବଂ ପରେ ଜୁନ୍ ମାସରେ ହୋଇଥାଏ ।

ଦେବୀ କହିଛନ୍ତି ଯେ, ସାଇକ୍ଲୋନିକ୍ ଝଡ଼ ଅମ୍ଫାନ୍ ଦ୍ୱାରା ମୌସୁମୀର ଅଗ୍ରଗତି ବାଧାପ୍ରାପ୍ତ ହୋଇଥିଲା । ଏହା ବୁଧବାର ଠାରୁ ଆଗକୁ ବଢ଼ିବ । ଆଇଏମଡି ଅନୁଯାୟୀ, ମୌସୁମୀର ସାମାନ୍ୟ ତିଥିରୁ ୪ ଦିନ ପରେ ଜୁନ ୫ରେ କେରଳରେ ପହଞ୍ଚିବ ବୋଲି ଆଶା କରାଯାଉଛି । ମେ ୩୦ରୁ ଆରବ ସାଗରରେ ଏକ ନିମ୍ନ ଚାପ ମଧ୍ୟ ସୃଷ୍ଟି ହେଉଛି ।

ଲୋ ପ୍ରେସର ଜୋନ୍ ହେଉଛି ଯେକୌଣସି ଘୂର୍ଣ୍ଣିବଳୟର ପ୍ରଥମ ପର୍ଯ୍ୟାୟ । ତଥାପି, ଏହା ଆବଶ୍ୟକ ନୁହେଁ ଯେ ପ୍ରତ୍ୟେକ ନିମ୍ନ ଚାପ କ୍ଷେତ୍ର ଏକ ଘୂର୍ଣ୍ଣିବଳୟରେ ପରିଣତ ହେବ । ଆଇଏମଡି କେରଳ ଏବଂ କର୍ଣ୍ଣାଟକ ଉପକୂଳରେ ଥିବା ମତ୍ସ୍ୟଜୀବୀଙ୍କୁ ମେ ୩୦ରୁ ଜୁନ ୪ ମଧ୍ୟରେ ଗଭୀର ସମୁଦ୍ରକୁ ନ ଯିବାକୁ ଚେତାବନୀ ଦେଇଛି ।

;