Advertisement
Article Detail0/zeeodisha/odisha696876
Zee OdishaOdisha National-Internationalଲଦାଖ ଘଟଣାକୁ ନେଇ ବଡ଼ ବୟାନ ଦେଲା ବୈଦେଶିକ ମନ୍ତ୍ରାଳୟ

ଲଦାଖ ଘଟଣାକୁ ନେଇ ବଡ଼ ବୟାନ ଦେଲା ବୈଦେଶିକ ମନ୍ତ୍ରାଳୟ

ବୈଦେଶିକ ମନ୍ତ୍ରାଳୟ ଆହୁରି ମଧ୍ୟ କହିଛି, ଆମେ ଆଞ୍ଚଳିକ ଅଖଣ୍ଡତା ସୁନିଶ୍ଚିତ କରିବାକୁ ପ୍ରତିବଦ୍ଧ । ଏଲଓସିରେ ଯାହା ଘଟିଲା, ତାକୁ ଏଡ଼ାଇ ଦିଆଯାଇପାରିଥାନ୍ତି । 

ଲଦାଖ ଘଟଣାକୁ ନେଇ ବଡ଼ ବୟାନ ଦେଲା ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଗତକାଲି ରାତିରେ ଭାରତ-ଚୀନ ସୀମାରେ ଯାହା ହେଲା, ତାକୁ ନେଇ ଏବେ ଚର୍ଚ୍ଚା ଜୋରଦାର । ଉଭୟ ଦେଶର ସୈନିକ ମୁହାଁମୁହିଁ ହୋଇଥିଲେ । ଫଳରେ ଭାରତୀୟ ସେନାର ଜଣେ ଅଧିକାରୀଙ୍କ ସମେତ ୩ ଜଣ ଶହୀଦ ହୋଇଛନ୍ତି । ଚୀନ ପକ୍ଷରୁ ମଧ୍ୟ ୫ ଜଣ ଯବାନ ଶହୀଦ ହୋଇଥିବା କୁହାଯାଉଛି । ତେବେ ଏହାକୁ ନେଇ ବଡ଼ ବୟାନ ଦେଇଛି ବୈଦେଶିକ ମନ୍ତ୍ରାଳୟ । 

ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଗତ ୧୫ ତାରିଖ ରାତିରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ହିଂସାତ୍ମକ ଘଟଣା ଘଟିଛି । ଏଥିରେ ଉଭୟ ପକ୍ଷର କ୍ଷତି ହୋଇଛି । କିନ୍ତୁ LAC ଉପରେ ସମସ୍ତ କାର୍ଯ୍ୟକଳାପ ଏହାର ସୀମା ମଧ୍ୟରେ ଅଛି । ସମସ୍ତ ବିବାଦକୁ ଶାନ୍ତିରେ ସମାଧାନ କରିବାକୁ ଚାହୁଁଛନ୍ତି । 
 
ଏହାସହ ବୈଦେଶିକ ମନ୍ତ୍ରାଳୟ ଆହୁରି ମଧ୍ୟ କହିଛି, ଆମେ ଆଞ୍ଚଳିକ ଅଖଣ୍ଡତା ସୁନିଶ୍ଚିତ କରିବାକୁ ପ୍ରତିବଦ୍ଧ । ଏଲଓସିରେ ଯାହା ଘଟିଲା, ତାକୁ ଏଡ଼ାଇ ଦିଆଯାଇପାରିଥାନ୍ତି । 

ଏହା ପୂର୍ବରୁ ଲଦାଖ ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସାମିଲ ହୋଇଥିଲେ । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ ବୈଦେଶିକ ମନ୍ତ୍ରୀ । 

Add Zee News as a Preferred Source
About the Author