)
ନୂଆଦିଲ୍ଲୀ: ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଅଜବ ଗଜବ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ସହ ଅନେକାଂଶରେ ଲୋକ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଆନ୍ତି । ତେବେ ଏହାରି ମଧ୍ୟରେ ଏକ ଜନ୍ମ ହୋଇଥିବା କୁକୁର ଛୁଆର ଫଟୋ ବେଶ ଭାଇରାଲ ହେବାରେ ଲାଗିଛି । ଏହି କୁକୁର ଛୁଆଟିର ଦୁଇଟି ଲାଞ୍ଜ ଥିବା ବେଳେ ୬ଟି ପାଦ ରହିଥିବା ଜଣାପଡ଼ିଛି । ଯାହାକୁ ନେଇ ସୋସିଆଲ ମିଡି଼ଆରେ ଖୁବ ଚର୍ଚ୍ଚା ଲାଗିରହିଛି ।
ଏହି କୁକୁର ଛୁଆ (Dog) ଟି ଆମେରିକାର ଓକଲାହୋମାର ନିଲ ଚିକିତ୍ସା ହସ୍ପିଟାଲରେ ହୋଇଛି । କୁକୁର ଟିର ଜନ୍ମ ହେବା ପରେ ସେଠାରେ ଥିବା ଡାକ୍ତର ଓ ନର୍ସ ଚମକି ପଡ଼ିଥିଲେ । ସେମାନଙ୍କ କହିବା କଥା, ଏମିତି ବିଚିତ୍ର ଘଟଣା ସେ କେବେବି ଦେଖିନଥିଲେ । କୁକୁର ଜନ୍ମ ହେବା ପରେ ଦେଖାଯାଇଥିଲା କି, କୁକୁର ଛୁଆର ୬ଟି ଗୋଡ଼ ରହିଛି ଓ ୨ ଟି ଲାଞ୍ଜ ରହିଛି । ତେବେ ଏହାର ଫଟୋ ହସ୍ପିଟାଲର ସୋସିଆଲ ମିଡିଆ (Social Media) ପ୍ଲାଟଫର୍ମରେ ସେୟାର କରାଯାଇଥିଲା । ଆଉ ଏହି କୁକୁର ଟିର ନାଁ ହସ୍ପିଟାଲ କର୍ତ୍ତୃପକ୍ଷ ସ୍କାଇପର ରଖିଦେଲେ ।
Also Read: ପିଏମ ମୋଦି ନେଲେ କୋରୋନା ଟିକା
ହେଲେ କୁକୁର ଛୁଆଟିର ଜନ୍ମ ପରେ ଡାକ୍ତରଙ୍କ କହିବା କଥା, ଏହି ଅବସ୍ଥାରେ କୁକୁରର ବଞ୍ଚିବା ବହୁତ କଷ୍ଟକର । କାରଣ ଏମିତି ବିଚିତ୍ର ଘଟଣା ଖୁବ କମ ସମୟରେ ଦେଖିବାକୁ ମିଳିଥାଏ । କାରଣ ଏମିତି ଅସ୍ବାଭାବିକ ଭାବେ କୁକୁର ଛୁଆ (Puppy) ଟି ମୃତ୍ୟୁ ଅବସ୍ଥାରେ ଜନ୍ମ ହୋଇଥାନ୍ତା । ତେବେ କୁକୁର ଛୁଆଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର ମାନେ କହିଛନ୍ତି । କୁହାଯାଉଛି କି, ଫିଜିକାଲ ଥେରାପି ବିନା ଏହି କୁକୁର ଛୁଆଟି ଚଲାବୁଲା କରିପାରିବ ନାହିଁ । ସ୍ବାଭାବିକ ଭାବେ ସମସ୍ତେ ଜାଣନ୍ତି କୁକୁର ମାନଙ୍କର ୪ଟି ଗୋଡ଼ ଓ ଗୋଟିଏ ଲାଞ୍ଜ ଥାଏ ଯାହା ଏହି କୁକୁରଟିର ନାହିଁ । ଯାହା ଫଳରେ ହସ୍ପିଟାଲ କର୍ତ୍ତୃପକ୍ଷ (Hospital Worker) ବୋତଲ ସାହାଯ୍ୟରେ ତାହାକୁ ଖାଇବାକୁ ଦେଉଛନ୍ତି ।