Weather Update: ପୁଣି ଥରାଇବ ଶୀତ
Advertisement

Weather Update: ପୁଣି ଥରାଇବ ଶୀତ

Weather Update- କିଛିଦିନ ହେବ ଶୀତରୁ ସାମାନ୍ୟ ଆଶ୍ବସ୍ତି ମିଳିଥିବା ବେଳେ ବର୍ଷା ଯୋଗୁଁ ପୁଣି ବଢିଛି ଶୀତ । ଦିଲ୍ଲୀ ଏନସିଆରରେ ଆଜି ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । 

ସୌ(ସୋସିଆଲ ମିଡିଆ)

Weather Update: ନୂଆଦିଲ୍ଲୀ: ପୁଣିଥରେ ଜାତୀୟ ରାଜଧାନୀ ନୂଆଦିଲ୍ଲୀର (NewDelhi) ପାଣିପାଗରେ (Weather) ପରିବର୍ତ୍ତନ ହୋଇଛି। ବିଗତ ୨୪ ଘଣ୍ଟାରୁ ଊର୍ଦ୍ଧ ସମୟ ଧରି ଦିଲ୍ଲୀ (NewDelhi) ଓ ଏହାର ଆଖପାଖ ଅଞ୍ଚଳରେ ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷା ଲାଗି ରହିଛି। ଗାଜିଆବାଦ (Ghaziabad) ସମେତ ନୋଏଡ଼ାରେ (Noida) ପବନ ସହ ବର୍ଷା ହୋଇଛି। ଫଳରେ ଦିଲ୍ଲୀ (NewDelhi) ସମେତ ଉତ୍ତର ଭାରତରେ (North India) ଥଣ୍ଡାର ମାତ୍ରା ପୁଣି ଥରେ ବଢିଯାଇଛି। ଦିଲ୍ଲୀ (.New Delhi) ଏନସିଆର (Delhi NCR) ଅଞ୍ଚଳରେ ଗତ ରାତି ତମାମ ଲାଗି ରହିଥିଲା ବର୍ଷା। ଏହା ଫଳରେ ପୁଣି ଥରେ ଖସିଛି ପାରଦ। ପାଣିପାଗ ବିଭାଗ (Weather Update) ପକ୍ଷରୁ ସୂଚନା ଅନୁଯାୟୀ, ଗତ ରବିବାର ଭଳି ଆଜି ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ବର୍ଷା ଯୋଗୁଁ ଦିଲ୍ଲୀରେ ପୁଣି ଥରେ ପାଗ ବଦଳିବା ସହ ଥଣ୍ତା ବଢିପାରେ । ଅନୁମାନ କରାଯାଉଛି ଦିଲ୍ଲୀ ଏନସିଆର ସମେତ ଏହାର ଆଖପାଖ ଅଞ୍ଚଳରେ ମଧ୍ଯ ଆଜି ବର୍ଷା ହେବାର ସମ୍ଭାବନା ରହିଛି । IMD (India Meteorological Department) ପକ୍ଷରୁ ଏନେଇ ଆଲର୍ଟ (Alert) ଜାରି କରାଯିବା ସହ କିଛି ଦିନ ଯାଏଁ ବର୍ଷା ସମ୍ଭାବନା ରହିଥିବା ସୂଚନା ଦିଆଯାଇଛି । ବର୍ଷା  ଫଳରେ ଉତ୍ତର ଭାରତରେ ପ୍ରବଳ କୁହୁଡି଼ ହେବାର ମଧ୍ୟ ସମ୍ଭାବନା ରହିଛି । ପାହାଡି଼ଆ ଅଞ୍ଚଳରେ ବର୍ଷା ସହ ତୁଷାରପାତ ଯୋଗୁଁ ତାପମାତ୍ରାରେ ହ୍ରାସ ପାଇବା ସହ ଥଣ୍ତା ବଢିଛି।  ସୂଚନା ଅନୁଯାୟୀ ଗତକାଲି ଦିଲ୍ଲୀ ଏନସିଆରରେ( ନୋଏଡ଼ା, ଗେଟର ନୋଏଡ଼ା, ଫରିଦାବାଦ ନୂଆ ଦିଲ୍ଲୀ) ସମେତ କିଛି ଅଞ୍ଚଳ ହଲକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା ।

IMD ପକ୍ଷରୁ ସୂଚନା ମିଳିଛି ଯେ, ସୋମବାର ଉତ୍ତରପ୍ରଦେଶରେ ବର୍ଷା ହେବାର ସମ୍ଭବନା ରହିଛି ସେପଟେ ଲକ୍ଷ୍ମୌରେ ମଧ୍ୟ ବର୍ଷା ଯୋଗୁଁ ତାପମାତ୍ରରେ ହ୍ରାସ ହୋଇପାରେ । ପାଖାପାଖି ୧୩ ଡ଼ିଗ୍ରୀ ଯାଏଁ ତାପମାତ୍ରା ଖସିବା ନେଇ ଆକଳନ କରାଯାଇଛି । ଦିଲ୍ଲୀ ଏନସିଆର ସମେତ ଗୁଜୁରାଟ ଓ ମଧ୍ୟପ୍ରଦେଶର କିଛି ଅଞ୍ଚଳରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଅନ୍ୟପଟେ ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ପଶ୍ଚିମ ଉତ୍ତରପ୍ରଦେଶରେ କୁଆପଥର ବର୍ଷା ନେଇ ସମ୍ଭାବନା ରହିଛି ।

ପାହାଡ଼ିଆ ଅଞ୍ଚଳରେ ଆଲର୍ଟ ଜାରି –ଜମ୍ମୁ କାଶ୍ମୀର ସମେତ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ତରେ ମଧ୍ୟ ପ୍ରବଳ ବର୍ଷା ଓ ତୁଷାରପାତ ଯୋଗୁଁ IMD ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି (Orange Alert) କରାଯାଇଛି । ଏଭଳି ପରିସ୍ଥିତିରେ ଅତ୍ୟନ୍ତ ଆବଶ୍ୟକ ପଡି଼ଲେ ଲୋକଙ୍କୁ ଘର ବାହାରକୁ ଯିବା ଲାଗି ପରାମର୍ଶ ଦିଆଯାଇଛି ।

Also Read: ନ୍ୟୁଜିଲ୍ୟାଣ୍ଡ ଅଧିନାୟକ 'ଚୋରି' କଲେ ହାର୍ଦ୍ଦିକଙ୍କ ପ୍ଲାନ୍, ଦ୍ୱିତୀୟ ଟି-20 ମ୍ୟାଚରେ ସୃଷ୍ଟି ହେଲା ଏହି ବଡ଼ ବିଶ୍ୱ ରେକର୍ଡ

Also Read: Nabakishore Das Death: ନବଦାସଙ୍କ ହତ୍ୟାକାଣ୍ଡ: ଫେଲ ମାରିଛି କି ଗୁଇନ୍ଦା ବିଭାଗ !