ଏ ସବୁ ସ୍ଥାନରେ ଆଗାମୀ ୫ ଦିନ ହୋଇପାରେ ପ୍ରବଳ ବର୍ଷା, ଜାଣି ନିଅନ୍ତୁ ପାଣିପାଗ ବିଭାଗର ଆଲର୍ଟ
Advertisement

ଏ ସବୁ ସ୍ଥାନରେ ଆଗାମୀ ୫ ଦିନ ହୋଇପାରେ ପ୍ରବଳ ବର୍ଷା, ଜାଣି ନିଅନ୍ତୁ ପାଣିପାଗ ବିଭାଗର ଆଲର୍ଟ

ଆଇଏମଡି (IMD) କହିଛି ଯେ ଏପ୍ରିଲ ୧୪-୧୬ ମଧ୍ୟରେ ତାମିଲନାଡୁର ଦକ୍ଷିଣ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ, କେରଳ, ମାହେ ଏବଂ କର୍ଣ୍ଣାଟକର ଉପକୂଳ ତଥା ଦକ୍ଷିଣ ଦୁର୍ଗମ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏ ସବୁ ସ୍ଥାନରେ ଆଗାମୀ ୫ ଦିନ ହୋଇପାରେ ପ୍ରବଳ ବର୍ଷା, ଜାଣି ନିଅନ୍ତୁ  ପାଣିପାଗ ବିଭାଗର ଆଲର୍ଟ

ନୂଆଦିଲ୍ଲୀ: ଭାରତ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ଏପ୍ରିଲ ୧୨ରେ ଦେଶର ଅନେକ ସ୍ଥାନରେ ଆଗାମୀ ୫ ଦିନରେ ବର୍ଷା (Rains) ର ଆଲର୍ଟ ଜାରି କରିଛି । ଆଇଏମଡି ଅନୁଯାୟୀ, ଦକ୍ଷିଣ ଉପଦ୍ୱୀପରେ ଘୂର୍ଣ୍ଣିବଳୟ ଉଠିବା କାରଣରୁ ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଦେଶର ଦକ୍ଷିଣ-ପଶ୍ଚିମ ଭାଗରେ ଘୂର୍ଣ୍ଣିଝଡ଼ ଏବଂ ବଜ୍ରପାତ ସହ ସାମାନ୍ୟ ବର୍ଷା ଠାରୁ ଆରମ୍ଭ କରି ପ୍ରବଳ ବର୍ଷା (Heavy Rain) ହୋଇପାରେ । ଏହି ସମୟ ମଧ୍ୟରେ ପବନର ବେଗ ଘଣ୍ଟା ୩୦-୪୦ କିଲୋମିଟର ରହିବ ବୋଲି ସମ୍ଭାବନା ରହିଛି ।

ଅଧିକ ପଢ଼ନ୍ତୁ:-ଦେଶରେ କୋରୋନାର ତାଣ୍ଡବ: ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ, ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁ

କେଉଁଠାରେ ହେବ ବର୍ଷା 
 
ଆଇଏମଡି (IMD) କହିଛି ଯେ ଏପ୍ରିଲ ୧୪-୧୬ ମଧ୍ୟରେ ତାମିଲନାଡୁର ଦକ୍ଷିଣ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ, କେରଳ, ମାହେ ଏବଂ କର୍ଣ୍ଣାଟକର ଉପକୂଳ ତଥା ଦକ୍ଷିଣ ଦୁର୍ଗମ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ ଦକ୍ଷିଣ ପଶ୍ଚିମ ମଧ୍ୟପ୍ରଦେଶ ଏବଂ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି କାରଣରୁ ମଧ୍ୟପ୍ରଦେଶ, ବିଦର୍ଭ, ତେଲେଙ୍ଗାନା, ଛତିଶଗଡ, ପଶ୍ଚିମବଙ୍ଗର ଗଙ୍ଗା କ୍ଷେତ୍ର ଏବଂ ଓଡିଶାରେ ଆସନ୍ତା ଚାରି-ପାଞ୍ଚ ଦିନ ମଧ୍ୟରେ ଓ ଝାଡଖଣ୍ଡରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡ଼ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି ।

ଅଧିକ ପଢ଼ନ୍ତୁ:-ଏହି ୪ଟି କାରଣରୁ ଭାରତରେ ତିନି ଗୁଣ ବଢ଼ିଛି କୋରୋନା ସଂକ୍ରମଣ, ସୁସ୍ଥ ହୋଇଥିବା ଲୋକଙ୍କୁ ପୁଣିଥରେ ସଂକ୍ରମିତ ହେବାର ଭୟ

ଏଠାରେ ହେବ ଭାରି ଧୂଳି ଝଡ଼

ପାଣିପାଗ ବିଜ୍ଞାନ କେନ୍ଦ୍ର (Metrological Department) କହିଛି ଯେ, ତାଜା ୱେଷ୍ଟର୍ଣ୍ଣ ଡିଷ୍ଟର୍ଭେନ୍ସ ଯୋଗୁଁ ହିମାଳୟ କ୍ଷେତ୍ରରେ ଏପ୍ରିଲ ୧୪-୧୭ ମଧ୍ୟରେ ଓ ଏହାର ସଂଲଗ୍ନ ସମତଳ ଅଞ୍ଚଳରେ ଏପ୍ରିଲ ୧୫-୧୭ ମଧ୍ୟରେ ବର୍ଷାର ପୂର୍ବାନୁମାନ କରାଯାଇଛି । ବିଭାଗ ଅନୁଯାୟୀ, ଜମ୍ମୁ କାଶ୍ମୀର, ଲଦାଖ, ଗିଲଗିଟ-ବାଲୁଚିସ୍ତାନ, ମୁଜାଫରବାଦ ଏବଂ ହିମାଚଳ ପ୍ରଦେଶରେ ଏପ୍ରିଲ ୧୪-୧୬ ମଧ୍ୟରେ କୁଆପଥର ବର୍ଷା ହୋଇପାରେ । ଏହି ଅନୁଯାୟୀ, ଏପ୍ରିଲ ୧୪ ଏବଂ୧୫ ମଧ୍ୟରେ ପଶ୍ଚିମ ରାଜସ୍ଥାନର କେତେକ ଅଞ୍ଚଳରେ ଧୂଳି ଝଡ ହୋଇପାରେ ।