• ଆସନ୍ତା ୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି
  • SCBରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା
  • ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ ପରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସୂଚନା
  • ସମସ୍ତ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନଜର ରଖାଯାଇଛି
  • ସବୁ ଜିଲ୍ଲାର ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛ, ୫ରୁ ୬ଟି ଟିମ୍ ଗଠନ ହୋଇଛି
  • ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୩ଶହ ୭୯ ପଜିଟିଭ୍
  • ଆଜିଠୁ ଆସନ୍ତା ୧୪ ତାରିଖ ଯାଏଁ ସାରା ଦେଶରେ ଟିକା ଉତ୍ସବ
  • ଆଇପିଏଲ ଲଢେଇ: ଆଜି ମୁହାଁମୁହିଁ ହେବେ କୋଲକାତା-ହାଇଦ୍ରାବାଦ
  • ଆଗାମୀ ୫ ଦିନ ଯାଏ ରାଜ୍ୟରେ ଝଡ଼ବର୍ଷା ସହ ବଜ୍ରପାତ ଆଶଙ୍କା
  • କାଲି ସକାଳ ସୁଦ୍ଧା ୧୬ ଜିଲ୍ଲାରେ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଏମିତି ଏକ ଦେଶ, ଯେଉଁଠି ରାସ୍ତା ମଝିରେ ଗାଡ଼ିରୁ ପେଟ୍ରୋଲ ସରିଗଲେ ମିଳେ କଠୋର ଦଣ୍ଡ

ଦୁନିଆରେ ଏମିତି ଏକ ଦେଶ ତାହା ହେଉଛି ଜର୍ମାନୀ ଦେଶ । ଆଜ୍ଞା ହଁ ଏହି ଦେଶରେ ଆପଣଙ୍କୁ ରହିବାକୁ ହେଲେ ଏହି ଅଦ୍ଭୁତ କାନୁନ ବିଷୟରେ ଜାଣିବା ନିହାତି ଦରକାର ।

ଏମିତି ଏକ ଦେଶ, ଯେଉଁଠି ରାସ୍ତା ମଝିରେ ଗାଡ଼ିରୁ ପେଟ୍ରୋଲ ସରିଗଲେ ମିଳେ କଠୋର ଦଣ୍ଡ

ନୂଆଦିଲ୍ଲୀ: ଦୁନିଆରେ ଅନେକ ଦେଶ ଅଛି ଯେଉଁଠି ଅପରାଧ କଲେ ମିଳେ ଯମ ଯନ୍ତ୍ରଣା ଦଣ୍ଡ । ସେହି ଅପରାଧ ଭିତରେ ରହିଛି ଦୁଷ୍କର୍ମ ବା ଚୋରି କିମ୍ବା ହତ୍ୟା ଭଳି ଅପରାଧ । ଏକଥା ଆପଣ ଅଳ୍ପ ବହୁତେ ଜାଣି ବି ଥିବେ କି, କିଛି କିଛି ଦେଶରେ ଦୁଷ୍କର୍ମ କଲେ ହାତାକାଟି ଦେବା ସହ ସର୍ବ ସମ୍ମୁଖରେ ଫାଶିରେ ଝୁଲାଇଦିଅନ୍ତି । ତେବେ ବିଭିନ୍ନ ରାଷ୍ଟ୍ରରେ ନିଜ ନିଜ ଆଇନ ବଳରେ ଚାଲିଥାଏ ଶାସନ । ହେଲେ କେବେ ଶୁଣିଛନ୍ତି କି, ରାସ୍ତା ମଝିରେ ଯଦି ଆପଣଙ୍କ ଗାଡି଼ରୁ ତେଲ ବା ପେଟ୍ରୋଲ ସରିଯାଏ ତେବେ ଦଣ୍ଡ ମିଳେ । ତେବେ ଚାଲନ୍ତୁ ଜାଣିବା ଏମିତି ଏକ ଦେଶ ବିଷୟରେ...

ଦୁନିଆରେ ଏମିତି ଏକ ଦେଶ ତାହା ହେଉଛି ଜର୍ମାନୀ (Germany) ଦେଶ । ଆଜ୍ଞା ହଁ ଏହି ଦେଶରେ ଆପଣଙ୍କୁ ରହିବାକୁ ହେଲେ ଏହି ଅଦ୍ଭୁତ କାନୁନ ବିଷୟରେ ଜାଣିବା ନିହାତି ଦରକାର । ସେଠାରେ ଥିବା ଲୋକମାନେ ଯେତେ ଦ୍ରୁତଗତିରେ ଗାଡ଼ି ଚଳାଇଲେ ବି କୌଣସି  ସମସ୍ୟା ଦେଖାଯାଇନଥାଏ ବା କୌଣସି ଦଣ୍ଡ ମିଳିନଥାଏ । ମାତ୍ର ଯଦି, ରାସ୍ତା ମଝିରେ ଆପଣଙ୍କ ଗାଡ଼ିରୁ ତେଲ ସରିଯାଉଛି ତେବେ ଏହାକୁ ଏକ ଅପରାଧ (Crime) ବୋଲି ବିବେଚନା କରାଯାଏ ।

Also Read: ବାଇଡେନଙ୍କୁ ପରମାଣୁ ବୋମାରେ ସ୍ୱାଗତ କରିବେ କିମ ଜଙ୍ଗ ଉନ!

ଯାହାଫଳରେ ଚାଳକଙ୍କୁ ଦଣ୍ଡ (Punishment) ମିଳିବା ସହ ଗଣିବାକୁ ପଡ଼େ ମୋଟା ଅଙ୍କର ଜୋରିମାନା (Fine) ।  ଆଉ ଏକ ଅଦ୍ଭୁତ ଘଟଣା ଏହି ଦେଶ ବିଷୟରେ ଆପଣଙ୍କୁ ଆମେ ଜଣାଉଛୁ । ଯଦି କିଏ ଆପଣଙ୍କୁ କଲ କରେ ତେବେ ଆପଣ ପ୍ରଥମେ ହ୍ୟାଲୋ (Hello) କୁହନ୍ତି ହେଲେ ଏହି ଦେଶରେ କେହି କଲ୍ ଉଠାଇବା ମାତ୍ରେ ହ୍ୟାଲୋ କୁହନ୍ତିନି ବରଂ ନିଜର ନାମ (Name) କୁହନ୍ତି।

ସେହିପରି ଦୁନିଆର ସବୁଠାରୁ ବଡ଼ ଚର୍ଚ୍ଚ (Church) ଏହି ଦେଶରେ ଦେଖିବାକୁ ମିଳିଥାଏ । ଏହି ଚର୍ଚ୍ଚର ନାଁ ଉଲମ୍ ମିନିଷ୍ଟର (Ulm Minister) ଚର୍ଚ୍ଚ । ଏହି ଚର୍ଚ୍ଚର ଉଚ୍ଚତା ୫୩୦ ଫୁଟ ଏବଂ ଏଥିରେ ପ୍ରାୟ ୨୦୦୦ ଲୋକ ଏକାଥରେ ବସି ପ୍ରାର୍ଥନା (Prayer) କରିପାରିବେ ।

Also Read: ବାଇଡେନଙ୍କ ଶପଥ ଗ୍ରହଣ ପୂର୍ବରୁ କାହିଁକି ବିଚଳିତ Facebook-Twitter?

ଅନ୍ୟପଟେ ସବୁଆଡ଼େ ଆଡଭାନ୍ସଡ୍ ହାପି ବର୍ଥ ଡେ (Advanced Happy Birth Day) ବା ଆଗୁଆ ଜନ୍ମଦିନର ଶୁଭେଚ୍ଛା ଦିଆଗଲେ ଅଶୁଭ ବୋଲି ମାନନ୍ତିନି । ହେଲେ ଏହି ଦେଶରେ କେହି କାହାକୁ ଆଗୁଆ ଜନ୍ମଦିନର ଶୁଭେଚ୍ଛା ଦିଅନ୍ତି ନାହିଁ କାରଣ ଏହାକୁ ଅଶୁଭ ବୋଲି ମାନନ୍ତି ।