Advertisement
Article Detail0/zeeodisha/odisha863004

ଘାରିଛି ବିଜେପି ଭୟ, ଚଣ୍ଡିପାଠରେ ବ୍ୟସ୍ତ ଦିଦି: ଅଧୀର

 ମମତା ବାନାର୍ଜୀ ପ୍ରଥମ ଥର ପାଇଁ ନିଜକୁ ବ୍ରାହ୍ମଣ ବୋଲି କହି ଆସୁଛନ୍ତି । ଏପରିକି ଏହାକୁ ପ୍ରମାଣିତ କରିବାକୁ ମଧ୍ୟ ପ୍ରୟାସ ଜାରି ରଖିଛନ୍ତି । 

ଘାରିଛି ବିଜେପି ଭୟ, ଚଣ୍ଡିପାଠରେ ବ୍ୟସ୍ତ ଦିଦି: ଅଧୀର

ନୂଆଦିଲ୍ଲୀ: ଭୋଟ ପଡ଼ିବା ପୂର୍ବରୁ ରାଜନୈତିକ ଦଳ ମଧ୍ୟରେ ପରସ୍ପର ପ୍ରତି ଆକ୍ରମଣାତ୍ମକ ମନୋଭାବ ଏବେ ସ୍ପଷ୍ଟ ବାରି ହୋଇପଡ଼ିଲାଣି । ପରସ୍ପରକୁ ଆକ୍ଷେପ କରିବା କଡ଼ା ଭାଷାରେ ସମାଲୋଚନା କରିବା ଏବେ ପ୍ରଚାର ମୈଦାନରେ ଦେଖିବାକୁ ମିଳୁଛି । ତେବେ ଏହି ନିର୍ବାଚନ ଯେ, ତୃଣମୂଳ କଂଗ୍ରେସ (TMC) ଓ ବିଜେପି (BJP) ମଧ୍ୟରେ କଡ଼ା ଟକ୍କର ହେବ ସେନେଇ ମଧ୍ୟ ରାଜ୍ୟବାସୀ ଏକ ପ୍ରକାର ସ୍ପଷ୍ଟ ହୋଇ ପଡ଼ିଲେଣି ।

ରାଜନୈତିକ ମୈଦାନରେ ଏବେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ବୟାନବାଜି ଜାରି ରହିଥିବା ବେଳେ ଏବେ କଂଗ୍ରେସ ତୃଣମୂଳ କଂଗ୍ରେସକୁ ଟାର୍ଗେଟ କରିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ସାଂସଦ ଅଧିର ରଞ୍ଜନ ଚୌଧୂରୀ । ଅଧିର କହିଛନ୍ତି କି, ମମତା ବାନାର୍ଜୀ ପ୍ରଥମ ଥର ପାଇଁ ନିଜକୁ ବ୍ରାହ୍ମଣ ବୋଲି ପ୍ରମାଣିତ କରିବାକୁ ପ୍ରୟାସ ଜାରି ରଖିଛନ୍ତି । 

ଅଧୀର ଆହୁରି ମଧ୍ୟ କହିଛନ୍ତି କି, ଏହି ନିର୍ବାଚନରେ ସାଧାରଣ ଲୋକଙ୍କ ସମସ୍ୟା କଥା କେହି କହୁନାନାହନ୍ତି । ନିଜ ସ୍ୱାର୍ଥକୁ କିପରି ସଫଳ ରୂପାୟନ ଦେଇହେବ ସେନେଇ ସମସ୍ତ ରାଜନୈତିକ ଦଳ ଚିନ୍ତିତ । ଏହା ବ୍ୟତୀତ କେବଳ ସୋନାର ବାଙ୍ଗଲାକୁ ଢାଲ କରି ବିଜେପି ଓ ଟିଏମସି ଲୋକଙ୍କ ଠାରୁ ଭୋଟ ଭିକ୍ଷା କରି ଆସୁଛନ୍ତି । ମମତା ବାନାର୍ଜୀ ପ୍ରଥମ ଥର ପାଇଁ ନିଜକୁ ବ୍ରାହ୍ମଣ ବୋଲି କହି ଆସୁଛନ୍ତି । ଏପରିକି ଏହାକୁ ପ୍ରମାଣିତ କରିବାକୁ ମଧ୍ୟ ପ୍ରୟାସ ଜାରି ରଖିଛନ୍ତି । 

Add Zee News as a Preferred Source

ସେ ଆହୁରି ମଧ୍ୟ କହିଛନ୍ତି କି, ହିଜାବ ପିନ୍ଧୁଥିବା ନେଇ ମମତା ପୂର୍ବରୁ କହି ଆସୁଥିବା ବେଳେ ମୁସଲିମମାନଙ୍କ ସୁରକ୍ଷା ମୋର ବୋଲି କହୁଥିଲେ । ଏବେ ତାଙ୍କର ଏହି ମତରେ ପରିବର୍ତ୍ତନ ଆସିଛି । ଆଜିକାଲି ସେ ଚଣ୍ଡି ପାଠ କରୁଥିବା ଦେଖିବାକୁ ମିଳୁଛି । ବିଜେପିର ଡରରେ ଏସବୁ କରୁଥିବା ନେଇ ଅଧୀର ରଞ୍ଜନ କହିଥିଲେ । ଅଧୀର ଆହୁରି ମଧ୍ୟ କହିଥିଲେ କି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପଶ୍ଚିମବଙ୍ଗ ନିର୍ବାଚନରେ ପ୍ରଚାର ମୈଦାନକୁ ଓହ୍ଲାଇବେ । 

ଏଠାରେ କହି ରଖୁଛୁ କି, ବିଧାନସଭା ନିର୍ବାଚନ ପାଇଁ ବିଜେପି ଓ ତୃଣମୂଳ କଂଗ୍ରେସକୁ ଟକ୍କର ଦେବାକୁ କଂଗ୍ରେସ, ଆଇଏସଏଫ ଓ ବାମ ଦଳ ମେଣ୍ଟ ଗଠନ କରିଛନ୍ତି । କଂଗ୍ରେସ ଏହି ନିର୍ବାଚନରେ ୯୨ଟି ଆସନରେ ପ୍ରାର୍ଥୀ ଦେଉଥିବା ବେଳେ ସିପିଏମ ୧୩୦ଟି, ଆଇଏସଏଫ ୩୭, ପରଓ୍ୱାର୍ଡ ବ୍ଲକ ୧୫, ଆରଏସପି ୧୧ ଓ ସିପିଆଇ ୯ଟି ଆସନରେ ପ୍ରାର୍ଥୀ ଦେବାକୁ ସ୍ଥିର ହୋଇଛି । 

About the Author