ନିର୍ବାଚନ ପୂର୍ବରୁ ମମତାଙ୍କୁ ବଡ଼ ଝଟକା, ବିଜେପିରେ ସାମିଲ ହେଲେ ୫ ଟିଏମସି ବିଧାୟକ
Advertisement

ନିର୍ବାଚନ ପୂର୍ବରୁ ମମତାଙ୍କୁ ବଡ଼ ଝଟକା, ବିଜେପିରେ ସାମିଲ ହେଲେ ୫ ଟିଏମସି ବିଧାୟକ

West Bengal Assembly polls 2021: ପଶ୍ଚିମବଙ୍ଗ ବିଧାନସଭାରେ ମୋଟ ୨୯୪ଟି ଆସନ ପାଇଁ ୮ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟର ନିର୍ବାଚନ ମାର୍ଚ୍ଚ ୨୭ରେ ଅନୁଷ୍ଠିତ ହେବ । ଫଳାଫଳ ମେ ୨ରେ ଆସିବ ।

ନିର୍ବାଚନ ପୂର୍ବରୁ ମମତାଙ୍କୁ ବଡ଼ ଝଟକା, ବିଜେପିରେ ସାମିଲ ହେଲେ ୫ ଟିଏମସି ବିଧାୟକ

କଲକାତା: West Bengal Assembly polls 2021: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗିଛନ୍ତି ସମସ୍ତ ରାଜନୈତିକ ଦଳ । ଏହି ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଙ୍କ ଦଳ ତୃଣମୂଳ କଂଗ୍ରେସ (TMC) କୁ ବଡ଼ ଝଟକା ଲାଗିଛି । ସୋମବାର ଦଳର ୫ ଜଣ ବିଧାୟକ ବିଜେପି (BJP) ରେ ଯୋଗଦେଇଛନ୍ତି । ସେମାନେ ହେଉଛନ୍ତି ସୋନାଲି ଗୁହା, ଦିପେନ୍ଦୁ ବିଶ୍ୱାସ, ରବୀନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ, ଜଟୁ ଲାହିରି ଏବଂ ହବିବପୁରରୁ ଟିଏମସି ପ୍ରାର୍ଥୀ ସରଲା ମୁର୍ମୁ । ନିର୍ବାଚନ ପୂର୍ବରୁ ଅନେକ ଟିଏମସି ନେତା ବିଜେପିରେ ଯୋଗ ଦେଇସାରିଛନ୍ତି । ହବିପୁର ବିଧାନସଭା ଆସନରୁ ଟିଏମସି ସରଲା ମୁର୍ମୁଙ୍କୁ ପ୍ରାର୍ଥୀ କରିଥିଲା । ତା’ପରେ ଦଳ ପକ୍ଷରୁ ଏକ ବୟାନ ଜାରି କରାଯାଇଥିଲା ଯେ ଅସୁସ୍ଥତା ହେତୁ ପ୍ରାର୍ଥୀ ବଦଳାଯାଉଛି ଏବଂ ପ୍ରଦୀପ ବସକୀ ପ୍ରାର୍ଥୀ ହେବେ । ବର୍ତ୍ତମାନ ସରଲା ମୁର୍ମୁ ବିଜେପିରେ ଯୋଗ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ:-ମହାରାଷ୍ଟ୍ର-ଦିଲ୍ଲୀ ସମେତ ଏହି ୯ଟି ରାଜ୍ୟରେ ଦୁଇରୁ ତିନି ଗୁଣ ଯାଏ ବଢ଼ି ଯାଇଛି କୋରୋନାର ଡେଲି ରିପୋର୍ଟ

ପଶ୍ଚିମବଙ୍ଗ ବିଧାନସଭାରେ ମୋଟ ୨୯୪ଟି ଆସନ ପାଇଁ ୮ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟର ନିର୍ବାଚନ ମାର୍ଚ୍ଚ ୨୭ରେ ଅନୁଷ୍ଠିତ ହେବ । ଫଳାଫଳ ମେ ୨ରେ ଆସିବ ।

ଅଧିକ ପଢ଼ନ୍ତୁ:-ବଦଳିଯିବ ଅଫିସର ନିୟମ: କର୍ମଚାରୀଙ୍କୁ ସପ୍ତାହରେ ୪ ଦିନ କରିବାକୁ ପଡିବ କାମ, ୩ ଦିନ ମିଳିବ ଛୁଟି!

ଯଦି ଆମେ ଗତ ନିର୍ବାଚନ, ଅର୍ଥାତ୍ ୨୦୧୬ ବିଧାନସଭା ନିର୍ବାଚନ ବିଷୟରେ କହିବା, ତେବେ ମମତା ବାନାର୍ଜୀଙ୍କ ରାଜ୍ୟରେ ଏକଛତ୍ର ଶାସନ ଥିଲା । ଅର୍ଥାତ୍ ଟିଏମସି ଆଖପାଖରେ ଅନ୍ୟ କୌଣସି ଦଳ ଦେଖିବାକୁ ମିଳି ନ ଥିଲା । ଏହି ନିର୍ବାଚନରେ ​​ଟିଏମସି ୨୯୪ଟି ଆସନ ମଧ୍ୟରୁ ମୋଟ ୨୧୧ଟି ଆସନ ଜିତିଥିଲା । ଦ୍ୱିତୀୟ ନମ୍ୱରରେ କଂଗ୍ରେସ (Congress) ଥିଲା । ଯାହାକୁ ୪୪ ଆସନ ମିଳିଥିଲା । ଏଥର ବିଜେପି ଓ ଟିଏମସି ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ଦେଖିବାକୁ ମିଳିପାରେ ।