ପଶ୍ଚିମବଙ୍ଗ ରାଜ୍ୟପାଳ ମଧ୍ୟ ଏନେଇ ଟ୍ୱିଟ କରିଛନ୍ତି ।
Trending Photos
କୋଲକତା: ଝୁଲନ୍ତା ଅବସ୍ଥାରେ ମିଳିଲା ବିଜେପି ବିଧାୟକଙ୍କ ମୃତଦେହ । ପଶ୍ଚିମବଙ୍ଗ ହେମତାବାଦର ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ତାଙ୍କ ଗାଁ ନିକଟରେ ହିଁ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ତେବେ ଏହାକୁ ହତ୍ୟା ବୋଲି ଅଭିଯୋଗ ଆଣିଛି ଭାରତୀୟ ଜନତା ପାର୍ଟି । ପଶ୍ଚିମବଙ୍ଗ ରାଜ୍ୟପାଳ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମଧ୍ୟ ଏନେଇ ଟ୍ୱିଟ କରିଛନ୍ତି ।
The suspected heinous killing of Debendra Nath Ray, BJP MLA from Hemtabad in West Bengal, is extremely shocking and deplorable. This speaks of the Gunda Raj & failure of law and order in the Mamta govt. People will not forgive such a govt in the future. We strongly condemn this.
— Jagat Prakash Nadda (@JPNadda) July 13, 2020
ବିଜେପି ନେତା କୈଳାଶ ବିଜୟବର୍ଗୀୟ କହିଛନ୍ତି, ''ଏହା ନିନ୍ଦନୀୟ ଅଟେ । ମମତା ବାନାର୍ଜୀଙ୍କ ଶାସନ କାଳରେ ବିଜେପି ନେତାଙ୍କୁ ହତ୍ୟା କରାଯାଉଛି । ଏହା କେବେ ବନ୍ଦ ହେଉନାହିଁ । ଦେବେନ୍ଦ୍ର ନାଥ ରାୟ ଟିଏମସି ଛାଡ଼ି ବିଜେପିକୁ ଆସିଥିଲେ । ତେଣୁ ତାଙ୍କୁ ହତ୍ୟା କରାଯାଇଛି । ଦେବେନ୍ଦ୍ରଙ୍କ ଭୁଲ କେବଳ ସେ ଟିଏମସି ଛାଡ଼ି ବିଜେପିରେ ସାମିଲ ହେବା କି ?''
ସେପଟେ ବିଧାୟକଙ୍କ ମୃତ୍ୟୁ ନେଇ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦ୍ଦୀପ ଧନକଡ ମଧ୍ୟ ଟ୍ୱିଟ କରି ପ୍ରତିକ୍ରିୟା ରଖିଛନ୍ତି । ବିଧାୟକଙ୍କ ମୃତ୍ୟୁ ହତ୍ୟା ଅଭିଯୋଗ ସହ ଗୁରୁତର ପ୍ରସଙ୍ଗ ଉଠାଇଛି । ତେଣୁ ଏହାର ନିରପେକ୍ଷ ତଦନ୍ତର ଆବଶ୍ୟକତା ଥିବା କହିଛନ୍ତି ରାଜ୍ୟପାଳ ।
Political violence and vendetta @MamataOfficial shows no signs of abating.
Death of Debendra Nath Roy, Hemtabad MLA-Uttar Dinajpur District, raises serious issues including allegations of murder.
Need for thorough impartial probe to unravel truth and blunt political violence.
— Governor West Bengal Jagdeep Dhankhar (@jdhankhar1) July 13, 2020