ପଶ୍ଚିମବଙ୍ଗର ବେଲୁରଘାଟ ଲୋକସଭା ଆସନରୁ ବିଜେପି ସାଂସଦ ସୁକାନ୍ତ ମଜୁମଦାର ମଙ୍ଗଳବାର ଦିନାଜପୁରର ଧାରଣାରେ ବସିଛନ୍ତି । କୌତୁହଳର ବିଷୟ ହେଉଛି ସାଂସଦ ଜଣକ ରାସ୍ତା ମଝିରେ ହିଁ ଧାରଣାରେ ବସିଛନ୍ତି ।
Trending Photos
କୋଲକାତା: ଗୋଟିଏ ପଟେ କୋରୋନା ଲକଡାଉନ୍ ମଧ୍ୟରେ ପଶ୍ଚିମବଙ୍ଗ ସରକାର ଏବଂ କେନ୍ଦ୍ର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପଟେ ଭାରତୀୟ ଜନତା ପାର୍ଟି ଦିଲ୍ଲୀରୁ ବଙ୍ଗଳା ପର୍ଯ୍ୟନ୍ତ ମମତା ସରକାର ବିରୋଧରେ ମୋର୍ଚ୍ଚା ଖୋଲି ରଖିଛି । ଏହି କ୍ରମରେ ଏବେ ଜଣେ ବିଜେପି ସାଂସଦ ରାସ୍ତା ମଝିରେ ହିଁ ଧାରଣାରେ ବସିଛନ୍ତି । ସେ ମମତା ସରକାରଙ୍କ ଉପରେ ହଇରାଣ କରୁଥିବାର ଅଭିଯୋଗ ଆଣିଛନ୍ତି ।
ପଶ୍ଚିମବଙ୍ଗର ବେଲୁରଘାଟ ଲୋକସଭା ଆସନରୁ ବିଜେପି ସାଂସଦ ସୁକାନ୍ତ ମଜୁମଦାର ମଙ୍ଗଳବାର ଦିନାଜପୁରର ଧାରଣାରେ ବସିଛନ୍ତି । କୌତୁହଳର ବିଷୟ ହେଉଛି ସାଂସଦ ଜଣକ ରାସ୍ତା ମଝିରେ ହିଁ ଧାରଣାରେ ବସିଛନ୍ତି ।
ସାଂସଦ ସୁକାନ୍ତ ମଜୁମଦାର ଅଭିଯୋଗ କରିଛନ୍ତି ଯେ, ଯେତେବେଳେ ବି ସେ ତାଙ୍କ ସଂସଦୀୟ କ୍ଷେତ୍ରକୁ ଯାଆନ୍ତି, ତାଙ୍କୁ ସବୁଆଡେ ଅଟକା ଯାଇଥାଏ । ତାଙ୍କୁ ପୋଲିସ ମଧ୍ୟ ହଇରାଣ କରୁଛନ୍ତି ବୋଲି ମଧ୍ୟ କହିଛନ୍ତି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ କୋରୋନା ମହାମାରୀ ମଧ୍ୟରେ ପୋଲିସ ତାଙ୍କୁ ନିଜ ଅଞ୍ଚଳକୁ ଯାଇ ଲୋକଙ୍କ ସେବା କରିବାକୁ ସୁଯୋଗ ଦେଉନାହିଁ ।
ସୁକାନ୍ତ ମଜୁମଦାର ସ୍ଥାନୀୟ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇ ବିଚ୍ ରାସ୍ତାରେ ଧାରଣାରେ ବସିବାର ନିଷ୍ପତ୍ତି ନେଇଛନ୍ତି । ଏହାସହ ସେ ଥାନାକୁ ଏକ ଚିଠି ପଠାଇବା ବ୍ୟତୀତ ତାଙ୍କୁ ଅଟକାଇବାର କାରଣ ଦର୍ଶାଇବାକୁ କହିଛନ୍ତି । ଏହାପୂର୍ବରୁ ଗୋଟିଏ ମାମଲାରେ ଜଣେ ବିଜେପି ସାଂସଦଙ୍କୁ ହାଉସ ଆରେଷ୍ଟ କରାଯାଇଥିଲା । ଲକଡାଉନ୍ ଜାରି ଥିବା ବେଳେ ସାମାଜିକ ଦୂରତା ନିୟମ ଭାଙ୍ଗିଥିବାରୁ ବିଜେପି ସାଂସଦ ଜନ୍ ବାରଲାଙ୍କୁ ଗିରଫ କରାଯାଇଥିଲା ।