ନେତାଜୀ ଜୟନ୍ତୀରେ ଶଙ୍ଖନାଦ
ଜାନୁଆରୀ ୨୩ ତାରିଖରେ କୋଲକାତା (Kolkata) ରେ ରାଲି କରାଯିବ ସହ ଶ୍ୟାମବଜାରସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତୀ ନିକଟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସେଦିନ ଠିକ ମଧ୍ୟାହ୍ଣ ୧୨ଟା ୧୫ରେ ପୋଲିସ ବ୍ୟାଣ୍ଡ ବାଜିବ ଏବଂ ଏହି ସମୟରେ ସମସ୍ତେ ଶଙ୍ଖ ମଧ୍ୟ ବଜାଇବେ (blow conch) ବୋଲି ମମତା ବାନାର୍ଜୀ କହିଛନ୍ତି।
ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କୁ ମନେ ପଡିଲେ ସୁଭାଷ ଚନ୍ଦ୍ର ବୋଷ। ଦେଶ ସ୍ୱାଧିନ ହେବା ପରେ ନେତାଜୀଙ୍କୁ ଭାରତ ସରକାର ଅଣଦେଖା କରିଛନ୍ତି। ତାଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଇ ନାହିଁ ବୋଲି କହିବା ସହ ତାଙ୍କ ଜୟନ୍ତୀରେ ଶଙ୍ଖ ବଜାଇବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି।
ସୋମବାର ପଞ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) କହିଛନ୍ତି ଯେ, ଦେଶ ସ୍ୱାଧିନ ହେବା ପରେ ସୁଭାଷ ଚନ୍ଦ୍ର ବୋଷ (Subhas Chandra Bose) ଯେତିକି ସମ୍ମାନ ପାଇବା କଥା ସେତିକି ପାଇନାହାଁନ୍ତି। ଏନେଇ ସେ କେନ୍ଦ୍ର ସରକାରଙ୍କୁ ଚିଠି ମଧ୍ୟ ଲେଖିଛନ୍ତି। ସେଥିରେ ନେତାଜୀଙ୍କ ଜୟନ୍ତୀ ଉପଲକ୍ଷେ ଜାନୁଆରୀ ୨୩କୁ ଜାତୀୟ ଛୁଟିଦିନ ଘୋଷଣା କରିବାକୁ ଦାବି କରିଛନ୍ତି।
ସେପଟେ ନେତାଜୀଙ୍କ ଜୟନ୍ତୀକୁ ପଶ୍ଚିମବଙ୍ଗରେ ''ଦେଶ ନାୟକ ଦିବସ'' ଭାବେ ପାଳନ କରାଯିବ। ଜାନୁଆରୀ ୨୩ ତାରିଖରେ କୋଲକାତା (Kolkata) ରେ ରାଲି କରାଯିବ ସହ ଶ୍ୟାମବଜାରସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତୀ ନିକଟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସେଦିନ ଠିକ ମଧ୍ୟାହ୍ଣ ୧୨ଟା ୧୫ରେ ପୋଲିସ ବ୍ୟାଣ୍ଡ ବାଜିବ ଏବଂ ଏହି ସମୟରେ ସମସ୍ତେ ଶଙ୍ଖ ମଧ୍ୟ ବଜାଇବେ (blow conch) ବୋଲି ମମତା ବାନାର୍ଜୀ କହିଛନ୍ତି।
Also Read: ବାମ ଦଳ-କଂଗ୍ରେସର ମିଳନ, ପଶ୍ଚିମବଙ୍ଗରେ କାହାର ବିଗାଡ଼ିବ ଖେଳ?
ତେବେ ଏଥିରେ ପଶ୍ଚିମବଙ୍ଗ ନୁହେଁ ସମଗ୍ର ଦେଶବାସୀ ଓ ପ୍ରବାସୀ ଭାରତୀୟ ସାମିଲ ହେବାକୁ ମମତା ବାନାର୍ଜୀ ଅପିଲ କରିଛନ୍ତି। ତେବେ କୋରୋନା ସମୟରେ ସମସ୍ତେ ଯେପରି ତାଳି , ଥାଳି ବଜାଉଥିଲେ, ସେହିଭଳି ଜାନୁଆରୀ ୨୩ ତାରିଖ ମଧ୍ୟାହ୍ଣ ୧୨ଟା ୧୫ରେ ଶଙ୍ଖ ବଜାନ୍ତୁ ବୋଲି ସେ ନିବେଦନ କରିଛନ୍ତି। ମମତାଙ୍କ ଏଭଳି ପଦକ୍ଷେପରେ ସମ୍ମାନ କମ ଏବଂ ରାଜନୀତି ଅଧିକ ଦେଖିବାକୁ ମିଳୁଛି।
ସୂଚନାଯୋଗ୍ୟ, ଚଳିତବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ଏବେଠୁ ପ୍ରଚାର ଆରମ୍ଭ ହୋଇଗଲାଣି। ବିଜେପି ପକ୍ଷରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ଗସ୍ତ କରିସାରିଲେଣି। ବାମ ଦଳ ସହ କଂଗ୍ରେସ ମେଣ୍ଟ କରି ସିଟ୍ ବଣ୍ଟନ କରିବାକୁ ଅନାଇ ବସିଛି। ସେପଟେ ତୃତୀୟ ଇନିଂସ୍ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି।