କୋଲକାତା: ଆଗକୁ ପଶ୍ଚିମବଙ୍ଗ ନିର୍ବାଚନ । ଆରୋପ ପ୍ରତ୍ୟାରୋପର ପର୍ବ ଜୋରଦାର ଚାଲିଥିବା ବେଳେ ବର୍ତ୍ତମାନ ସମୟରେ ସିବିଆଇର ନଜର ମମତାଙ୍କ ସମ୍ପର୍କୀୟଙ୍କ ଉପରେ । କେବଳ ସମ୍ପର୍କୀୟ ନୁହଁନ୍ତି ଖୋଦ୍ ମମତାଙ୍କ ବୋହୁଙ୍କୁ ପଚରାଉଚରା କରିଛି ସିବିଆଇ । କିନ୍ତୁ ମମତା ବାନାର୍ଜୀ ସିବିଆଇକୁ ନୁହେଁ ଏଫବିଆଇକୁ ଭୟ କରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏଫବିଆଇ ଯୋଗୁଁ ମମତାଙ୍କ ହାତରୁ ବଙ୍ଗ ଖସିଯାଇପାରେ ବୋଲି କୁହାଯାଉଛି ।
୧୯ ଜାନୁଆରୀ ୨୦୧୯ ରେ କୋଲକାତା (Kolkata) ରେ ଚର୍ଚ୍ଚାକୁ ଆସିଥିବା ଏକ ଦୃଶ୍ୟ ମନେ ପକାନ୍ତୁ ଯେତେବେଳେ ମମତା ସରକାରଙ୍କ ସହ ଦେଶର ଅନ୍ୟ ଦଳ ମଧ୍ୟ ତାଙ୍କ ସାଥୀରେ ଛିଡ଼ା ହୋଇଥିଲେ । ସେତେବେଳେ ସମସ୍ତଙ୍କ ନଜର ରହିଥିଲା କେନ୍ଦ୍ର ଉପରେ । ଯେମିତି ମୋଦି ସରକାର (Modi Government) କେନ୍ଦ୍ରରେ ନଆସନ୍ତୁ ତାକୁ ନେଇ ଜୋରଦାର ଉଦ୍ୟମ ଜାରି ରହିଥିଲା । ମାତ୍ର ହେଲା କଣ ସବୁ ଦଳ ଗୋଟିଏ ପଟେ ବିଜେପି ଗୋଟିଏ ପଟେ । ଆଣ୍ଟି ମୋଦି ପାର୍ଟି ହେବା ଯୋଗୁଁ ଏବେ ମମତା ସରକାରଙ୍କୁ ସବୁ ସାମ୍ନା କରିବାକୁ ପଡ଼ଛି ବୋଲି ଚର୍ଚ୍ଚା ହେଉଛି । ଲୋକସଭାରେ ୧୮ ଟି ସିଟ ବିଜେପି (Bjp) ପୋଛି ନେଇଗଲା ସେମିତି ପଶ୍ଚିମବଙ୍ଗ (West Bengal) ରେ ପାଖାପାଖି ୪୦ ପ୍ରତିଶତ ଭୋଟ ବିଜେପି ହାତକୁ ଚାଲିଗଲା।
Also Read: Corona Returns to Maharastra: ଏତିକି ଲୋକ ହେଲେ ସଂକ୍ରମିତ
ଦଶବର୍ଷ ପୂର୍ବେ ମମତା ବାନାର୍ଜୀଙ୍କ ସହ ସମସ୍ତେ ରହିଥିଲେ। ମାତ୍ର ଏବେ ଚିତ୍ର ପୁରା ଅଲଗା । ମମତା ଏବେ ଏକୁଟିଆ ହୋଇଯାଇଥିବା ବେଳେ ଏବେ ଭୟ ଘାରିଲାଣି FBI ର । ଏହାର ଅର୍ଥ ହେଉଛି F-ଫୁରଫୁରା ସରିଫ, B-ଅର୍ଥ ହେଉଛି ବୋହୂ ଏବଂ ଜ୍ୱାଇଁ ଏବଂ I- ଅର୍ଥ ହେଉଛି ଅନୁପ୍ରବେଶକାରୀ । ଯେତେବେଳେ ଟିଏମସି (TMC) ସହିତ କେହିନଥିଲେ ଏବଂ ସମସ୍ତେ ମମତା ବିରୋଧୀ ଲଢେଇ କରୁଥିଲେ, ତେବେ ଏପରି ପରିସ୍ଥିତିରେ ମମତା (Mamata Banerjee) ଙ୍କର ସବୁଠାରୁ ବଡ ଆବଶ୍ୟକତା ହେଉଛି ଫୁରଫୁରା ସରିଫ । ବର୍ତ୍ତମାନ ମୁସଲମାନମାନଙ୍କର ଭୋଟ୍ ବ୍ୟାଙ୍କ ହେଉଛି ମମତା ବାନାର୍ଜୀଙ୍କ ପାଇଁ ସବୁଠାରୁ ବଡ ସମର୍ଥନ ଏବଂ ରାଜ୍ୟରେ ୩୦ ପ୍ରତିଶତ ଭୋଟ୍ ଥିବା ଏହି ସମ୍ପ୍ରଦାୟ ବର୍ତ୍ତମାନ ବିଭାଜିତ ହୋଇଥିବା ବି ଚର୍ଚ୍ଚା ହେଉଛି ।