ପୁଅର ମୂଲ ଦେଲା ମାଆ!
Advertisement

ପୁଅର ମୂଲ ଦେଲା ମାଆ!

 ଆକ୍ରମଣରେ ଆହତ ହୋଇଥିବା ୮୫ ବର୍ଷୀୟା ଶୋଭା ମଜୁମଦାରଙ୍କ ଆଜି ଦେହାନ୍ତ ହୋଇଛି। ତେବେ ଗୋପାଳ ମଜୁମଦାରଙ୍କ ପରିବାର ଉପରେ TMC ଗୁଣ୍ଡାମାନେ ଆକ୍ରମଣ କରିଥିବା BJP ଅଭିଯୋଗ କରିଛି।

ଫାଇଲ ଫଟୋ

କୋଲକାତା: କିଛି ଦିନ ପୂର୍ବେ ପଶ୍ଚିମବଙ୍ଗର ଉତ୍ତର ଦମଦମରେ ବିଜେପି କର୍ମୀ ଗୋପାଳ ମଜୁମଦାର ଏବଂ ତାଙ୍କ ମାଆ ଶୋଭାଙ୍କ ଉପରେ କେତେକ ଦୁର୍ବୃତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଆହତ ହୋଇଥିବା ୮୫ ବର୍ଷୀୟା ଶୋଭା ମଜୁମଦାରଙ୍କ ଆଜି ଦେହାନ୍ତ ହୋଇଛି। ତେବେ ଗୋପାଳ ମଜୁମଦାରଙ୍କ ପରିବାର ଉପରେ TMC ଗୁଣ୍ଡାମାନେ ଆକ୍ରମଣ କରିଥିବା BJP ଅଭିଯୋଗ କରିଛି। ସେପଟେ ଶୋଭାଙ୍କ ମୃତ୍ୟୁରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟ କରି ଦୁଃଖ ପ୍ରକାଶ କରିଛନ୍ତି।

ବଙ୍ଗଳା ଝିଅ (Bengal girl) ଶୋଭା ମଜୁମଦାର (Shova Majumdar) ଙ୍କ ଦେହାନ୍ତରେ ମନ ଅତ୍ୟନ୍ତ ଦୁଃଖିତ ବୋଲି ଅମିତ ଶାହା (Amit Shah) ଟ୍ୱିଟ କରିଛନ୍ତି। ସେ କହିଛନ୍ତି ଯେ, TMC ଗୁଣ୍ଡା ତାଙ୍କୁ ନିର୍ଦ୍ଦୟ ଭାବରେ ପିଟିଥିଲେ। ଆହତ କାରଣରୁ ସେ ପ୍ରାଣ ହରାଇଛନ୍ତି। ଶୋଭାଙ୍କ ମୃତ୍ୟୁ ଏବଂ ପରିବାରର ଯନ୍ତ୍ରଣା ମମତା ଦିଦିଙ୍କ ଦୀର୍ଘ ଦିନର ଗୋଡ଼ାଇବ ରଖିବ ନାହିଁ।

Also Read: West Bengal Assembly Poll 2021: ନିର୍ବାଚନ ବେଳେ ହିଂସାକାଣ୍ଡ, ୨ ମେଡିକାଲରେ ଭର୍ତ୍ତି

ଶୋଭା ମଜୁମଦାରଙ୍କ ମୃତ୍ୟୁ ସମ୍ପର୍କରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡ୍ଡା (JP Nadda) ମଧ୍ୟ ଟ୍ୱିଟ କରି କହିଛନ୍ତି, ''ଭଗବାନ ବୃଦ୍ଧ ମାତା ଶୋଭା ମଜୁମଦାରଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। ବିଜେପି କର୍ମୀ ଗୋପାଳ ମଜୁମଦାର (Gopal Majumdar) ଙ୍କ ମାଆ ହୋଇଥିବାରୁ ତାଙ୍କୁ ଜୀବନ ହରାଇବାକୁ ପଡିଛି। ତାଙ୍କର ବଳିଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ସେ ମଧ୍ୟ ବଙ୍ଗଳାର ମାତା, ବଙ୍ଗଳାର ଝିଅ ଥିଲେ। ମାଆ ଏବଂ ଝିଅର ସୁରକ୍ଷା ପାଇଁ ବିଜେପି (BJP) ସର୍ବଦା ଲଢେଇ କରିବ।''

ଏଥି ସହ ବିଜେପି ଆଇଟି ସେଲ (BJP IT cell) ମୁଖ୍ୟ ଅମିତ ମାଲବୀୟ (Amit Manviya)  ମଧ୍ୟ ଏହି ପ୍ରସଙ୍ଗରେ ଟ୍ୱିଟ କରି TMC ଉପରେ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ, ବଙ୍ଗଳାର ଏହି ଝିଅ, କାହାର ମାଆ, କାହାର ଭଉଣୀଙ୍କର ମୃତ୍ୟୁ ହୋଇଛି। ତାଙ୍କୁ TMC କ୍ୟାଡରମାନେ ଅତି ନିର୍ମମ ଭାବରେ ନିର୍ଯାତନା ଦେଇଥିଲେ କିନ୍ତୁ ମମତା ବାନାର୍ଜୀ (Mamata Banerjee) ତାଙ୍କ ପ୍ରତି ଦୟା ଦେଖାଇ ନଥିଲେ।