ପୁଣି ମୁହାଁମୁହିଁ BJP-TMC:ନଡ୍ଡାଙ୍କ ରଥଯାତ୍ରାକୁ ଅନୁମତି ଦେଉନାହିଁ କୋଲକାତା ପୋଲିସ
X

ପୁଣି ମୁହାଁମୁହିଁ BJP-TMC:ନଡ୍ଡାଙ୍କ ରଥଯାତ୍ରାକୁ ଅନୁମତି ଦେଉନାହିଁ କୋଲକାତା ପୋଲିସ

ଆସନ୍ତାକାଲି ଅର୍ଥାତ ଫେବ୍ରୁଆରୀ ୬ରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେ.ପି ନଡ୍ଡା ନିଜର ପରିବର୍ତ୍ତନ ଯାତ୍ରା ଆରମ୍ଭ କରିବେ ।

ପୁଣି ମୁହାଁମୁହିଁ BJP-TMC:ନଡ୍ଡାଙ୍କ ରଥଯାତ୍ରାକୁ ଅନୁମତି ଦେଉନାହିଁ କୋଲକାତା ପୋଲିସ

କୋଲକାତା: ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଗଲାଣି । ବିଜେପି ପଶ୍ଚିମବଙ୍ଗରେ ନିଜ ବିଜୟର ବାନା ଉଡ଼ାଇବାକୁ ଚାହୁଁଥିବା ବେଳେ ମମତା ସରକାରଙ୍କ ସହ ଝଗଡ଼ା ଏବେ ନିର୍ବାଚନ ଆୟୋଗ ନିକଟରେ ପହଞ୍ଚିଗଲାଣି। ଆସନ୍ତାକାଲି ଅର୍ଥାତ ଫେବ୍ରୁଆରୀ ୬ରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେ.ପି ନଡ୍ଡା ନିଜର ପରିବର୍ତ୍ତନ ଯାତ୍ରା ଆରମ୍ଭ କରିବେ ।

ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି (Bjp) ର ପରିବର୍ତ୍ତନ ରଥଯାତ୍ରା (Parivartan RathaYatra) କୁ ନେଇ ରାଜ୍ୟ ପୋଲିସ ସ୍ପଷ୍ଟିକରଣ ମାଗିଛି । ଏହି ଯାତ୍ରାର ଶୁଭାରମ୍ଭ ଆସନ୍ତାକାଲି ନବଦୀପ (Navdip) ଅଞ୍ଚଳରୁ ଆରମ୍ଭ କରିବେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ (Bjp National President) ଜେ.ପି ନଡ୍ଡା (Jp Nadda) । ତେବେ ଏହି ଯାତ୍ରାକୁ ନେଇ ଦୁଇ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଗଲାଣି ବାକଯୁଦ୍ଧ । ବିଜେପି ଅଭିଯୋଗ କରିଛି ଯେ. ଟିଏମସି ଜାଣିଶୁଣି ପରିବର୍ତ୍ତନ ରଥଯାତ୍ରାକୁ ଅନୁମତି ଦେଉନାହିଁ ।

Also Read: ଆସନ୍ତାକାଲିଠୁ ବାବୁଙ୍କ ପାଳି, କେବେ ନେବେ ନେତା-ମନ୍ତ୍ରୀ?

ସୂଚନାଯୋଗ୍ୟ, ବିଜେପି ସଫାସଫା କହିଛି ଯେ, ହାଇକୋର୍ଟ (High Court) ପିଆଇଏଲ ଉପରେ କୌଣସି ରୋକ ଲଗାଇ ନାହାଁନ୍ତି । ଯାହାଫଳରେ ଏହି ପରିବର୍ତ୍ତନ ରଥଯାତ୍ରା ନିହାତି ଭାବେ କରାଯିବ । ବିଜେପି ନେତା କୈଳାଷ ବିଜୟ ବର୍ଗୀୟ (Kailash Vijayvargiya) କହିଛନ୍ତି ଯେ, ବିଜେପିର ପରିବର୍ତ୍ତନ ରଥଯାତ୍ରାକୁ କେହି ଅଟକାଇ ପାରିବେ ନାହିଁ । ସେହିପରି ବିଜେପିର ଏକ ଟିମ୍ ପଶ୍ଚିମବଙ୍ଗ ସରକାରଙ୍କ ମନମାନି ନେଇ ଦିଲ୍ଲୀ ନିର୍ବାଚନ ଆୟୋଗ (Delhi Election Commission) ଙ୍କ ଦୁଆରରେ ପହଞ୍ଚିଛନ୍ତି । ଏହି ଅଭିଯୋଗକାରୀ ଟିମରେ ଭୁପେନ୍ଦ୍ର ଯାଦବ, ଅର୍ଜୁନ ଚାଟାର୍ଜୀଙ୍କ ସମେତ ଆହୁରି ୫ ବରିଷ୍ଠ ନେତା ସାମିଲ ଅଛନ୍ତି ।

Also Read: ରାଜସ୍ଥାନରେ ଆଜି ଶକ୍ତି ପ୍ରଦର୍ଶନ କରିବେ ସଚିନ

ପଶ୍ଚିମବଙ୍ଗରେ ବିଜେପି ଚଳିତମାସରେ ପାଞ୍ଚଟି ସ୍ଥାନରେ ପରିବର୍ତ୍ତନ ରଥଯାତ୍ରା କରି ନିଜର ନିର୍ବାଚନୀ କ୍ୟାମ୍ପେନ (Election Campaign) କୁ ଜୋରଦାର କରିବାକୁ ଯୋଜନା କରିଛି । ଯାହାକୁ ନେଇ ଟିଏମସି (TMC) ର ମୁଣ୍ଡବ୍ୟଥା ବଢିଯାଇଛି । ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନବଦୀପରୁ ପ୍ରଥମ ରଥଯାତ୍ରା ଆରମ୍ଭ କରିବାକୁ ଯାଉଥିବା ବେଳେ ଆସନ୍ତା ୧୧ ଫେବ୍ରୁଆରୀ ରେ ଗୃହମନ୍ତ୍ରୀ (Home Minister) ଅମିତ ଶାହ (Amit Shah) କୁଚବିହାରରୁ ଆଉ ଏକ ପରିବର୍ତ୍ତନ ରଥଯାତ୍ରାକୁ ଆଗକୁ ବଢାଇବେ । ସେହିପରି ଏକ ସରକାର କାର୍ଯ୍ୟରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି( PM Narendra modi) ଆସନ୍ତା ୭ ତାରିଖରେ ପଶ୍ଚିମବଙ୍ଗ ଗସ୍ତ କରିବେ ବୋଲି ସୂଚନା ରହିଛି । 

Also Read: ରାଜ୍ୟସଭାରେ କୃଷି ମନ୍ତ୍ରୀ ଦେଲେ ସାଙ୍ଘାତିକ ତଥ୍ୟ

ଖବର ଅନୁଯାୟୀ, ବିଜେପିର ରଥଯାତ୍ରା (BJP Ratha Yatra) କୁ ରୋକିବାକୁ କୋଲକାତା ହାଇକୋର୍ଟରେ ଏକ ଜନହିତ ଯାଚିକା ଦାଖଲ କରାଯାଇଛି । ବୁଧବାର ରମା ପ୍ରସାଦ ସରକାର ନାମ୍ନୀ ଜଣେ ବ୍ୟକ୍ତି କୋଲକାତା ହାଇକୋର୍ଟରେ ଯାଚିକା ଦାଖଲ କରି ବିଜେପିର ଏହି ରଥଯାତ୍ରାରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି ।

Trending news