ରାମ ମନ୍ଦିର ନିର୍ମାଣ ହେଲେ କ'ଣ ମିଳିବ ଲାଭ? ଉତ୍ତର ରଖିଲେ ୟୁପି ସରକାରଙ୍କ ମନ୍ତ୍ରୀ...
Advertisement

ରାମ ମନ୍ଦିର ନିର୍ମାଣ ହେଲେ କ'ଣ ମିଳିବ ଲାଭ? ଉତ୍ତର ରଖିଲେ ୟୁପି ସରକାରଙ୍କ ମନ୍ତ୍ରୀ...

ରାମ ମନ୍ଦିର ନିର୍ମାଣ ହେଲେ  କ'ଣ ଲାଭ ମିଳିବ  ତାହାର ଉତ୍ତର ରଖିଛନ୍ତି ୟୁପି ସରକାରଙ୍କ ମନ୍ତ୍ରୀ ।

ରାମ ମନ୍ଦିର ନିର୍ମାଣ ହେଲେ କ'ଣ ମିଳିବ ଲାଭ? ଉତ୍ତର ରଖିଲେ ୟୁପି ସରକାରଙ୍କ ମନ୍ତ୍ରୀ...

ଲକ୍ଷ୍ନୌ: ଧର୍ମନଗରୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଲେ କ'ଣ ମିଳିବ ଫାଇଦା, ସେ ନେଇ ଉତ୍ତର ରଖିଛନ୍ତି ୟୁପି ସରକାରଙ୍କ ଶକ୍ତି ମନ୍ତ୍ରୀ ତଥା ମୁଖପାତ୍ର ଶ୍ରୀକାନ୍ତ ଶର୍ମା। ଏ ପ୍ରସଙ୍ଗରେ ମତ ରଖି ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ରାମ ମନ୍ଦିର ଲାଗି ଭୂମି ପୂଜନ କରାଯିବ। ଯାହା ସମଗ୍ର ବିଶ୍ୱର ରାମ ଭକ୍ତଙ୍କ ଲାଗି ଗର୍ବର ବିଷୟ।

ରାମ ମନ୍ଦିର ନିର୍ମାଣ ଦ୍ୱାରା ରାଜ୍ୟ ପର୍ଯ୍ୟଟନ କ୍ଷେତ୍ର ସମୃଦ୍ଧ ହେବା ସହ ରୋଜଗାରର ସୁଯୋଗ ସୃଷ୍ଟି ହେବ। ଏହା ସହିତ ଧର୍ମ ନଗରୀ ଅଯୋଧ୍ୟା ଆନ୍ତର୍ଜାତୀୟ ସ୍ତରରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁରେ ପରିଣତ ହେବ।

ପ୍ରାୟ ୫୦୦ ବର୍ଷ ସଂଗ୍ରାମ ଏବଂ ଦୀର୍ଘ ଦିନ ଚାଲିଥିବା ଆଇନଗତ ଲଢେଇ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଏ ମାମଲାର ଶୁଣାଣି କରି ଗତ ଗତ ବର୍ଷ ନଭେମ୍ବର ୯ ତାରିଖରେ ବିବାଦୀୟ ଜମିରେ ମନ୍ଦିର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ଏହା ସହିତ ମସଜିଦ ନିର୍ମାଣ ଲାଗି ସୁନ୍ନୀ ୱାକଫ ବୋର୍ଡକୁ ଅନ୍ୟ ଏକ ସ୍ଥାନରେ ୫ ଏକର ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।
 
ରାମଲାଲାଙ୍କ ସହ ଜଡିତ ଏହି ମାମଲାର ଶୁଣାଣି ଲାଗି ମନ୍ତ୍ରୀ ଶର୍ମା ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଦାବି କରିଛନ୍ତି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିବା ମାତ୍ରେ ୟୁପି ସରକାର ଏନେଇ ଭବିଷ୍ୟତର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ରାମ ମନ୍ଦିର ସପକ୍ଷରେ ନିଷ୍ପତ୍ତି ଆସିବା ପରେ ସ୍ୱାଭାବିକ ସ୍ଥିତି ବଜାୟ ରହିଥିବାରୁ ସେ ସମଗ୍ର ଦେଶବାସୀ ତଥା ବିଶେଷ କରି ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଭଗବାନ ରାମଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ବିରୋଧି ଦଳ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ୟୁପି ସରକାରଙ୍କ ଶକ୍ତି ମନ୍ତ୍ରୀ ଶର୍ମା।  ଅଯୋଧ୍ୟାରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପ୍ରଧାନମନ୍ତ୍ରୀଙ୍କ ସକରାତ୍ମକ ଚିନ୍ତାଧାରା ସହିତ ଆଗକୁ ବଢିବ। ରାଜ୍ୟ ସରକାରଙ୍କ ପକ୍ଷରୁ ମତ ରଖି ମନ୍ତ୍ରୀ କହିଛନ୍ତି ଅଯୋଧ୍ୟାରେ ଭୁମି ପୂଜନ ସମୟରେ ମଥୁରା ସମେତ ଅନେକ ଧାର୍ମିକ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥି ସହିତ ଦେଶର ଲୋକେ ଏହି ଦିନ ରାମଙ୍କ ଉଦ୍ଦେଶ୍ୟରେ ଦୀପ ଜାଳି ନିଜ ଭକ୍ତିର ପରିପ୍ରକାଶ କରିବେ ।