• ବିଜୁ ଜନତା ଦଳରେ ଯୋଗଦେଲେ ମହେଶ ହେମ୍ବ୍ରମ ଓ ରାମଚନ୍ଦ୍ର ମୁର୍ମୁ
  • JMMର ପୂର୍ବତନ ରାଜ୍ୟ ସଭାପତି ମହେଶ ଓ ରାଜ୍ୟ ଉପସଭାପତି ଥିଲେ ରାମଚନ୍ଦ୍ର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂହ ଚନ୍ନିଙ୍କ ଶପଥ ଗ୍ରହଣ
  • ଚରଣଜିତ ହେଉଛନ୍ତି ପଞ୍ଜାବର ସର୍ବପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୨୯୫ ଜୀବନ
  • ଦେଶରେ ଦିନକରେ ୩୦ ହଜାର ୨୫୬ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୫୧୦ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଭୁବନେଶ୍ବର: ୧୯ ଘଣ୍ଟା ପରେ ନାଳରେ ଭାସିଯାଇଥିବା ଜ୍ୟୋତିପ୍ରକାଶଙ୍କ ମୃତଦେହ ଠାବ
  • ପଞ୍ଚସଖା ନଗରରୁ ଜ୍ୟୋତିପ୍ରକାଶଙ୍କ ଶବ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା; OCCLର ଯନ୍ତ୍ରୀ ରଂଜନ ଡାଙ୍ଗଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଶୌଚାଳୟ ଗଲା ବେଳେ ବୃଦ୍ଧଙ୍କୁ କାମୁଡିଲା ଏହି ସାପ; ଆଉ ତାପରେ...

ଏସୀୟ ମହାଦେଶରେ ଦେଖାଯାଉଥିବା ଏହି ସାପ ୯ ମିଟର ପର୍ଯ୍ୟନ୍ତ ଲମ୍ବା ହୋଇଥାନ୍ତା।

ଶୌଚାଳୟ ଗଲା ବେଳେ ବୃଦ୍ଧଙ୍କୁ କାମୁଡିଲା ଏହି ସାପ; ଆଉ ତାପରେ...

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପରିବେଶ ପ୍ରଦୂଷଣକୁ ରୋକିବା ଲାଗି ଘରେ କିମ୍ବା ସର୍ବସାଧାରଣ ସ୍ଥାନରେ ଶୌଚାଳୟ ସ୍ଥାପନ କରାଯାଉଛି। ଖୋଲା ମେଲାରେ ଶୌଚ ହେବା ପରିବର୍ତ୍ତେ ଶୌଚାଲୟରେ ଏହି କାର୍ଯ୍ୟ କରିବାକୁ କୁହାଯାଇଥାଏ। କାରଣ ବିଭିନ୍ନ ସମୟରେ ବାହାରେ ଶୌଚ ହେବା ସମୟରେ ଅନେକ ଲୋକ ସାପ କାମୁଡା଼ ଭଳି ଘଟଣାର ସାମ୍ନା କରିଥାନ୍ତି। 

ହେଲେ ଏବେ ଖୋଲା ମେଲା ସ୍ଥାନ ପରେ ଶୌଚାଳୟରେ ଶୌଚ ହେବା ମଧ୍ୟ ବିପଦଜନକ ହୋଇପଡ଼ିଲାଣି। ୟୁରୋପୀୟ ଦେଶ ଅଷ୍ଟ୍ରିୟାର ରାଜଧାନୀ ଗ୍ରାଜ ସହରରେ ଘଟିଯାଇଛି ଏଭଳି ଘଟଣା। ଯେଉଁଠି ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କୁ ଏକ ୫ ଫୁଟ ଲମ୍ବ ବିଶିଷ୍ଟ ଅଜଗର ସାପ ପାଇଖାନାରେ କାମୁଡି ଦେଇଛି। ସାପ ତାଙ୍କ ଶରୀର ଜଂଘକୁ କାମୁଡି଼ ଦେଇଥିଲା। ଏ ଘଟଣା ବାବଦରେ ଜଣାପଡିବା ତାଙ୍କୁ ଚିକିତ୍ସା ଲାଗି ତାଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

Also Read: ମାଛ ଜାଲରେ ପଶିଲା ବିଶାଳ ଅଜଗର; ଆାକାର ଦେଖି ଉଡିଯିବ ହୋସ

ସେହି ବୃଦ୍ଧଙ୍କୁ ଏସୀୟ ଅଜଗର କାମୁଡିଥିବା ଜଣାପଡି଼ଛି। ଡ୍ରେନ ମାଧ୍ୟମରେ ଏହି ସାପ ପାଇଖାନା ପର୍ଯ୍ୟନ୍ତ ଆସିଥିବାର ସନ୍ଦେହ କରାଯାଉଛି। ଏସୀୟ ମହାଦେଶରେ ଦେଖାଯାଉଥିବା ଏଭଳି ବିଶାଳକାୟ ସାପ ୯ ମିଟର ଅର୍ଥାତ ୩୦ ଫୁଟ ପର୍ଯ୍ୟନ୍ତ ଲମ୍ବା ହୋଇଥାନ୍ତା। 

Also Read: ବାଜ୍ରିଲରେ ଦେଖାଗଲା ୫୦ ଫୁଟ ଲମ୍ବର ଦୈତ୍ୟକାୟ ଆନାକୋଣ୍ଡା, ଦେଖନ୍ତୁ ଭିଡିଓ

ଶୌଚାଳୟରେ ବୃଦ୍ଧଙ୍କୁ କାମୁଡ଼ିଥିବା ଅଜଗରକୁ ସରୀସୃପ ବିଶେଷଜ୍ଞଙ୍କ ସହାୟତାରେ ପାଇଖାନାରୁ ବାହାର କରାଯାଇଥିଲା। ଏ ଘଟଣାରେ ହୋଇଥିବା ତଦନ୍ତରୁ ଜଣାପଡି଼ଛି ସାପ କାମୁଡାରେ ବୁଦ୍ଧଙ୍କ ପୋଡଶୀସ ୧୧ଟି ପୋଷା ସାପ ରଖିଛନ୍ତି। ଏହି ସାପଙ୍କ ମଧ୍ୟରୁ ଗୋଟିଏ ସାପ ତାଙ୍କ ଶୌଚାଳୟକୁ ଆସିଯାଇଥିଲା।