ଚୀନ୍ ମନରେ କଣ ଅଛି? ସି ଜିନପିଙ୍ଗ ସେନାକୁ କହିଲେ- ଯୁଦ୍ଧ ପାଇଁ ପ୍ରସ୍ତୁତି ଜାରି ରଖ
Advertisement

ଚୀନ୍ ମନରେ କଣ ଅଛି? ସି ଜିନପିଙ୍ଗ ସେନାକୁ କହିଲେ- ଯୁଦ୍ଧ ପାଇଁ ପ୍ରସ୍ତୁତି ଜାରି ରଖ

ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ (Xi Jinping) ଭାରତ-ଚୀନ୍ ସୀମା ବିବାଦ ମଧ୍ୟରେ ତିବ୍ଦତରେ ନିଜ ସୈନ୍ୟକୁ ସାକ୍ଷାତ କରି ସାମରିକ ତାଲିମ ଓ ଯୁଦ୍ଧ ପ୍ରସ୍ତୁତିକୁ ସମ୍ପୂର୍ଣ୍ଣ ମଜବୁତ କରିବାକୁ ଆହ୍ୱାନ ଦେଇଛନ୍ତି । ରାଷ୍ଟ୍ରପତି ଭାବରେ ଜିନପିଙ୍ଗଙ୍କ ତିବେତକୁ (Tibet) ଏହା ପ୍ରଥମ ଗସ୍ତ ଥିଲା ଯାହା ବୁଧବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଚାଲିଥିଲା ।

(ଫାଇଲ ଫଟୋ)

ବେଜିଂ: ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ (Xi Jinping) ଲାସାରେ ବରିଷ୍ଠ ସାମରିକ ଅଧିକାରୀଙ୍କୁ ଭେଟି ଯୁଦ୍ଧ ପ୍ରସ୍ତୁତିକୁ ସମ୍ପୂର୍ଣ୍ଣ ମଜବୁତ କରିବାକୁ କହିଛନ୍ତି । ପ୍ରଥମ ଥର ପାଇଁ ଭାରତର ସୀମା ନିକଟରେ ତିବେତ (Tibet) ଗସ୍ତରେ ଆସିଥିବା ଜିନପିଙ୍ଗଙ୍କ ଏହି ବୟାନ ଡ୍ରାଗନର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଉଛି । ବିଗତ ଏକ ବର୍ଷରୁ ଅଧିକ ସମୟ ଧରି ଲାଇନ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ଭାରତ ଓ ଚୀନ୍ ମଧ୍ୟରେ ବିବାଦ ଲାଗି ରହିଛି ।

ଜିନପିଙ୍ଗଙ୍କ ଅରୁଣାଚଳ ପ୍ରଦେଶ (Arunachal Pradesh) ସୀମାନ୍ତରେ ଥିବା ନିଙ୍ଗଚି ସମେତ ଭାରତର ରଣନୀତିକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ଅଜ୍ଞାତ ଗସ୍ତ ବିଷୟରେ ଖବର ଦେବାର ଗୋଟିଏ ଦିନ ପରେ ସରକାରୀ ଗଣମାଧ୍ୟମ ଲାସାର ବରିଷ୍ଠ ସୈନିକମାନଙ୍କ ସହ ତାଙ୍କର ସାକ୍ଷାତ ବିଷୟରେ ଜଣାଇଛି । ଖବର ଅନୁଯାୟୀ ତିବ୍ଦତରେ ଦୀର୍ଘସ୍ଥାୟୀ ସ୍ଥିରତା ଓ ସମୃଦ୍ଧିର ଜିନପିଙ୍ଗ (Xi Jinping) ଗୁରୁତ୍ୱାରୋପ କରିଛନ୍ତି ।

ଅଧିକ ପଢ଼ନ୍ତୁ: ମାଗଣାରେ ବୁକ୍ କରିପାରିବେ Gas Cylinder, ଜାଣନ୍ତୁ ସବୁଠୁ ସହଜ ଉପାୟ

ଗ୍ଲୋବାଲ ଟାଇମ୍ସ ଏହାର ଖବରରେ କହିଛି ଯେ ଜିନପିଙ୍ଗ ଚୀନ୍ ସୈନ୍ୟବାହିନୀର ତିବ୍ଦତ କମାଣ୍ଡର ବରିଷ୍ଠ ଅଧିକାରୀଙ୍କୁ ଭେଟି ସୈନିକମାନଙ୍କର ତାଲିମ କାର୍ଯ୍ୟ ଓ ଯୁଦ୍ଧ ପ୍ରସ୍ତୁତିକୁ ସମ୍ପୂର୍ଣ୍ଣ ମଜବୁତ କରିବାକୁ ଆହ୍ୱାନ ଦେଇଛନ୍ତି । ରାଷ୍ଟ୍ରପତି ଭାବରେ ଜିନପିଙ୍ଗଙ୍କ ତିବ୍ଦତକୁ ଏହା ପ୍ରଥମ ଗସ୍ତ ଥିଲା ଯାହା ବୁଧବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଚାଲିଥିଲା । କିନ୍ତୁ ଚୀନ୍‌ର ସରକାରୀ ଗଣମାଧ୍ୟମ ଏହା ସହ ଜଡିତ ଖବରକୁ ଶୁକ୍ରବାର ଦିନ ଶେଷ ହେବା ପର୍ଯ୍ୟନ୍ତ ଗୁପ୍ତ ରଖିଥିଲା ।

ଅଧିକ ପଢ଼ନ୍ତୁ: ମଦ ସହିତ ଭୁଲରେ ଖାଆନ୍ତୁ ନାହିଁ ଏହି ଜିନିଷ, ଶରୀର ପାଇଁ ହୋଇଥାଏ ଅଧିକ ବିପଜ୍ଜନକ

ଏହି ଗସ୍ତ ସମୟରେ ଜିନପିଙ୍ଗ ପ୍ରଥମେ ନିଙ୍ଗଚି ପରିଦର୍ଶନ କରିଥିଲେ, ଯାହାକି ଭାରତର ଅରୁଣାଚଳ ପ୍ରଦେଶ ସୀମାରେ ରଣନୀତିଗତ ଗୁରୁତ୍ୱପୂର୍ଣ୍ଣ ସହର ଅଟେ । ଗୁରୁବାର ଦିନ ସେ ନିଙ୍ଗଚି ରେଳ ଷ୍ଟେସନରେ ପହଞ୍ଚି ଏହା ସହ ଜଡିତ ଜିନିଷ ବିଷୟରେ ପଚାରି ବୁଝିଥିଲେ । ସରକାରୀ ଗଣମାଧ୍ୟମ କହିଛି ଯେ ତାଙ୍କ ଗସ୍ତ ଶୁକ୍ରବାର ଦିନ ତିବ୍ଦତରେ ଅବସ୍ଥାପିତ ସାମରିକ ଅଧିକାରୀଙ୍କ ସହ ଏକ ବୈଠକ ଶେଷ ହୋଇଛି । ଅଧିକାରୀଙ୍କ ସହ ତାଙ୍କର ବୈଠକରେ ସେ ତିବ୍ଦତରେ ଦୀର୍ଘସ୍ଥାୟୀ ସ୍ଥିରତା ଓ ସମୃଦ୍ଧିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ପୂର୍ବ ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ସାମରିକ ବିବାଦ ମଧ୍ୟରେ ଜିନପିଙ୍ଗ ତିବ୍ଦତ ଗସ୍ତ କରିଛନ୍ତି ।