• କାଲିଠୁ ୨ ଦିନ ପାଇଁ ରାଜ୍ୟରେ ୬ ଯୋଡ଼ା ଯାତ୍ରୀବାହୀ ଟ୍ରେନ୍‌ ବାତିଲ
  • ବିଶ୍ବ ମାତୃ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା
  • ରାଜ୍ୟରେ ଜନନୀ ସୁରକ୍ଷା ଓ ମାତୃ ମୃତ୍ୟୁହାର କମାଇବା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ: CM
  • ଉତ୍ତର ପ୍ରଦେଶରେ ଆଉ ୭ ଦିନ ବଢ଼ିଲା କୋରୋନା କର୍ଫ୍ୟୁ
  • ଦେଶରେ ଦିନକରେ ୪ ଲକ୍ଷ ୩ ହଜାର ୭୩୮ କୋରୋନା ଆକ୍ରାନ୍ତ ଚିହ୍ନଟ, ୪୦୯୨ ମୃତ
  • ରାଜ୍ୟରେ କରୋନାରେ ଆଜି ୧୦,୬୩୫ ସଂକ୍ରମିତ , ୧୯ ମୃତ୍ୟୁ
  • ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଲାରେ ପ୍ରତିଷ୍ଠା ହେବ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ
  • ଆସାମ ମୁଖ୍ୟମନ୍ତ୍ରୀ ପଦରୁ ସର୍ବାନନ୍ଦ ସୋନୱାଲଙ୍କ ଇସ୍ତଫା
  • କୋରୋନା ମୁକାବିଲା ପାଇଁ ଓଡ଼ିଶାକୁ କେନ୍ଦ୍ରର ୩୩୩.୮ କୋଟିର ଅନୁଦାନ
  • ପ୍ରସିଦ୍ଧ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

ଆଜି Bharat Bandh: ଜାଣନ୍ତୁ କ'ଣ ରହିବ ଖୋଲା ଏବଂ ବନ୍ଦ

ସିଏଆଇଟି ପକ୍ଷରୁ ଶୁକ୍ରବାର କରାଯାଉଥିବା ଭାରତ ବନ୍ଦ ଡାକରାରେ ୪୦ ହଜାର ବ୍ୟାପାରୀସ ସଂଘ ଯୋଗଦେବେ।

ଆଜି Bharat Bandh: ଜାଣନ୍ତୁ କ'ଣ ରହିବ ଖୋଲା ଏବଂ ବନ୍ଦ

ନୂଆଦିଲ୍ଲୀ: ଜିଏସଟି ବ୍ୟବସ୍ଥାରେ ସୁଧାର ଆଣିବା ଦାବିରେ ଫେବୃଆରୀ ୨୬ ତାରିଖ ଶୁକ୍ରବାର ଦେଶର ୮ କୋଟି ବ୍ୟବସାୟୀଙ୍କ ପକ୍ଷରୁ ଦିଆଯାଇଛି ଭାରତ ବନ୍ଦ ଡାକରା। ଏହାକୁ ସମର୍ଥନ ଜଣାଇ ଆସନ୍ତାକାଲି ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଚକା ଜାମ କରିବାକୁ ଘୋଷଣା କରିଛି ବିଭିନ୍ନ ପରିବହନ ସଙ୍ଗଠନ।         

ଏନେଇ ସର୍ବଭାରତୀୟ ବ୍ୟାପାରୀ ମହାସଂଘ-ସିଏଆଇଟି (Confederation Of All India Traders-CAIT) ପକ୍ଷରୁ କୁହାଯାଇଛି ଆସନ୍ତାକାଲି ହେବାକୁ ଥିବା ଭାରତ ବନ୍ଦରେ (Bharat Bandh) ଜିଏସଟି ପୋର୍ଟାଲରେ (GST Portal) ଲଗ୍ ଇନ୍ (Log In) ନକରି ବିରୋଧ ପ୍ରଦର୍ଶନ କରିବେ। 

Also Read: ଆସନ୍ତାକାଲି 'ଭାରତ ବନ୍ଦ'

ଏଥିରେ ଲଘୁ ଉଦ୍ୟୋଗ, ମହିଳା ଉଦ୍ୟୋଗୀ, ବ୍ୟାପାର ସହ ଜଡିତ ଜାତୀୟ ତଥା ରାଜ୍ୟ ସ୍ତରୀୟ ସଙ୍ଗଠନ, ହକର ପ୍ରମୁଖ ଯୋଗଦେବେ। ହେଲେ ଶୁକ୍ରବାର ଅନୁଷ୍ଠିତ ହେଉଥିବା ଭାରତ ବନ୍ଦରେ ଅତ୍ୟାବଶ୍ୟକ ସେବା ଜାରି ରହିବ। ଯେପରିକି ମେଡିକାଲ ଷ୍ଟୋର, କ୍ଷୀର, ପନିପରିବା ଆଦି ଦୋକାନ ଖୋଲାରହିବ। ବନ୍ଦ ପାଳନ ବେଳେ ଯେପରି ସାଧାରଣ ଜନତା କୌଣସି ଅସୁବିଧାର ସାମ୍ନା ଯେପରି ନକରନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ।     

Also Read: ଭାରତ ବନ୍ଦ ପ୍ରସଙ୍ଗ: କୃଷକ ସମର୍ଥନରେ କଂଗ୍ରେସ
 
ଭାରତ ବନ୍ଦ ପୂର୍ବରୁ ସିଏଆଇଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଚିଠିରେ ଜିଏସଟି ସହିତ ଇ-କମର୍ସ କମ୍ପାନୀ ସହିତ ଜଡିତ ମାମଲା ବାବଦରେ ଉଲ୍ଲେଖ କରାଯାଇଥିଲା। ଏହା ସହିତ ଏକ କେନ୍ଦ୍ରସ୍ତରୀୟ ସ୍ପେଶାଲ ବ୍ୟାଙ୍କିଂ ଗ୍ରୁପ (Special Banking Group) ବନାଇବାକୁ ଦାବି ରଖାଯାଇଥିଲା। ଯେଉଁଥିରେ ବରିଷ୍ଠ ଅଧିକାରୀ, ସିଏଆଇଟି ପ୍ରତିନିଧି ଏବଂ ସ୍ୱାଧିନ କର ବିଶେଷଜ୍ଞ ଯେଉଁମାନେ ଜିଏସଟି ଉପରେ ସମୀକ୍ଷା କରି ସରକାରଙ୍କୁ ଗଠନମୂଳକ ପରାମର୍ଶ ଦିଅନ୍ତୁ।

Also Read: ଭାରତ ବନ୍ଦ: ବିଜେପି-ବିଜେଡି-କଂଗ୍ରେସ ମୁହାଁମୁହିଁ

 

ଏହା ସହିତ ସିଏଆଇଟି ପକ୍ଷରୁ ଆହୁରି କୁହାଯାଇଛି ପ୍ରତ୍ୟେକ ଜିଲ୍ଲା ସ୍ତରରେ ଜିଏସଟି ୱାର୍କିଂ ଗ୍ରୁପ (District Working Group) ଗଠନ କରାଯାଉ। ଯାହା ଦ୍ୱାରା ଟିକସ ଆଧାର ସହ ରାଜସ୍ୱ ସଂଗ୍ରହ ବୃଦ୍ଧି ପାଇବ। ଜିଏସଟିରେ କିଛି ସଂଶୋଧନ ହେତୁ ସରକାରୀ କର୍ମଚାରୀଙ୍କୁ ମନମୁଖୀ କ୍ଷମତା ମିଳିଛି। ଏହି ସଂଶୋଧନ ପ୍ରଧାନମନ୍ତ୍ରୀ ମୋଦିଙ୍କ "ମିନିୟମ ଗଭର୍ଣ୍ଣମେଣ୍ଟ, ମ୍ୟାକ୍ସିୟନମ ଗଭର୍ଣ୍ଣାସ" (Minimum Government, Maximum Governance) ଅଭିଯାନକୁ ବିରୋଧ କରୁଛି। ଏହା ଦ୍ୱାରା ଦେଶରେ କର ଆତଙ୍କବାଦ (Tax Terrorism) ଭଳି ପରିବେଶ ସୃଷ୍ଟି ହୋଇଛି।

Also Read: କୃଷକ ଆନ୍ଦୋଳନ: 'ଭାରତ ବନ୍ଦ' ସମର୍ଥନରେ କିଏ କିଏ?

 

ସିଏଆଇଟି ପକ୍ଷରୁ ଶୁକ୍ରବାର କରାଯାଉଥିବା ଭାରତ ବନ୍ଦ ଡାକରାରେ ୪୦ ହଜାର ବ୍ୟାପାରୀସ ସଂଘ ଯୋଗଦେବେ। ଯିଏ ୮ କୋଟି ବ୍ୟବସାୟୀଙ୍କ ନେତୃତ୍ୱ ନେଇଥାଏ। ଏହା ବ୍ୟତୀତ ପରିବହନକାରୀଙ୍କ ସର୍ବବୃହତ ସଙ୍ଗଠନ ଅଲ ଇଣ୍ଡିଆ ଟ୍ରାନ୍ସପୋର୍ଟର୍ସ ୱେଲଫେୟାର ଆସୋସିଏସନ-ଏଆଇଟିଡବଲ୍ୟୁଏ (All India Transporter's Welfare Association-AITWA) ମଧ୍ୟ ଭାରତ ବନ୍ଦକୁ ସମର୍ଥନ କରିବାକୁ ଘୋଷଣା କରିଛି। ଯାହା ଫଳରେ ଶୁକ୍ରବାର ଦେଶରେ ଟ୍ରକ୍ ଜାମ୍ କରାଯିବ।

Also Read: ଭାରତ ବନ୍ଦ: କେନ୍ଦ୍ର ପକ୍ଷରୁ ଗାଇଡଲାଇନ୍ସ ଜାରି

ଆସନ୍ତାକାଲିର ଭାରତ ବନ୍ଦ ଡାକରାରେ ସାମିଲ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏଆଇଟିଡବଲ୍ୟୁଏ ସଭାପତି ପ୍ରଦୀପ ସିଂଘଲ କହିଛନ୍ତି ପ୍ରଥମେ ଗୋଟିଏ ଦିନରେ ୧୦୦ କିଲୋମିଟର ଗାଡି ଚଳାବାର ବ୍ୟବସ୍ଥା ଥିଲା ଯାହାକୁ ପରେ  ୨୦୦ କିଲୋମିଟରକୁ ବୃଦ୍ଧି କରାଯାଇଛି। ଅନେକ ଥର ଯଦି ଦ୍ରବ୍ୟ ପରବହନ ଲାଗି ନଥାଏ ତାହେଲେ ସ୍ଥିତି କଷ୍ଟକର ହୋଇପଡେ। ଇ-ୱେ ବିଲ୍ ସମ୍ବନ୍ଧରେ ଅନେକ ସମସ୍ୟା ଅଛି, ଇ-ୱେ ବିଲ୍ ବୈଧତା ଶେଷ ହେବା ପରେ ଯଦି ପୁନର୍ବାର ଏହାକୁ ଭରଣା ନକରାଯାଏ ତାହେଲେ ଉଚ୍ଚ ମୂଲ୍ୟର ଜୋରିମାନ ଦେବା ବ୍ୟବସ୍ଥା ରହିଛି। ଟିକସ ରାଶି ସହିତ ସମାନ ପରିମାଣ ଜରିମାନା ସଂଗ୍ରହ କରାଯାଉଛି। ଛୋଟ ଭୁଲ ପାଇଁ ବିଭାଗୀୟ ଅଧିକାରୀ ମଧ୍ୟ ଜରିମାନା ଆଦାୟ କରୁଛନ୍ତି। ଯେଉଁଠାରେ ଟିକସ ଚୋରି ହେଉନାହିଁ ସେଠାରେ ଟିକସ ହ୍ରାସ କରାଯିବା ଆବଶ୍ୟକ। ଇ-ୱେ ବିଲ୍ ମଧ୍ୟ ବନ୍ଦ କରିବା କିମ୍ବା ଏହାକୁ ସରଳୀକରଣ କରିବାର ଆବଶ୍ୟକତା ରହିଛି। ଏନେଇ ସରକାର ନିଷ୍ପତ୍ତି ନିଅନ୍ତୁ।