ଏଣିକି Desktop ରୁ ବି କରିହେବ WhatsApp Video Call
Advertisement

ଏଣିକି Desktop ରୁ ବି କରିହେବ WhatsApp Video Call

ପ୍ରଥମେ କେବଳ ସ୍ମାର୍ଟ ଫୋନ ଜରିଆରେ ୱାନ ଟୁ ୱାନ ଭଏସ କଲ୍ ଓ ଭିଡିଓ କଲ କରାଯାଇପାରୁଥିଲା ହେଲେ ଏବେ ଏଥିରେ ନୂଆ ଫିଚର ଯୋଡ଼ା ଯାଇଛି । 

ଏଣିକି Desktop ରୁ ବି କରିହେବ WhatsApp Video Call

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ  ହ୍ୱାଟସଆପ୍ ଏବେ ନିଜ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ନୂଆ ନୂଆ ଫିଚର ସାମ୍ନାକୁ ଆଣୁଛି। WhatsApp ଗୁରୁବାର ଏକ ଶାନଦାର ଫିଚର ଆଣିଛି ଯାହାକୁ ନେଇ ୟୁଜର୍ସ ମାନଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି। ପ୍ରଥମେ କେବଳ ସ୍ମାର୍ଟ ଫୋନ ଜରିଆରେ ୱାନ ଟୁ ୱାନ ଭଏସ କଲ୍ ଓ ଭିଡିଓ କଲ କରାଯାଇପାରୁଥିଲା ହେଲେ ଏବେ ଏଥିରେ ନୂଆ ଫିଚର ଯୋଡ଼ା ଯାଇଛି । କେବଳ ସ୍ମାର୍ଟଫୋନ ନୁହେଁ ଏବେ ଡେସ୍କଟପ ଓ ଲାପଟପରେ ମଧ୍ୟ ଭିଡିଓ କଲ ସହ ଭଏସ କଲ କରାଯାଇପାରିବ। 

ଭଏସ ଓ ଭିଡିଓ କଲ ଆରମ୍ଭ କରିବା ନେଇ  କମ୍ପାନୀ ଏହି ପ୍ଲାଟଫର୍ମରେ ଭଏସ ଓ ଭିଡିଓ କଲ ଆରମ୍ଭ ରୁ ଶେଷ ଯାଏଁ ଏନକ୍ରିପ୍ଟ କରାଯାଇଛି । WhatsApp ଏହି ସୂଚନା ଦେଇ କହିଛି ଯେ, ଗତବର୍ଷ ଓ ପ୍ରତିଦିନ ଦୀର୍ଘ ସମୟ ଧରି କଥାବାର୍ତ୍ତା କରିବା ନେଇ ଭଏସ କଲରେ ଉଲ୍ଲେଖନୀୟ ବୃଦ୍ଧି ସହ ୟୁଜର୍ସ ବୃଦ୍ଧି ଘଟିଛି ।

Also Read: ପାଣିପାଗରେ ସୁଧାର, ୪୦ ତଳେ ପାରଦ

WhatsApp Web Calling Feature: ଡେସ୍କଟପ କଲିଂକୁ ଅଧିକ ଉପଯୋଗୀ କରିବା ପାଇଁ ଏହା ସୁନିଶ୍ଚିତ କରିଛି ଯେ, ପୋଟ୍ରେଟେ ଓ ଲ୍ୟାଣ୍ଡସ୍କେପ ଓରିଏଣ୍ଟେସନ ଭଳି ଦୁଇଟିରେ କାମ କରେ । ଏହାଦ୍ୱାରା ବିଟା ଭର୍ସନ ୟୁଜର୍ସଙ୍କ ପାଇଁ  ରୋଲ ଆଉଟ କରିଦିଆଯାଇଛି । ସୂଚନାନୁଯାୟୀ, ଏହି ଫିଚର ଡିସେମ୍ବର ୨୦୨୦ ରେ ରୋଲଆଉଟ କରାଯାଇଥିଲା । ମାତ୍ର ସେହି ସମୟରେ କିଛି ଲିମିଟେଡ  ବିଟା ଭର୍ସନ ୟୁଜର୍ସଙ୍କ ପାଇଁ ଏହାକୁ ଲଞ୍ଚ କରାଯାଇଥିଲା । ମାତ୍ର ଏବେ WhatsApp Web / Desktop ଭର୍ସନ 2.2104.10 ରେ କିଛି ଫିଚର ଲଞ୍ଚ କରିଦିଆଯାଇଛି । 

Also Read: ହାରିବ କୋରୋନା: ଏଣିକି ଟିକାକରଣ ଚାଲିବ ୨୪ ଘଣ୍ଟିଆ

ଏହି ଫିଚରର ଲାଭ ଉଠାଇବାକୁ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟର ଯତ୍ନ ନେବାକୁ ପଡିବ । ଏହାକୁ ବ୍ୟବହାର କରିବାକୁ, ହେଲେ ସର୍ବ ପ୍ରଥମେ ଆପଣଙ୍କର ହ୍ୱାଟସଆପ ଆକାଉଣ୍ଟକୁ ଆପଣଙ୍କ ଡେସ୍କଟପ କିମ୍ବା ଲାପଟପରେ ଲଗଇନ କରିବାକୁ ପଡ଼ିବ । ଆପଣ ଏହି ଫିଚରର  ବ୍ୟବହାର Windows ଓ MacOS ଲାପଟପରେ ମଧ୍ୟ କରିପାରିବେ । ଆପଣଙ୍କୁ ଏଥିପାଇଁ App Store କିମ୍ବା  Windows Storeରୁ WhatsApp ଆପକୁ ଡାଉନଲୋଡ କରିବାକୁ ହେବ। ଯଦି ଆପଣ Appକୁ ଡାଉନଲୋଡ କରିବାକୁ ଚାହାଁନ୍ତିନି ତେବେ web.whatsapp.com ରେ ମଧ୍ୟ ଲଗଇନ କରିପାରିବେ। QR କୋଡ ଜରିଆରେ ଏନେଇ ଆପଣଙ୍କୁ ଲଗଇନ କରିବାକୁ ପଡ଼ିବ।