Whatsapp ଦେଲା ବଡ଼ ଝଟକା ! ଏମିତି ଭୁଲ କଲେ ଆପଣଙ୍କ ଆକାଉଣ୍ଟ ହେବ ବ୍ୟାନ୍
Advertisement

Whatsapp ଦେଲା ବଡ଼ ଝଟକା ! ଏମିତି ଭୁଲ କଲେ ଆପଣଙ୍କ ଆକାଉଣ୍ଟ ହେବ ବ୍ୟାନ୍

ନିୟମ ଉଲ୍ଲଂଘନ କରିଥିବାରୁ ୨୨ ଲକ୍ଷ ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ବ୍ୟାନ୍ କରାଯାଇଛି। ଅନ୍ୟ ବ୍ୟବହାରକାରୀଙ୍କ ଅଭିଯୋଗ ପରେ ଏହି ନିଷ୍ପତ୍ତି ନିଆଯାଇଛି।

Whatsapp ଦେଲା ବଡ଼ ଝଟକା ! ଏମିତି ଭୁଲ କଲେ ଆପଣଙ୍କ ଆକାଉଣ୍ଟ ହେବ ବ୍ୟାନ୍

ନୂଆଦିଲ୍ଲୀ: ନିଜ ପ୍ରିୟଜନଙ୍କ ସହ ସବୁବେଳେ ପାଖାପାଖି ରହିବାକୁ ଚାହୁଁଥିବାରୁ ଲକ୍ଷ ଲକ୍ଷ ଲୋକ ହ୍ୱାଟସ ଆପ୍ ବ୍ୟବହାର କରୁଛନ୍ତି, ଲୋକଙ୍କ ଚାଟିଂ ଅଭିଜ୍ଞତାକୁ ଅଧିକ ମଜାଳିଆ କରିବା ପାଇଁ ଏହି ସୋସିଆଲ ମିଡିଆ ଆପ୍ ମଜାଳିଆ ବୈଶିଷ୍ଟ ତଥା ଫିଚର ମଧ୍ୟ ପ୍ରଦାନ କରୁଛି । କିନ୍ତୁ ଏଥର ନୂଆ ନିଷ୍ପତ୍ତି ନେଇ ହ୍ୱାଟସ୍ ଆପ୍ ଆଲୋଚନା କରୁଛି। ହ୍ୱାଟସ ଆପ୍ ୨୨ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି। ମାସିକ ରିପୋର୍ଟରେ ହ୍ୱାଟସ୍ ଆପ୍ ଏହା ପ୍ରକାଶ କରିଛି। ନିୟମ ଉଲ୍ଲଂଘନ କରିଥିବାରୁ ୨୨ ଲକ୍ଷ ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ବ୍ୟାନ୍ କରାଯାଇଛି। ଅନ୍ୟ ବ୍ୟବହାରକାରୀଙ୍କ ଅଭିଯୋଗ ପରେ ଏହି ନିଷ୍ପତ୍ତି ନିଆଯାଇଛି।

ବ୍ୟବହାରକାରୀଙ୍କ ସୁରକ୍ଷା ଦୃଷ୍ଟିରୁ ହ୍ୱାଟସ୍ ଆପ୍ (Whatsapp) ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ରିପୋର୍ଟରେ ପ୍ରକାଶ ପାଇଛି ଯେ ପ୍ରାୟ ୨୨ ଲକ୍ଷ ୯ ହଜାର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ହ୍ୱାଟସ ଆପ୍ କହିଛି, ବ୍ୟବହାରକାରୀଙ୍କ ଅଭିଯୋଗ ପାଇବା ପରେ ଏହି ପଦକ୍ଷେପ ନିଆଯାଇଛି। ଅପବ୍ୟବହାରକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବରରେ, କମ୍ପାନୀ ଆକାଉଣ୍ଟ ସମର୍ଥନ, ନିଷେଧ ଆବେଦନ, ଅନ୍ୟାନ୍ୟ ସମର୍ଥନ ଏବଂ ଉତ୍ପାଦ ସହାୟତା ଏବଂ ନିରାପତ୍ତା ବର୍ଗରେ ଅଭିଯୋଗ ଗ୍ରହଣ କରିଥିଲା ​। ଆମେ ମଧ୍ୟ ପ୍ରାୟତଃ ଭୁଲିଯାଉ ଏବଂ ଏପରି ଭୁଲ୍ କରିଥାଉ, ଯେଉଁ କାରଣରୁ ହ୍ୱାଟସଆପ ଭବିଷ୍ୟତରେ ଆପଣଙ୍କ ଆକାଉଣ୍ଟକୁ ମଧ୍ୟ ବ୍ୟାନ୍ କରିଦେଇ ପାରେ। 

Also Read: ଏଗାର ବର୍ଷର କମ ବୟସର ଶିଶୁଙ୍କୁ ଏହି ରୋଗର ଆତଙ୍କ, ହୋଇଯାଆନ୍ତୁ ସତର୍କ

ହ୍ୱାଟସ ଆପ୍ ଆକାଉଣ୍ଟଗୁଡିକ ସ୍ଥାୟୀ କିମ୍ବା ଅସ୍ଥାୟୀ ଭାବରେ ନିଷେଧ କରାଯାଇଥାଏ । ସ୍ଥାୟୀ ଅର୍ଥ ହେଉଛି ଆପଣଙ୍କ ଆକାଉଣ୍ଟ (Social Media Account) ସବୁଦିନ ପାଇଁ ବ୍ୟାନ କରାୟଯିବ । ସେହିପରି ଅସ୍ଥାୟୀ ଅର୍ଥ ହେଉଛି ସମୀକ୍ଷା ପରେ ଆକାଉଣ୍ଟକୁ ପୁଣି ଥରେ କାର୍ଯ୍ୟକ୍ଷମ କରାଯାଇପାରିବ। 

Also Read: By-poll Election Results 2021: ହିମାଚଳରେ ବିଜେପିକୁ ଜୋରଦାର ଝଟକା ତ ମଧ୍ୟ ପ୍ରଦେଶରେ କଂଗ୍ରେସକୁ ନିରାଶା

ପ୍ରାୟତଃ ଦେଖାଯାଏ ଯେ ଲୋକମାନେ ହଜାର ହଜାର ସ୍ପାମ୍ ମେସେଜ ପଠାଇଥାନ୍ତି । ଯଦି କେହି ସ୍ପାମ୍ ମେସେଜ୍ ପଠାନ୍ତି ଏବଂ ଏହା ରିପୋର୍ଟ କରାଯାଏ, ତେବେ ଠିକ୍ ସମୟରେ ସେମାନଙ୍କ ନମ୍ବର ଟ୍ରାକ୍ କରାଯାଇ ବ୍ୟାନ କରାଯାଏ । ଏଥି ସହିତ, ଯଦି ଆପଣ ହ୍ୱାଟସ୍ ଆପ୍ (Whatsapp) ଜରିଆରେ କାହାକୁ ପର୍ଣ୍ଣ ବିଷୟବସ୍ତୁ ପଠାନ୍ତି, ତେବେ ସେହି ଆକାଉଣ୍ଟ ତୁରନ୍ତ ଅବରୋଧ ହୋଇଯିବ କିମ୍ବା ଯଦି ଜଣେ ଉପଭୋକ୍ତା ଶିଶୁ ପର୍ଣ୍ଣ ବିଷୟବସ୍ତୁ ପଠାନ୍ତି କିମ୍ବା ଫରୱାର୍ଡ କରନ୍ତି , ତେବେ  ଏପରି କ୍ଷେତ୍ରରେ ତାଙ୍କୁ ଜେଲ ବି ହୋଇଯାଇପାରେ।

Also Read: ମନରେଗାର ବକେୟା ଅର୍ଥ ମାଗିଲେ ରାଜ୍ୟ ସରକାର, PM ମୋଦିଙ୍କୁ ଚିଠି ଲେଖିଲେ CM ନବୀନ

ଯଦି ଆପଣ ହ୍ୱାଟସ ଆପରେ ତୃତୀୟ ପକ୍ଷ ବା ଥାର୍ଡ ପାର୍ଟି (Third Party) ଆପ୍ ବ୍ୟବହାର କରନ୍ତି, ତେବେ ତୁରନ୍ତ ସେଗୁଡ଼ିକୁ ବନ୍ଦ କରିଦିଅନ୍ତୁ । କାରଣ ଏହା ସହିତ ଆପଣଙ୍କର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇପାରିବ । ଆପ୍ ଷ୍ଟୋର୍‌ରେ ଅନେକ ତୃତୀୟ ପକ୍ଷ ଆପ୍ ଅଛି । ଏଗୁଡିକ ବ୍ୟବହାରକାରୀଙ୍କ ଗୋପନୀୟତାକୁ ବିପଦରେ ପକାଇଥାଏ । ହ୍ୱାଟସ ଆପ୍ ଏହା ମଧ୍ୟ କହିଛି ଯେ ଏଠାରେ ତୃତୀୟ ପକ୍ଷ ଆପ୍ ନିଷେଧ କରାଯାଇଛି । ଆପ୍ ପ୍ରତି ମାସରେ ସ୍କାନିଂ କରିଥାଏ । ଯଦି ଜଣେ ଉପଭୋକ୍ତା ତୃତୀୟ ପକ୍ଷ ଆପ୍ ବ୍ୟବହାର କରି ଧରାଯାଏ ତେବେ ତାଙ୍କୁ ବ୍ୟାନ କରିଦିଆଯାଏ । କିନ୍ତୁ ଏହା ଏକ ଅସ୍ଥାୟୀ ପ୍ରତିବନ୍ଧକ ଭାବେ ବିବେଚନା କରାଯାଏ ।