)
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି(ମଙ୍ଗଳବାର) ସକାଳ ୧୦ଟାରେ ଦେଶକୁ ସମ୍ବୋଧିନ କରିବେ । ମନେ କରାଯାଉଛି ଯେ କୋରୋନା ଭାଇରସ୍ କାରଣରୁ ପିଏମ ମୋଦି ଦେଶରେ ଲଗାଯାଇଥିବା ଲକ୍ ଡାଉନକୁ ନେଇ ଏକ ନୂଆ ଘୋଷଣା କରିପାରେ । ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ସମ୍ବୋଧିନ କରିବା ଉପରେ ବଲିଉଡ ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ ଏକ ଟ୍ୱିଟ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । ଅନୁଭବ ସିହ୍ନା ନିଜ ଟ୍ୱିଟରେ କହିଛନ୍ତି ଯେ, ବାଲକୋନି ସଫା କରି ନିଅନ୍ତୁ ସମସ୍ତେ... । ଅନୁଭବଙ୍କ ଏହି ଟ୍ୱିଟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବା ସହିତ ଲୋକମାନେ ଏହା ଉପରେ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।
I am convinced ज्योतिरादित्य सिंदिया जी अब प्रदेश के लोगों की जी भर के सेवा कर रहे हैं। ये कमबख़्त समाचार वाले बता नहीं रहे।
— Anubhav Sinha (@anubhavsinha) April 13, 2020
ସୂଚନାଯୋଗ୍ୟ, ପୂର୍ବରୁ ବଲିଉଡର ନିର୍ଦ୍ଦେଶକ ଅନୁଭବ ସିହ୍ନା ମଧ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଷୟରେ ଟ୍ୱିଟ୍ କରି ସୋସିଆଲ ମିଡିଆରେ ଚର୍ଚ୍ଚାର ଖୋରାକ ଯୋଗାଇଥିଲେ । ତାଙ୍କ ଟ୍ୱିଟ୍ରେ ଅନୁଭବ ଲେଖିଛନ୍ତି, "ମୁଁ ନିଶ୍ଚିତ ଯେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ ବର୍ତ୍ତମାନ ହୃଦୟ ସହିତ ରାଜ୍ୟବାସୀଙ୍କ ସେବା କରୁଛନ୍ତି । ଏ ସମାଚାରାବାଲା ଲୋକମାନେ କହୁ ନାହାଁନ୍ତି।" ଏହା ପୂର୍ବରୁ ମଧ୍ୟ ଅନୁଭବ ସିହ୍ନା ସାମ୍ପ୍ରତିକ ପ୍ରସଙ୍ଗଗୁଡିକ ବିଷୟକୁ ନେଇ ସୋସିଆଲ ମିଡିଆରେ କ୍ରମାଗତ ସକ୍ରିୟ ରହିଥାନ୍ତା ।
ଅନ୍ୟପକ୍ଷେ କୋରୋନା ଭାଇରସ୍ ବିଷୟରେ କହିବାକୁ ଗଲେ ବିଶ୍ୱରେ ୧୭ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ସୋମବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତରେ ଏହି ଭୂତାଣୁ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ୯୧୫୨ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୯୬ ଟି ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି ଏବଂ ୩୫ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଏପର୍ଯ୍ୟନ୍ତ ୩୦୮ ଜଣଙ୍କ ମୃତ୍ୟୁ ହୋଇଛି, ଯଦିଓ ୮୫୭ ଜଣ କୋରୋନା ରୋଗୀ ମଧ୍ୟ ଏହି ଭାଇରସକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି ।