ପୁଣି ଥରେ ଆଫଗାନିସ୍ତାନରେ ଆତଙ୍କର କାରଖାନା ଯେମିତି ଆରମ୍ଭ ନ ହୁଏ, ସେନେଇ ଆଶଙ୍କା ସୃଷ୍ଟି ହୋଇଛି। ବିଗତ ଦଶନ୍ଧୀରେ ୪ ଜଣ ଆମେରିକା ରାଷ୍ଟ୍ରପତି ଆଫଗାନିସ୍ତାନ ଭବିଷ୍ୟତକୁ ନେଇ ଫଇସଲା କରିଥିଲେ। ତେବେ ଏବେକାର ସ୍ଥିତି ନେଇ ଆମେରିକାର କେଉଁ ରାଷ୍ଟ୍ରପତିଙ୍କୁ ଦାୟୀ କରାଯିବ?
Trending Photos
)
ନୂଆଦିଲ୍ଲୀ: ଦୁଇ ଦଶନ୍ଧୀ ତଳେ ଆମେରିକା ଏକ ବଡ଼ ସୈନ୍ୟ ଅଭିଯାନରେ ତାଲିବାନକୁ ଆଫଗାନିସ୍ତାନ ସତ୍ତାରୁ ବାହାରି କରି ଦେଇଥିଲା। ଏବେ ଆମେରିକାରଚାଲିଯିବା ପରେ ପୁଣି ଥରେ ତାଲିବାନ କ୍ଷମତାକୁ ଫେରିଆସିଛି। ୧୫ ଅଗଷ୍ଟରେ କାବୁଲକୁ ତାଲିବାନର କବଜା କରିବା ପରେ ଅନେକ ଦିନ ଧରି ଆଫଗାନିସ୍ତାନରେ ହଇଚଇ ସୃଷ୍ଟି ହୋଇଥିଲା। ଏବେ ଏହାର ଭବିଷ୍ୟତକୁ ନଜରରେ ରଖି ଅନେକ ଚିନ୍ତା ପ୍ରକାଶ କରିଛନ୍ତି। ପୁଣି ଥରେ ଆଫଗାନିସ୍ତାନରେ ଆତଙ୍କର କାରଖାନା ଯେମିତି ଆରମ୍ଭ ନ ହୁଏ, ସେନେଇ ଆଶଙ୍କା ସୃଷ୍ଟି ହୋଇଛି। ବିଗତ ଦଶନ୍ଧୀରେ ୪ ଜଣ ଆମେରିକା ରାଷ୍ଟ୍ରପତି ଆଫଗାନିସ୍ତାନ ଭବିଷ୍ୟତକୁ ନେଇ ଫଇସଲା କରିଥିଲେ। ତେବେ ଏବେକାର ସ୍ଥିତି ନେଇ ଆମେରିକାର କେଉଁ ରାଷ୍ଟ୍ରପତିଙ୍କୁ ଦାୟୀ କରାଯିବ?
ଜର୍ଜ ବୁଶ (George W. Bush) :

୧୧ ସେପ୍ଟେମ୍ବର ୨୦୦୧ରେ ଆତଙ୍କବାଦୀ (Terrorist) ୪ଟି ବିମାନର ଅପହରଣ କରିନେଇଥିଲେ। ଏହି ବିମାନର ବ୍ୟବହାର ନ୍ୟୁୟର୍କ ୱାର୍ଲଡ୍ ଟ୍ରେଡ୍ ସେଣ୍ଟର, ପେଣ୍ଟାଗନ୍ (Pemtagon) ଏବଂ ପେନସିଲଭେନିଆରେ ଆକ୍ରମଣ ପାଇଁ କରାଯାଇଥିଲା। ୯/୧୧ ଆକ୍ରମଣରେ ଅଲକାଏଦାର ମୁଖ୍ୟ ଭୂମିକା ଥିଲା। ଏଥିରେ ୨ ହଜାର ୯୭୭ ଜଣଙ୍କ ମୃତ୍ୟୁ ହୋଇଥିଲା। ପ୍ରାୟ ୬ ହଜାର ଲୋକ ଆହତ ହୋଇଥିଲେ। ଏହି ସମୟରେ ଜର୍ଜ ବୁଶ ରାଷ୍ଟ୍ରପତି ଥିଲେ ଏବଂ ଆକ୍ରମଣର ଜବାବ ଦେବାକୁ ସେ ରଣୀନୀତି ପ୍ରସ୍ତୁତ କରିଥିଲେ।
ସେପଟେ ଅଲକାଏଦା ସମ୍ପର୍କରେ ଥିବା ତାଲିବାନକୁ ଆମେରିକା (America) ଅଲ୍ଟିମେଟମ୍ ଦେଲା। ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ହସ୍ତାନ୍ତର କରିବାକୁ ଆମେରିକା କହିଥିଲା। ହେଲେ ତାଲିବାନ ସ୍ପଷ୍ଟ ମନା କରିଦେଇଥିଲା। ଏହା ପରେ ଆମେରିକା ଆଫଗାନିସ୍ତାନରେ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଥିଲା। ଡିସେମ୍ବର ୨୦୦୧ରେ ତାଲିବାନ ସରକାର ଭୁଶୁଡ଼ି ପଡ଼ିଥିଲା। ଅଲକାଏଦର ଅନେକ ନେତା ପାକିସ୍ତାନ ଫେରାର ହୋଇଗଲେ ଏବଂ ସଂଗଠନ ଦୁର୍ବଳ ହୋଇଯାଇଥିଲା। ପରେ ବୁଶ୍, ଇରାକ୍ ବିରୋଧରେ ୨୦୦୩ରେ ଯୁଦ୍ଧ ଅଭିଯାନ ଚଳାଇଲେ। ସେପଟେ ଆଫଗାନିସ୍ତାନରେ ନିଜ ସୈନ ସଂଖ୍ୟା ବଢ଼ାଇଲେ ବୁଶ୍ ଏବଂ ଆଫଗାନ୍ ସେନାକୁ ମଜଭୂତ କରିବାକୁ ନିଷ୍ପତ୍ତି ନେଇଥିଲେ।
ବାରାକ୍ ଓବାମା (Barack Obama) :
ଆଫଗାନିସ୍ତାନ (Afghanistan) ରେ ସୈନ୍ୟ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ ଜଣାଇଥିଲେ ପରବର୍ତ୍ତୀ ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମା। ୨୦୦୯ରେ ରାଷ୍ଟ୍ରପତି ହେବା ପରେ ଓବାମା, ବୁଶଙ୍କ କାମକୁ ଆଗକୁ ନେଇଥିଲେ। ସେତେବେଳେ ଆଫଗାନିସ୍ତାନରେ ବିଦେଶୀ ସୈନିକଙ୍କ ସଂଖ୍ୟା ୩୭ ହଜାର ପହଞ୍ଚିଥିଲା। ୯/୧୧ ଆକ୍ରମଣର ୧୧ ବର୍ଷ ଆମେରିକା
ନେଭି ସିଲ୍ ଏକ ଗୁଇନ୍ଦା ମିଶନରେ ଓସାମା ବିନ୍ ଲାଦେନକୁ ପାକିସ୍ତାନରେ ମାରି ଦିଆଗଲା। ଏଥିସହ ତାଲିବାନ ଏବଂ ଅଲ-କାଏଦା ବିରୋଧରେ ଆମେରିକାର ବଡ଼ ଅଭିଯାନ ଶେଷ ହୋଇଥିଲା। ଏହା ଓବାମା ଆମେରିକା ସେନାକୁ ଫେରାଇ ନେବାକୁ ଘୋଷଣା କରିଥିଲେ। ଏହି ସମୟରେ ବାଇଡେନ ଉପ-ରାଷ୍ଟ୍ରପତି ଥିଲେ। ଆମେରିକାର ଏହି ଘୋଷଣା ପରେ ତାଲିବାନକୁ ମଉକା ମିଳିଯାଇଥିଲା। ଆମେରିକାର ସେନା ଅଭିଯାନ ଧୀରେ ଧୀରେ ଦୁର୍ବଳ ପଡ଼ିବା ଆରମ୍ଭ ହୋଇଥିଲା।
ଡୋନାଲ୍ଡ ଟ୍ରମ୍ପ (Donald Trump) :
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ସତ୍ତା ସମ୍ଭାଳିବା ପରେ ଆଫଗାନିସ୍ତାନ ସ୍ଥିତି ଉପରେ ବେଶ ଧ୍ୟାନ ଦେଲେ ନାହିଁ। ସେ କେବଳ ଅନ୍ୟ ଦେଶ ଗୁଡ଼ିକ ସହିତ ଭଲ ସମ୍ପର୍କ ରଖିବା ଉପରେ ଗୁରୁତ୍ୱ ଦେଉଥିଲେ। ଆଫଗାନିସ୍ତାନରେ ଯୁଦ୍ଧ ଜାରି ରଖିବା ପକ୍ଷରେ ସେ ନଥିଲେ। ସେ ନିଜ ଫଇସଲା ନିଜେ ନେଉଥିଲେ। ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟହାର କରିବାକୁ ସେ ପ୍ରସ୍ତୁତ ଥିଲେ। ରାଷ୍ଟ୍ରପତି ଟ୍ରମ୍ପ ତାହା କଲେ, ଯାହା ଓବାମା କରିନଥିଲେ। ସେ କହୁଥିଲେ କି, ତାଲିବାନ ବୁଝାମଣା ସର୍ତ୍ତ ନିଶ୍ଚିତ ମାନିବ। ଟ୍ରମ୍ପ ତାଲିବାନ ନେତାଙ୍କ ସହ ବୁଝାମଣା କରିଥିଲା, ହେଲେ ପାକିସ୍ତାନର ଭୂମିକାକୁ ନଜରଅନ୍ଦାଜ କରିଦେଇଥିଲେ। ଆମେରିକା ଏବଂ ତାଲିବାନ ମଧ୍ୟରେ ଫେବୁଆରୀ ୨୦୨୦ରେ ଏକ ଚୁକ୍ତି ହୋଇଥିଲା।
ମେ ୧, ୨୦୨୧ ସୁଦ୍ଧା ଆମେରିକା ସେନା (US Army) କୁ ଆଫଗାନିସ୍ତାନରୁ ବାହାରିବାର ଥିଲା। ଏହି ବୁଝାମଣା ନାଟୋ ଦେଶର ସେନା ଉପରେ ମଧ୍ୟ ଲାଗୁ ହୋଇଥିଲା। ବୁଝାମଣା ଅନୁସାରେ ଆମେରିକା ପ୍ରାୟ ୫ ହଜାର କଏଦୀଙ୍କୁ ମୁକ୍ତ କରିଥିଲା, ଏଥିରେ କିଛି ତାଲିବାନୀ ମଧ୍ୟ ଥିଲେ। ସେପଟେ ତାଲିବାନ ୧ ହଜାର କଏଦୀଙ୍କୁ ମୁକ୍ତ କରିଥିଲା। ଯେବେ ଟ୍ରମ୍ପ ରାଷ୍ଟ୍ରପତି ହେଲେ, ସେ ସମୟରେ ଆଫଗାନିସ୍ତାନରେ ୮ ହଜାର ୫ ଶହ ଆମେରିକା ସୈନିକ
ଥିଲେ। ପରେ ଏହି ସଂଖ୍ୟା ବଢ଼ି ୧୩ ହଜାର ପହଞ୍ଚିଯାଇଥିଲା। ଟ୍ରମ୍ପ (Trump) ଙ୍କ କାର୍ଯ୍ୟକାଳ ଶେଷ ହେବା ଯାଏଁ ଏହି ସଂଖ୍ୟା ୨୫ ହଜାର ହୋଇଯାଇଥିଲା।
ଜୋ ବାଇଡେନ (Joe Biden) :
ଟ୍ରମ୍ପ ରାଷ୍ଟ୍ରପତି ଥିବା ସମୟରେ ଯେଉଁ ସବୁ ନିଷ୍ପତ୍ତି ନେଇଥିଲେ, ସେଥିରେ ଅନେକ ନିଷ୍ପତ୍ତି ଭୁଲ ଥିଲା। ହେଲେ ଏହି କିଛି ଦିନ ମଧ୍ୟରେ ଆଫଗାନିସ୍ତାନରେ ଯାହା ହେଲା, ସେଥିପାଇଁ ବାଇଡେନ ଦାୟୀ ନୁହଁନ୍ତି ବୋଲି ଆମେ କହିପାରିବା ନାହିଁ। ବାଇଡେନ ଟ୍ରମ୍ପଙ୍କ ନିଷ୍ପତ୍ତି ବଦଳିପାରିଥାନ୍ତେ, ହେଲେ ତାହା ସେ କଲେ ନାହିଁ। ତାଲିବାନ ବାରମ୍ବାର ନିଜ ପ୍ରତିଶ୍ରୁତି ଭାଙ୍ଗି ଚାଲିଥିଲା। ଏହାକୁ ଆଧାର କରି ବାଇଡେନ ବୁଝାମଣା ବାହାର କରିଯାଇପାରିଥାନ୍ତେ। ଟ୍ରମ୍ପଙ୍କ ବଡ଼ ସଂଖ୍ୟାରେ ସୈନ୍ୟଙ୍କୁ ଫେରାଇ ଆଣିବା ନିଷ୍ପତ୍ତିକୁ ବାଇଡେନ କେବେ ସମାଲୋଚନା କରିନଥିଲେ। ସୈନ୍ୟଙ୍କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାର ସମୟ ସୀମା ପ୍ରଥମେ ସେପ୍ଟେମ୍ବର ୧୧ କରିଥିଲେ ଏବଂ ପରେ ଅଗଷ୍ଟ ୩୧କୁ ବୃଦ୍ଧି କରିଥିଲେ। ବାଇଡେନ ଏହା ମଧ୍ୟ କହିଥିଲେ କି ତାଲିବାନ, ଆଫଗାନିସ୍ତାନ ଉପରେ କବଜା କରିପାରିବ ନାହିଁ। ହେଲେ ତାହା ହେଲା।
ତେବେ ଆଫଗାନିସ୍ତାନରେ ଆମେରିକୀୟ ଅଭିଯାନର ଅସଫଳତା ପାଇଁ ଦାୟୀ କିଏ? ବୁଶ ପ୍ରଶାସନ ପାଇଁ ଆଫଗାନିସ୍ତାନର ପୁନଃ ନିର୍ମାଣର କାରଣ ଇରାକ୍ ଯୁଦ୍ଧ ସାଜିଥିଲା। ଓବାମା ସେନା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତିରେ ତାଲିବାନକୁ ସାହାସ ମିଳିଥିଲା। ଟ୍ରମ୍ପଙ୍କ ସମୟରେ ହୋଇଥିବା ବୁଝାମଣା ପରେ ତାଲିବାନର ଦମ୍ଭ ବଢ଼ିଗଲା ଏବଂ ଏବେ କିଛି ଦିନ ମଧ୍ୟରେ ଯାହା ହେଲା, ତାହା ବାଇଡେନଙ୍କୁ ଚିନ୍ତା କରିବାକୁ ସୁଯୋଗ ମଧ୍ୟ ଦେଇନଥିଲା। ତେବେ ଚାରି ଜଣ ରାଷ୍ଟ୍ରପତି ଆଫଗାନିସ୍ତାନରେ ରାଜନୈତିକ ନେତୃତ୍ୱ ଉପରେ ଅଧିକ ଭରସା କଲେ ଏବଂ ତାଲିବାନ (Taliban) କୁ ଭଲ ଭାବେ ମାପି ପାରିଲେ ନାହିଁ। ଏବେ ଯାହା ସ୍ଥିତି ଅଛି, ସେଥିପାଇଁ ଚାରି ଜଣ ରାଷ୍ଟ୍ରପତି ଦାୟୀ।