କୋରୋନା ସଂକ୍ରମଣ: ସ୍ୱାସ୍ଥ୍ୟ କର୍ମୀଙ୍କୁ ମୋବାଇ ଫୋନ ମନା
Advertisement
Article Detail0/zeeodisha/odisha671469

କୋରୋନା ସଂକ୍ରମଣ: ସ୍ୱାସ୍ଥ୍ୟ କର୍ମୀଙ୍କୁ ମୋବାଇ ଫୋନ ମନା

କୋରୋନାକୁ ନେଇ ନୂଆ କଟକଣା ଜାରି କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

File pic
File pic

ନୂଆଦିଲ୍ଲୀ: କୋରୋନାକୁ ନେଇ ନୂଆ କଟକଣା ଜାରି କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । କୋରୋନା ସଂକ୍ରମଣକୁ ରୋକିବା ପାଇଁ ମୋବାଇଲ ଫୋନର ବ୍ୟବହାର ଉପରେ ରୋକ୍ ଲଗାଇବା ପାଇଁ WHO ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି ।

କୋରୋନା ପୀଡିତଙ୍କ ଚିକିତ୍ସା କରିବା ପାଇଁ ଯାଉଥିବା ଡାକ୍ତର ଓ ନର୍ସମାନଙ୍କୁ ଏବେ ଠାରୁ ଫୋନ ମନା । ଚିକିତ୍ସା ପାଇଁ ଡାକ୍ତରଖାନା ୱାର୍ଡକୁ ପ୍ରବେଶ କରିବା ପୂର୍ବରୁ ନିଜ ନିଜର ମୋବାଇଲ ଫୋନକୁ ବାହାରେ ସବମିଟ୍ କରି ଯିବାକୁ ପଡିବ । ଓ ନିଜର ୱାର୍କିଂ ସମୟ ଶେଷ ହେବା ପରେ ଡାକ୍ତରମାନେ ନିଜର ଫୋନ ନେଇ ଘରକୁ ଯାଇପାରିବେ ବୋଲି ଜାରି ହୋଇଛି ନୂଆ ଗାଇଡଲାଇନ ।  

 

ତେବେ କେବଳ ଡାକ୍ତର ନୁହଁନ୍ତି ରୋଗୀମାନଙ୍କୁ ମଧ୍ୟ ମୋବାଇଲ ପୋନ ଭିତରକୁ ନେଇ ଯିବା ପାଇଁ ମନା କରାଯାଇଛି । ଚିକିତ୍ସା ସମୟରେ କଲ୍ ଆସିଲେ ବେଳେବେଳେ ଡାକ୍ତରମାନେ ଅସାବଧାନତା ହୋଇ ମୋବାଇଲ ଫୋନକୁ ହାତରେ ଧରିନେଉଛନ୍ତି ଓ ପୁଣି ଥରେ କାମ ସରିବା ପରେ, ଘରକୁ ଆସିବା ପରେ ସେହି ଫୋନର ବ୍ୟବହାର କରୁଛନ୍ତି । ଯଦ୍ୱାରା ଫୋନ ମାଧ୍ୟମରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ସେଥିପାଇଁ ଏବେ ଚିକିତ୍ସା ୱାର୍ଡ ଭିତରକୁ ମୋବାଇଲ ଫୋନ ନେଇ ଯିବା ପାଇଁ ମନା କରାଯାଇଛି । 

;