• ରାଜ୍ୟର କୋଭିଡ ସ୍ଥିତି ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ନେଇ CMଙ୍କ ସମୀକ୍ଷା
  • କୋଭିଡ ବେଳେ ଡାକ୍ତରଙ୍କ ଭୂମିକାକୁ ପ୍ରଂଶସା କଲେ ମୁଖ୍ୟମନ୍ତ୍ରୀ
  • ରାଜ୍ୟରେ ନବ ନିଯୁକ୍ତ ୭୮୬ ଡାକ୍ତରଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
  • ଶ୍ରୀମନ୍ଦିର ରୂପାଦ୍ବାର ଛାଉଣୀ ନେଇ ରୂପରେଖ ଚୂଡ଼ାନ୍ତ
  • କବାଟ ଓ ରୂପା ଛାଉଣୀ ତତ୍ବାବଧାନ ପାଇଁ ୨ଟି କମିଟି କରାଯାଇଛି
  • ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର
  • ୨ ସପ୍ତାହ ପାଇଁ ଆଂଶିକ ଲକଡାଉନ ଲଗାଇଲେ ରାଜ୍ୟ ସରକାର
  • ୧୭ କମ୍‌ ସଂକ୍ରମିତ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୫ଟା ଯାଏ କଟକଣା କୋହଳ
  • ୧୩ ଜିଲ୍ଲାରେ ସକାଳ ୬ରୁ ଦିନ ୧ଟା କୋହଳ
  • ବନ୍ଦ ରହିବ ବସ୍‌ ପରିବହନ, ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ

କୋରୋନା ମହାମାରୀର ଦ୍ରୁତ ବିସ୍ତାରକୁ ରୋକିବା ପାଇଁ WHO କହିଲା ଉପାୟ, ଆପଣ ମଧ୍ୟ ଜାଣନ୍ତୁ...

WHO ର ଦକ୍ଷିଣ ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ପୁଣମ୍ ଖେତ୍ରପାଲ ସିଂ କହିଛନ୍ତି ଯେ, କୋଭିଡ-19 ( COVID-19) ର ଉପଯୁକ୍ତ ଅଭ୍ୟାସ ଗ୍ରହଣ କରି ଏହି ଭୂତାଣୁ ଓ ଏହାର ଭେରିଏଣ୍ଟକୁ ବିସ୍ତାର କରିବାରେ ରୋକାଯାଇପାରିବ । ଟେଷ୍ଟ, ଟ୍ରେସ, ଆଇସୋଲେଟ୍ ଏବଂ ଟ୍ରିଟ୍ ବା ଯାଞ୍ଚ, ସଂକ୍ରମିତ ଲୋକଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ଚିହ୍ନଟ କରିବା, ରୋଗୀଙ୍କୁ ଏକାକୀ ରଖିବା ଏବଂ ସେମାନଙ୍କୁ ସଠିକ୍ ଚିକିତ୍ସା କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି ।

କୋରୋନା ମହାମାରୀର ଦ୍ରୁତ ବିସ୍ତାରକୁ ରୋକିବା ପାଇଁ WHO କହିଲା ଉପାୟ, ଆପଣ ମଧ୍ୟ ଜାଣନ୍ତୁ...

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ପୁଣି କୋରୋନା ଭୂତାଣୁ (Coronavirus) ତାଣ୍ଡବ କରୁଛି । ଟିକାକରଣ (Vaccination) ପରେ ମଧ୍ୟ ଅନେକ ଲୋକ ସଂକ୍ରମିତ ହେଉଛନ୍ତି । ଏହି ଭାଇରସ (COVID-19) କୁ ସଂପୂର୍ଣ୍ଣ ରୂପେ ଦୂର କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବା ଟିକା (Vaccine) ପ୍ରସ୍ତୁତି ହୋଇପାରି ନାହିଁ । ଏଭଳି ପରିସ୍ଥିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO କହିଛି ଯେ କୋରୋନା ସମ୍ୱନ୍ଧୀୟ ନିୟମର ପାଳନ କରିବା ଓ ଉପଯୁକ୍ତ ଆଚରଣ ଗ୍ରହଣ କରିବା ହିଁ ଏହି ମହାମାରୀର ପ୍ରସାରକୁ ରୋକିବା ପାଇଁ ସର୍ବୋତ୍ତମ ଉପାୟ ।

ଅଧିକ ପଢ଼ନ୍ତୁ:-ଦେଶରେ କୋରୋନାର ତାଣ୍ଡବ: ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ, ୯୦୪ ଜଣଙ୍କ ମୃତ୍ୟୁ

WHO ର ଦକ୍ଷିଣ ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ପୁଣମ୍ ଖେତ୍ରପାଲ ସିଂ କହିଛନ୍ତି ଯେ, କୋଭିଡ-19 ( COVID-19) ର ଉପଯୁକ୍ତ ଅଭ୍ୟାସ ଗ୍ରହଣ କରି ଏହି ଭୂତାଣୁ ଓ ଏହାର ଭେରିଏଣ୍ଟକୁ ବିସ୍ତାର କରିବାରେ ରୋକାଯାଇପାରିବ । ଟେଷ୍ଟ, ଟ୍ରେସ, ଆଇସୋଲେଟ୍ ଏବଂ ଟ୍ରିଟ୍ ବା ଯାଞ୍ଚ, ସଂକ୍ରମିତ ଲୋକଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ଚିହ୍ନଟ କରିବା, ରୋଗୀଙ୍କୁ ଏକାକୀ ରଖିବା ଏବଂ ସେମାନଙ୍କୁ ସଠିକ୍ ଚିକିତ୍ସା କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ି ହୋଇଯିବ ୨୮ ପ୍ରତିଶତ! ଦରମା-ପେନସନରେ ମଧ୍ୟ ହେବ ବୃଦ୍ଧି

ଗୋଟିଏ ପ୍ରଶ୍ନ ଉପରେ ଡକ୍ଟର ସିଂ କହିଛନ୍ତି ଯେ, ଶାରୀରିକ ଦୂରତା ଓ ଲୋକଙ୍କ ଗତିବିଧି ସୀମିତ କରିବା ଭଳି ପଦକ୍ଷେପ ମଧ୍ୟ କୋରୋନା ବିସ୍ତାରକୁ ରୋକିବାରେ ସାହାଯ୍ୟ କରିବ । ଅନ୍ୟପକ୍ଷରେ, ବୈଜ୍ଞାନିକମାନେ କହିଛନ୍ତି ଯେ କୋରୋନାର ପରିବର୍ତ୍ତିତ ସ୍ୱରୂପ, ନିର୍ବାଚନ ତଥା ଅନ୍ୟାନ୍ୟ ସାଧାରଣ କାର୍ଯ୍ୟକ୍ରମଗୁଡ଼ିକ ଯୋଗୁଁ ବହୁ ସଂଖ୍ୟାରେ ଲୋକ ସଂକ୍ରମଣର ଶିକାର ହୁଅନ୍ତି ଏବଂ ସତର୍କତା ଅବଲମ୍ବନ ନ କରିବା ହେତୁ ମାମଲାଗୁଡ଼ିକର ତୀବ୍ର ବୃଦ୍ଧି ପାଇଁ ଦାୟୀ ।