ଆନନ୍ଦ ଗିରି କିଏ ଓ ମହନ୍ତ ନରେନ୍ଦ୍ର ଗିରିଙ୍କ ସହ ତାଙ୍କର ସମ୍ପର୍କ କିପରି ଥିଲା?
Advertisement

ଆନନ୍ଦ ଗିରି କିଏ ଓ ମହନ୍ତ ନରେନ୍ଦ୍ର ଗିରିଙ୍କ ସହ ତାଙ୍କର ସମ୍ପର୍କ କିପରି ଥିଲା?

ଯେଉଁମାନେ ଆନନ୍ଦ ଗିରିଙ୍କୁ ଅତି ନିକଟରୁ ଜାଣନ୍ତି ସେମାନେ କୁହନ୍ତି ଯେ ତାଙ୍କ ଓ ନରେନ୍ଦ୍ର ଗିରିଙ୍କ ମଧ୍ୟରେ ଅତ୍ୟନ୍ତ ନିବିଡ଼ ସମ୍ପର୍କ ରହିଛି । କିନ୍ତୁ ବାଗମ୍ବ୍ରି ମଠର ଜମିକୁ ନେଇ ବିବାଦ ପରେ ଗୁରୁ ଓ ଶିଷ୍ୟ ପରସ୍ପର ବିରୁଦ୍ଧରେ ଖୋଲାଖୋଲି ଅଭିଯୋଗ ଆଣିଥିଲେ ।

ଆନନ୍ଦ ଗିରି କିଏ ଓ ମହନ୍ତ ନରେନ୍ଦ୍ର ଗିରିଙ୍କ ସହ ତାଙ୍କର ସମ୍ପର୍କ କିପରି ଥିଲା?

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପୋଲିସ (UP Police) ମଙ୍ଗଳବାର ଅଖିଲ ଭାରତୀ ଅଖାଡ଼ା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି (Mahanta Narendra Giri) ଙ୍କ ମୃତ୍ୟୁ ଘଟଣାରେ ତାଙ୍କ ଶିଷ୍ୟ ଆନନ୍ଦ ଗିରି (Anand Giri) ଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି । ଏହି ଏଫଆଇଆରରେ ବାଘମ୍ବ୍ରି ମଠର ବ୍ୟବସ୍ଥାପକ ଅମର ଗିରି ଆନନ୍ଦ ଗିରିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଯେ ମହନ୍ତ ନରେନ୍ଦ୍ର ଗିରି ବିଗତ କିଛି ସମୟ ଧରି ଆନନ୍ଦ ଗିରିଙ୍କ କାରଣରୁ ଚାପରେ ଥିଲେ, ଯେଉଁଥିପାଇଁ ସେ ନିଜ ଜୀବନ ଦେଇଛନ୍ତି ।

ଏହି ମାମଲାରେ ଆନନ୍ଦ ଗିରିଙ୍କ ସମେତ ଅନେକ ଲୋକଙ୍କୁ ଗିରଫ କରି ପୋଲିସ ପଚରାଉଚରା ଆରମ୍ଭ କରିଛି । ମହନ୍ତ ନରେନ୍ଦ୍ର ଗିରିଙ୍କ ପାଖରୁ କଥିତ ଏକ ସୁସାଇଟ ନୋଟ ଉଦ୍ଧାର କରାଯାଇଛି ଯେଉଁଥିରେ ଆନନ୍ଦ ଗିରିଙ୍କ ବିଷୟରେ ଉଲ୍ଲେଖ କରାଯାଇଛି ।

fallback

ନିରଂଜନ ଅଖାଡ଼ାର ସାଧୁ ଓ ବାଘମ୍ବରୀ ମଠର ମହନ୍ତ ନରେନ୍ଦ୍ର ଗିରି ଓ ତାଙ୍କ ଶିଷ୍ୟ ଆନନ୍ଦ ଗିରିଙ୍କ ମଧ୍ୟରେ ବିବାଦ ଦୀର୍ଘ ଦିନ ଧରି ଚାଲିଆସୁଛି । ଏଠାରେ କହି ରଖୁଛୁ ଯେ ବର୍ତ୍ତମାନ ହିନ୍ଦୁ ଧର୍ମରେ ମୋଟ ୧୩ଟି ଅଖାଡଡ଼ା ରହିଛି । ଏଥିମଧ୍ୟରୁ ଆବାହନ ଅଖାଡ଼ା, ଅଟଳ ଅଖାଡ଼ା, ମହାନିର୍ବାଣୀ ଅଖାଡ଼ା, ଆନନ୍ଦ ଅଖାଡ଼ା, ନିର୍ମୋହି ଅଖାଡ଼ା, ଦଶନାମୀ ଅଖାଡ଼ା, ନିରଂଜନ ଅଖାଡ଼ା ଏବଂ ଜୁନା ଅଖାଡ଼ା ଆଦି ପ୍ରମୁଖ ଅଖାଡ଼ା ମଧ୍ୟରେ ଗଣାଯାଏ ।

ଏହି ଅଖାଡ଼ା ନିଜ ନିଜ ପରମ୍ପରାରେ ଶିଷ୍ୟମାନଙ୍କୁ ଦୀକ୍ଷିତ କରନ୍ତି ଓ ସେମାନଙ୍କୁ ଉପାଧି ପ୍ରଦାନ କରନ୍ତି । ନରେନ୍ଦ୍ର ଗିରି ଓ ଆନନ୍ଦ ଗିରି ନିରଂଜନ ଅଖାଡ଼ା ସହ ଜଡିତ ଥିଲେ । ଗତ କିଛି ବର୍ଷ ଧରି ବାଗମ୍ବରୀ ମଠର ଦାୟିତ୍ୱ ତୁଲାଉଥିଲେ ।

fallback

କିଏ ଆନନ୍ଦ ଗିରି

ଫ୍ରେଞ୍ଚ୍ କଟ୍ ଦାଢ଼ି ରଖୁଥିବା ଯୋଗ ଗୁରୁ ଆନନ୍ଦ ଗିରିଙ୍କ ଜନ୍ମ ୨୧ ଅଗଷ୍ଟ ୧୯୮୦ରେ ରାଜସ୍ଥାନରେ ହେଇଥିଲା । ଏହା ପରେ ସେ ପ୍ରାୟ ଦଶ ବର୍ଷ ବୟସରେ ନରେନ୍ଦ୍ର ଗିରିଙ୍କ ସଂସ୍ପର୍ଶ ଆସିଥିଲେ ଯିଏ ତାଙ୍କୁ ହରିଦ୍ୱାରକୁ ନେଇଆସିଥିଲେ । ଆନନ୍ଦ ଗିରି ତାଙ୍କର ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ଦଶ ବର୍ଷ ବୟସରେ ଘର ଛାଡ଼ି ଦେଇଥିଲେ । ଏହା ପରେ ସେ ଉତ୍ତରାଖଣ୍ଡରେ ବହୁ ବର୍ଷ ରହିଥିଲେ ଏବଂ ପରେ ପ୍ରୟାଗରାଜରେ ପହଞ୍ଚିଲେ ।

fallback

ନିଜ ପାସପୋର୍ଟରେ ମା'ଙ୍କ ନାମ ବଦଳରେ ହିନ୍ଦୁ ଦେବୀ ପାର୍ବତୀଙ୍କ ନାମ ଓ ବାପାଙ୍କ  ସ୍ଥାନରେ ଗୁରୁଙ୍କ ନାମ ଲେଖିଥିବା ଆନନ୍ଦ ଗିରି ଦାବି କରିଛନ୍ତି ଯେ ସେ ବ୍ରିଟେନ ଓ କାନାଡା ସମେତ ବିଶ୍ୱର ଅନେକ ପାର୍ଲାମେଣ୍ଟରେ ଭାଷଣ ଦେଇସାରିଛନ୍ତି । ଯୋଗ ଗୁରୁ ଭାବରେ ନିଜ ପାଇଁ ଏକ ପରିଚୟ ସୃଷ୍ଟି କରିଥିବା ଆନନ୍ଦ ଗିରି ଅନେକ ଦେଶ ଭ୍ରମଣ କରିଛନ୍ତି ।

କିନ୍ତୁ ସାଧାରଣ ଜୀବନରେ ସେ ଯେଉଁ ପ୍ରତିଷ୍ଠା ଓ ସମ୍ମାନ ହାସଲ କରିଛନ୍ତି, ସେଥିରେ ପ୍ରୟାଗରାଜର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

fallback

ପ୍ରୟାଗରାଜ ସହିତ ଆନନ୍ଦ ଗିରିଙ୍କ ସମ୍ପର୍କ 

ଯେଉଁମାନେ ଆନନ୍ଦ ଗିରିଙ୍କୁ ଅତି ନିକଟରୁ ଜାଣିଛନ୍ତି, ସେମାନେ କହିଛନ୍ତି ଯେ ତାଙ୍କର ପ୍ରୟାଗରାଜ ଅଞ୍ଚଳରେ ଜଣେ ରକଷ୍ଟାର ସାଧୁର ମାନ୍ୟତା ଅଛି । ଲୋକମାନେ ତାଙ୍କୁ ଛୋଟେ ମହାରାଜ ବୋଲି ମଧ୍ୟ ଡାକନ୍ତି ।

ହ୍ୟାଣ୍ଡେଲ ଛାଡି ବୁଲେଟ୍ ଚଳାଇବା ଭଳି ଷ୍ଟଣ୍ଟ୍ କରିଥିବା ଆନନ୍ଦ ଗିରି ଯୁବକମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ । ଏହା ସହିତ ସେ ଜଣେ ଯୁବ ଆଇକନ୍, ଷ୍ଟାଇଲ୍ ଆଇକନ୍ ଏବଂ ଡାୟନୋମିକ ଗୁରୁ ଭାବରେ ମାନ୍ୟତା ପାଇଛନ୍ତି ।

fallback

ଆନନ୍ଦ ଗିରି ନରେନ୍ଦ୍ର ଗିରିଙ୍କ ନିକଟତମ ଶିଷ୍ୟ ଭାବରେ ଜଣାଶୁଣା ଥିଲେ । ଯେତେବେଳେ ବି କୌଣସି ସୁଯୋଗ ଆସେ, ଆନନ୍ଦ ତାଙ୍କ ଗୁରୁଙ୍କୁ ରକ୍ଷା କରୁଥିବା ଦେଖାଯାଇଥିଲା । ବାର୍ତ୍ତାଳାପର ଜଣେ ବିଶେଷଜ୍ଞ ଆନନ୍ଦ ଗିରି ଧୀରେ ଧୀରେ ନିଜକୁ ଯୋଗ ଗୁରୁ ଭାବରେ ପ୍ରତିଷ୍ଠିତ କରିଛନ୍ତି ।

ପ୍ରୟାଗରାଜ ସହରରେ ଆନନ୍ଦ ଗିରିଙ୍କ କିପରି ଦବଦବା ରହିଥିଲା, ତାହା ତାଙ୍କ ଫେସବୁକ୍ ପ୍ରୋଫାଇଲରେ ଥିବା ସମସ୍ତ ଫଟୋରୁ ସ୍ପଷ୍ଟ ଜଣାପଡିଥାଏ । ଅନେକ ଫଟୋରେ ବରିଷ୍ଠ ପୋଲିସ୍ ଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀ ସ୍ତର ପର୍ଯ୍ୟନ୍ତ ନେତାମାନେ ତାଙ୍କ ସାମ୍ନାରେ ହାତ ଯୋଡୁ ଥିବାର ନଜର ଆସିଛନ୍ତି ।

ଏହାସହ ତାଙ୍କ ସାକ୍ଷାତକାରରେ ସେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ କେଶବ ବୋଲି କହୁଥିବାର ନଜର ଆସିଛନ୍ତି । ଆନନ୍ଦ ରାଜ ଗିରି ପ୍ରୟାଗରାଜରେ ଥିବା ବଡ଼େ ହନୁମାନ ଜୀ ମନ୍ଦିରରେ ଏକ ପ୍ରମୁଖ ଭୂମିକାରେ ରହିଛନ୍ତି । ବଡ଼େ ହନୁମାନ ଜୀଙ୍କୁ ପ୍ରୟାଗରାଜରେ ନଗର ଦେବତା ଭାବରେ ପ୍ରତିଷ୍ଠିତ ଅଛନ୍ତି । ଏଠାରେ ଦେଶବିଦେଶରୁ ବଡ଼ ବଡ଼ ସେଲିବ୍ରିଟିମାନେ ଦର୍ଶନ କରିବାକୁ ଆସନ୍ତି ।

ମନ୍ଦିରକୁ ଆସୁଥିବା ବଡ଼ ବଡ଼ ବ୍ୟକ୍ତିତ୍ୱମାନଙ୍କୁ ଦର୍ଶନ କରାଇ ଠାରୁ ଆରମ୍ଭ କରି ଆରତୀ କରାଇବା ଭଳି କାମରେ ସେ ନିଜ ଗୁରୁ ନରେନ୍ଦ୍ର ଗିରିଙ୍କ ସହିତ ଉପସ୍ଥିତ ରହୁଥିଲେ । ଏହି ଉପାୟରେ ସେ ବଡ଼ ଲୋକଙ୍କ ସହିତ ସିଧାସଳଖ କଥାବାର୍ତ୍ତା ଓ ସମନ୍ୱୟ ରକ୍ଷା କରିଥିଲେ ।

fallback

ଅଷ୍ଟ୍ରେଲିଆରେ ଯୌନ ଉତ୍ପୀଡ଼ନ ଅଭିଯୋଗ (Sexual harassment allegations in Australia)

ଦେଶ ବିଦେଶରେ ଯୋଗ ଶିକ୍ଷା ଦେଉଥିବା ଆନନ୍ଦ ଗିରିଙ୍କ ଉପରେ ଏପରି ଏକ ବିଦେଶ ଯାତ୍ରା ସମୟରେ ଯୌନ ଉତ୍ପୀଡ଼ନ କରିବାର ଅଭିଯୋଗ ଆସିଥିଲା । ଯଦିଓ ଏହା ଦେଶ ଭିତରେ ଆନନ୍ଦ ଗିରିଙ୍କ ପ୍ରଥମ ଗିରଫ, କିନ୍ତୁ ମେ ୨୦୧୯ରେ ତାଙ୍କୁ ଅଷ୍ଟ୍ରେଲିଆରେ ମଧ୍ୟ ଗିରଫ କରାଯାଇଥିଲା । ମହିଳାଙ୍କ ସହ ଅସଦାଚରଣ ଅଭିଯୋଗରେ ଅଷ୍ଟ୍ରେଲୀୟ ପୋଲିସ ଆନନ୍ଦ ଗିରିଙ୍କୁ ଗିରଫ କରିଥିଲା । ଆନନ୍ଦ ଗିରିଙ୍କ ବିରୋଧରେ ଅଭିଯୋଗ ଥିଲା ଯେ ତାଙ୍କୁ ଦୁଇଜଣ ମହିଳାଙ୍କୁ ପୂଜା ପାଇଁ ଡକାଇଥିଲେ ଓ ସେହି ସମୟରେ ସେମାନଙ୍କ ସହ ଅସଦାଚରଣ କରିଥିଲେ ।

fallback

ଏହି ମାମଲାରେ ସେ ଗିରଫ ପରେ ଜେଲରେ ରହିଥିଲେ । ପରେ ସେ ଆଇନଗତ ଭାବେ ବାହାରକୁ ଆସିଥିଲେ । ସେତେବେଳେ ଆନନ୍ଦ ଗିରି ଭାରତ ସମେତ ଅନେକ ଦେଶରେ ଆଧ୍ୟାତ୍ମିକ ଓ ଯୋଗ କ୍ଲାସ ନେଉଥିଲେ । ସେହି ସମୟରେ ଆନନ୍ଦ ଗିରି ମଧ୍ୟ ଯୋଗ ତନ୍ତ୍ରରେ ପିଏଚଡି କରୁଥିଲେ । ପରେ କୁମ୍ବ ମେଳା ସମୟରେ ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଭାବରେ ବହୁତ ସକ୍ରିୟ ଥିଲେ ।

fallback

ଗୁରୁ ନରେନ୍ଦ୍ର ଗିରିଙ୍କ ସହିତ ବିବାଦ 

ଯେଉଁମାନେ ଆନନ୍ଦ ଗିରିଙ୍କୁ ଅତି ନିକଟରୁ ଜାଣନ୍ତି ସେମାନେ କୁହନ୍ତି ଯେ ତାଙ୍କ ଓ ନରେନ୍ଦ୍ର ଗିରିଙ୍କ ମଧ୍ୟରେ ଅତ୍ୟନ୍ତ ନିବିଡ଼ ସମ୍ପର୍କ ରହିଛି । କିନ୍ତୁ ବାଗମ୍ବ୍ରି ମଠର ଜମିକୁ ନେଇ ବିବାଦ ପରେ ଗୁରୁ ଓ ଶିଷ୍ୟ ପରସ୍ପର ବିରୁଦ୍ଧରେ ଖୋଲାଖୋଲି ଅଭିଯୋଗ ଆଣିଥିଲେ ।

ଆନନ୍ଦ ଗିରି ମହନ୍ତ ନରେନ୍ଦ୍ର ଗିରିଙ୍କ ଉପରେ ମଠର ଜମିକୁ ବ୍ୟକ୍ତିଗତ ସ୍ତରରେ ବିକ୍ରି କରିଥିବା ଅଭିଯୋଗ ଆଣିଥିଲେ । ଏହି ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ଗୃହମନ୍ତ୍ରୀଙ୍କୁ ଏକ ଚିଠି ଲେଖି ତଦନ୍ତ ପାଇଁ ନିବେଦନ କରିଥିଲେ । କିନ୍ତୁ ଏହି ପ୍ରସଙ୍ଗରେ ନିରଂଜନ ଅଖାଡ଼ା ସମେତ ଅନ୍ୟ ସମସ୍ତ ସାଧକ ନରେନ୍ଦ୍ର ଗିରିଙ୍କୁ ସମର୍ଥନ କରିଥିଲେ । କୁହାଯାଏ ଯେ ଏହା ପରେ ତାଙ୍କୁ ବାଗମ୍ବ୍ରି ମଠ ଓ ନିରଂଜନ ଅଖାଡ଼ାରୁ ବହିଷ୍କାର କରାଯାଇଥିଲା । 

fallback

ନରେନ୍ଦ୍ର ଗିରିଙ୍କଠୁ ମାଗିଥିଲେ କ୍ଷମା

ତେବେ କିଛି ସମୟ ପରେ ଆନନ୍ଦ ଗିରି ନରେନ୍ଦ୍ର ଗିରିଙ୍କ ନିକଟରେ କ୍ଷମା ମାଗିଥିଲେ ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । କୁହାଯାଏ ଯେ ଏହା ପରେ ମଧ୍ୟ ନରେନ୍ଦ୍ର ଗିରି ଆନନ୍ଦ ଗିରିଙ୍କୁ ବାଗମ୍ବରୀ ମଠ ଓ ବଡ଼େ ହନୁମାନ ଜୀ ମନ୍ଦିରକୁ ଫେରିବାକୁ ଦେଇନଥିଲେ ।

ଅଧିକ ପଢ଼ନ୍ତୁ:-ପୁଣିଥରେ ବାପା ହେଲେ ଆକାଶ

ଅଧିକ ପଢ଼ନ୍ତୁ:-ମହନ୍ତ ନରେନ୍ଦ୍ର ଗିରିଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ସାମ୍ନାକୁ ଆସିଲା ମୃତ୍ୟୁର କାରଣ