Advertisement
Article Detail0/zeeodisha/odisha2765279
Zee OdishaOdisha National-InternationalYatri Doctor: ସ୍କାନରରେ ଯାତ୍ରୀ ଡକ୍ଟର, ଜ୍ୟୋତି ମାଲହୋତ୍ରା ଗୁପ୍ତଚର ମାମଲା ପରେ ସୋସିଆଲ ମିଡିଆରେ ଭାଇରାଲ

Yatri Doctor: ସ୍କାନରରେ 'ଯାତ୍ରୀ ଡକ୍ଟର', ଜ୍ୟୋତି ମାଲହୋତ୍ରା ଗୁପ୍ତଚର ମାମଲା ପରେ ସୋସିଆଲ ମିଡିଆରେ ଭାଇରାଲ

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ YouTuber ଜ୍ୟୋତି ମାଲହୋତ୍ରା ଗିରଫ ହେବା ପରେ, ଯାତ୍ରୀ ଡକ୍ଟରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାତ୍ରୀ ଡାକ୍ତର ନାମରେ ଅନଲାଇନରେ ପ୍ରସିଦ୍ଧ ଟ୍ରାଭେଲ୍ ୟୁଟ୍ୟୁବର ନବଙ୍କୁର ଚୌଧୁରୀ ଏବେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ ଗୁପ୍ତଚର କାର୍ଯ୍ୟରେ କୌଣସି ସମ୍ପୃକ୍ତିକୁ ଅସ୍ୱୀକାର କ

Yatri Doctor: ସ୍କାନରରେ 'ଯାତ୍ରୀ ଡକ୍ଟର', ଜ୍ୟୋତି ମାଲହୋତ୍ରା ଗୁପ୍ତଚର ମାମଲା ପରେ ସୋସିଆଲ ମିଡିଆରେ ଭାଇରାଲ

Yatri Doctor: ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ YouTuber ଜ୍ୟୋତି ମାଲହୋତ୍ରା ଗିରଫ ହେବା ପରେ, ଯାତ୍ରୀ ଡକ୍ଟରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାତ୍ରୀ ଡାକ୍ତର ନାମରେ ଅନଲାଇନରେ ପ୍ରସିଦ୍ଧ ଟ୍ରାଭେଲ୍ ୟୁଟ୍ୟୁବର ନବଙ୍କୁର ଚୌଧୁରୀ ଏବେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ ଗୁପ୍ତଚର କାର୍ଯ୍ୟରେ କୌଣସି ସମ୍ପୃକ୍ତିକୁ ଅସ୍ୱୀକାର କରିଥିଲେ। ଆସନ୍ତୁ ଜାଣିବା କିଏ ଏହି ଯାତ୍ରୀ ଡକ୍ଟର ବା ନବାଙ୍କୁର ଚୌଧୂରୀ ।

କିଏ ଏହି ନବାଙ୍କୁର ଚୌଧୂରୀ
ନବଙ୍କୁର ଚୌଧୁରୀ ଜଣେ ପଞ୍ଜିକୃତ MBBS ଡାକ୍ତର ଯିଏ ଏବେ ଜଣେ YouTuber ହୋଇସାରିଛନ୍ତି। ହରିୟାଣାର ରୋହତକର ବାସିନ୍ଦା ନବଙ୍କୁରଙ୍କ ଜନ୍ମ ୨ ମାର୍ଚ୍ଚ ୧୯୯୬ରେ ହୋଇଥିଲା। ୨୦୧୫ ମସିହାରେ ସେ ମାଡ୍ରାସ ମେଡିକାଲ କଲେଜରୁ ଡାକ୍ତରୀ ପାଠପଢ଼ିଥିଲେ। କିଛି ସମୟ ଡାକ୍ତର ଭାବରେ କାମ କରିବା ପରେ, ସେ ୨୦୧୭ ମସିହାରେ କ୍ୟାରିୟର ପରିବର୍ତ୍ତନ କଲେ ଏବଂ ଟ୍ରାଭେଲ କଣ୍ଟେଣ୍ଟ ଉପରେ କାମ କରିବା ଆରମ୍ଭ କଲେ।

'ଯାତ୍ରୀ ଡାକ୍ତର' ନାମରେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଚଳାଉଥିବା ନବଙ୍କୁର ଚୌଧୁରୀଙ୍କୁ ନେଇ ସୋସିଆଲ ମିଡିଆରେ ଏକ ଭିନ୍ନ ବିତର୍କ ଆରମ୍ଭ ହୋଇଛି। ପ୍ରକୃତରେ, ତାଙ୍କର ଏକ ଫଟୋ ହରିୟାଣାର YouTuber ଜ୍ୟୋତି ମାଲହୋତ୍ରାଙ୍କ ସହିତ ଭାଇରାଲ ହେଉଛି। ଆପଣ ଜାଣନ୍ତି ଯେ, ଜ୍ୟୋତିଙ୍କୁ ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ କରାଯାଇଛି। ଏପରି ପରିସ୍ଥିତିରେ, ଯାତ୍ରୀ ଡାକ୍ତର ଅର୍ଥାତ୍ ନବଙ୍କୁର ଚୌଧୁରୀଙ୍କୁ ମଧ୍ୟ ଟ୍ରୋଲ କରାଯାଉଛି। ତାଙ୍କ ଉପରେ ପାକିସ୍ତାନ ସହିତ ସମ୍ପର୍କ ରଖିବା ଏବଂ ISI ପାଇଁ ଗୁପ୍ତଚର କାର୍ଯ୍ୟ କରିବାର ଅଭିଯୋଗ ରହିଛି। 

Add Zee News as a Preferred Source

ପେଶାରେ ଜଣେ ଡାକ୍ତର ହୋଇଥିବା ନବାଙ୍କୁର ୨୦୧୭ ମସିହାରେ ନିଜର ଯାତ୍ରୀ ଡକ୍ଟର ନାଁରେ ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ସେ ୧୪୪ଟି ଦେଶ ବୁଲିସାରିଲେଣି। ତାଙ୍କର ସ୍ୱପ୍ନଯେ ବିଶ୍ୱର ସମସ୍ତ ୧୯୭ଟି ଦେଶ ବୁଲିବା। ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ସର୍ବାଧିକ ୧.୭୪ ମିଲିୟନ ସବସ୍କ୍ରାଇବର ରହିଛନ୍ତି। ଇନଷ୍ଟାଗ୍ରାମରେ ମଧ୍ୟ ୬.୫ ଲକ୍ଷ ଫଲୋୟର ରହିଛନ୍ତି। 

କିନ୍ତୁ ଏବେ ତାଙ୍କ ନାମ ମଧ୍ୟ ଏକ ବଡ଼ ବିବାଦରେ ପଡ଼ିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଫଟୋରେ, ସେ ପାକିସ୍ତାନ ହାଇ କମିଶନର ପାର୍ଟିରେ ଜ୍ୟୋତି ମାଲହୋତ୍ରାଙ୍କ ସହ ଦେଖାଯାଇଛନ୍ତି। ଏହି ଫଟୋ ଭାଇରାଲ ହେବା ପରେ ତାଙ୍କ ଉପରେ ମଧ୍ୟ ପାକିସ୍ତାନ ଏବଂ ISI ସହିତ ଜଡିତ ଥିବାର ଅଭିଯୋଗ ଆସିବା ଆରମ୍ଭ ହୋଇଛି। ନବଙ୍କୁର ସୋସିଆଲ ମିଡିଆ ମାଧ୍ୟମରେ ଏହି ସମସ୍ତ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି କି 'କୌଣସି ତଦନ୍ତକାରୀ ସଂସ୍ଥା ମୋ ସହିତ କିମ୍ବା ମୋ ପରିବାର ସହିତ ଯୋଗାଯୋଗ କରିନାହିଁ।' ଏହାର ଅର୍ଥ ହେଉଛି ଏସବୁ ସହିତ ମୋର କୌଣସି ସମ୍ପର୍କ ନାହିଁ। ଏହା ବ୍ୟତୀତ ନବଙ୍କୁର ଜ୍ୟୋତି ମାଲହୋତ୍ରାଙ୍କ ସହ ତାଙ୍କର ସାକ୍ଷାତ ବିଷୟରେ ମଧ୍ୟ ସ୍ପଷ୍ଟୀକରଣ ଦେଇଥିଲେ। ସେ କହିଥିଲେ ଯେ ଜ୍ୟୋତି ତାଙ୍କୁ ଜଣେ ପ୍ରଶଂସକ ଭାବରେ ଭେଟିଥିଲେ।

ଜ୍ୟୋତି ମାଲହୋତ୍ରା ଗୁପ୍ତଚର ମାମଲା: ବିବାଦରେ ଫସିଲେ ଆଉ ଜଣେ ୟୁଟ୍ୟୁବର
ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ YouTuber ଜ୍ୟୋତି ମାଲହୋତ୍ରା ଗିରଫ ହେବା ପରେ ଜଣକ ପରେ ଜଣେ ୟୁଟ୍ୟୁବର ବିବାଦରେ ଫସୁଛନ୍ତି। ଏହି କ୍ରମରେ ଯାତ୍ରୀ ଡକ୍ଟର ନାମରେ ୟୁଟ୍ୟୁବ ଚଳାଉଥିବା ଚ୍ୟାନେଲର ମାଲିକ ୟୁଟ୍ୟୁବର ନବଙ୍କୁରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଜ୍ୟୋତିଙ୍କ ସହିତ ନବଙ୍କୁର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ବିବାଦ ଏବେ ମୁଣ୍ଡ ଟେକିଛି। ଯାତ୍ରୀ ଡାକ୍ତର ନାମରେ ଅନଲାଇନରେ ପ୍ରସିଦ୍ଧ ଟ୍ରାଭେଲ୍ ୟୁଟ୍ୟୁବର ନବଙ୍କୁର ଚୌଧୁରୀ ଏବେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ ଗୁପ୍ତଚର କାର୍ଯ୍ୟରେ କୌଣସି ସମ୍ପୃକ୍ତିକୁ ଅସ୍ୱୀକାର କରିଥିଲେ। ଆସନ୍ତୁ ଜାଣିବା କିଏ ଏହି ଯାତ୍ରୀ ଡକ୍ଟର ବା ନବାଙ୍କୁର ଚୌଧୂରୀ ।

About the Author