Advertisement
Article Detail0/zeeodisha/odisha769352
Zee OdishaOdisha National-Internationalକୋରୋନା ମୁକାବିଲା ପାଇଁ ଭାରତର ଏହି ପ୍ରସ୍ତାବକୁ ସମର୍ଥନ କଲା WHO

କୋରୋନା ମୁକାବିଲା ପାଇଁ ଭାରତର ଏହି ପ୍ରସ୍ତାବକୁ ସମର୍ଥନ କଲା WHO

WHO ମୁଖ୍ୟ କହିଛନ୍ତି, ମହାମାରୀର ଅନ୍ତ ସହଯୋଗରୁ ଆରମ୍ଭ ହୋଇଥାଏ । WHO ମେ ମାସରେ କୋଭିଡ-19 ଟେକ୍ନୋଲୋଜି ଆକ୍ସେସ୍ ପୁଲ୍ (CTAP) ଲଞ୍ଚ କରିଥିଲା । ଯେଉଁଥିରେ ଦେଶମାନଙ୍କୁ କୋରୋନା ଭୂତାଣୁ ମୁକାବିଲା ପାଇଁ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟ ଉତ୍ପାଦ ଉପରେ ତଥ୍ୟ, ସୂଚନା ଏବଂ ବୌଦ୍ଧିକ ସମ୍ପତ୍ତି ବାଣ୍ଟିବାକୁ ଆମନ୍ତ୍ରଣ କରିଥିଲା ।

କୋରୋନା ମୁକାବିଲା ପାଇଁ ଭାରତର ଏହି ପ୍ରସ୍ତାବକୁ ସମର୍ଥନ କଲା WHO

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ଭୂତାଣୁ ଭ୍ୟାକ୍ସିନ ବା ଟୀକା (Coronavirus Vaccine) ପ୍ରସ୍ତୁତିରେ ଲାଗିଛନ୍ତି ବୈଜ୍ଞାନିକମାନେ । ଏହା ଶୀଘ୍ର ଲୋକଙ୍କ ନିକଟରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । ଏହି ଟୀକାକୁ ନେଇ ଭାରତର ଏକ ପ୍ରସ୍ତାବକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସମର୍ଥନ କରିଛି । ଭାରତ ଓ ଦକ୍ଷିଣ ଆଫ୍ରିକା ମିଳିତ ଭାବେ ବିଶ୍ୱ ବାଣିଜ୍ୟ ସଂଗଠନ (World Trade Organization) କୁ  ପ୍ରସ୍ତାବ ଦେଇଛନ୍ତି ଯେ ବିଶ୍ୱର ପ୍ରତ୍ୟେକ ଦେଶକୁ କୋରୋନା ଭୂତାଣୁ ଟୀକା ମିଳୁ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବର୍ତ୍ତମାନ ଭାରତ (India) ଏବଂ ଦକ୍ଷିଣ ଆଫ୍ରିକା (South Africa) ର ଏହି ପ୍ରସ୍ତାବକୁ ସମର୍ଥନ କରିଛି । WHO ମୁଖ୍ୟ ଟେଡ୍ରୋସ୍ ଆଡନୋମ୍ ଗାବ୍ରିଏସ୍ ଏକ ଟ୍ୱିଟ୍ ଜରିଆରେ କହିଛନ୍ତି, WHO କୋରୋନା ଟୀକାକୁ ନେଇ ଅନ୍ତରାଷ୍ଟ୍ରୀୟ ନିୟମରେ ରିହାତିର ଦାବି, ଚିକିତ୍ସା ଓ ଟେଷ୍ଟ ଉପକରଣକୁ ଆବଶ୍ୟକତା କରୁଥିବା ଦେଶକୁ ଶସ୍ତା ମୂଲ୍ୟରେ ଉପଲବ୍ଧ କରାଇବା ପାଇଁ WTO କୁ  ଦକ୍ଷିଣ ଆଫ୍ରିକା ଓ ଭାରତରୁ ପ୍ରସ୍ତାବକୁ ସ୍ୱାଗତ କରୁଛି ।   

WHO ମୁଖ୍ୟ କହିଛନ୍ତି, ମହାମାରୀର ଅନ୍ତ ସହଯୋଗରୁ ଆରମ୍ଭ ହୋଇଥାଏ । WHO ମେ ମାସରେ କୋଭିଡ-19 ଟେକ୍ନୋଲୋଜି ଆକ୍ସେସ୍ ପୁଲ୍ (CTAP) ଲଞ୍ଚ କରିଥିଲା । ଯେଉଁଥିରେ ଦେଶମାନଙ୍କୁ କୋରୋନା ଭୂତାଣୁ ମୁକାବିଲା ପାଇଁ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟ ଉତ୍ପାଦ ଉପରେ ତଥ୍ୟ, ସୂଚନା ଏବଂ ବୌଦ୍ଧିକ ସମ୍ପତ୍ତି ବାଣ୍ଟିବାକୁ ଆମନ୍ତ୍ରଣ କରିଥିଲା ।

Add Zee News as a Preferred Source

ଅକ୍ଟୋବର ୨ରେ ଭାରତ ଓ ଦକ୍ଷିଣ ଆଫ୍ରିକା WTO ପରିଷଦକୁ ଏକ ପ୍ରସ୍ତାବ ପଠାଇଥିଲା । ଯେଉଁଥିରେ ଏହାର ସଦସ୍ୟ ଦେଶଗୁଡ଼ିକରୁ ପେଟେଣ୍ଟ, ଶିଳ୍ପ ଡିଜାଇନ, କପିରାଇଟ୍ ପରି ବୌଦ୍ଧିକ ପ୍ରୋପର୍ଟି ନିୟମରେ ରିହାତି ଦେବା ଓ ସଠିକ ମୂଲ୍ୟରେ ଔଷଧ ଓ ଭ୍ୟାକ୍ସିନ ଉପଲବ୍ଧ କରାଇବା, କୋଭିଡ-19 ପାଇଁ ଆବଶ୍ୟକୀୟ ଗବେଷଣା, ବିକାଶ ଏବଂ ଚିକିତ୍ସା ଉତ୍ପାଦ ଯୋଗାଇବାକୁ ଅନୁରୋଧ କରାଯାଇଛି ।

ଆମେରିକା, ୟୁରୋପୀୟ ୟୁନିଅନ୍, କାନାଡା, ଜାପାନ, ବ୍ରିଟେନ, ଅଷ୍ଟ୍ରେଲିଆ ଏବଂ ସ୍ୱିଜରଲ୍ୟାଣ୍ଡ ଭଳି ବିକଶିତ ଦେଶ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଅନ୍ୟପକ୍ଷେ ଆଫ୍ରିକୀୟ ଗୋଷ୍ଠୀ ଦେଶ, ବାଂଲାଦେଶ, ଶ୍ରୀଲଙ୍କା, ପାକିସ୍ଥାନ, ନେପାଳ, ବିକାଶଶୀଳ ଦେଶମାନେ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ଏଥି ସହିତ ଚୀନ୍, ତୁର୍କୀ, ଫିଲିପାଇନ୍ସ ଏବଂ କଲମ୍ବିଆ ଭଳି ଦେଶ ଏହି ପ୍ରସ୍ତାବ ଉପରେ ଅଧିକ ସୂଚନା ମାଗିଛନ୍ତି ।

ଅଧିକ ପଢ଼ନ୍ତୁ:-ଏନଡିଏର ବଢ଼ିଲା ଚିନ୍ତା, ନୀତିଶ କୁମାରଙ୍କ ଦୁଇ ରାଜନୈତିକ 'ଶତ୍ରୁ' 

ପରିଷଦରେ ଆଲୋଚନା ବେଳେ ବିଶ୍ୱ ବାଣିଜ୍ୟ ସଂଗଠନରେ ଭାରତର ରାଷ୍ଟ୍ରଦୂତ ବ୍ରିଜେନ୍ଦ୍ର ନବନୀତ କହିଛନ୍ତି, ଏହି ବିଶ୍ୱ ମହାମାରୀରେ ଯେଉଁଠାରେ ପ୍ରତ୍ୟେକ ଦେଶ ପ୍ରଭାବିତ ହୋଇଛି, ଆମକୁ ଏକ ବିଶ୍ୱସ୍ତରୀୟ ସମାଧାନର ଆବଶ୍ୟକତା ରହିଛି । ଆମର ପ୍ରସ୍ତାବ ଏକ ପ୍ରଭାବଶାଳୀ ବିଶ୍ୱସ୍ତରୀୟ ସମାଧାନର ପ୍ରତିନିଧିତ୍ୱ କରେ ଯାହା covid-19 ପାଇଁ ସମସ୍ତ ଜରୁରୀ ସ୍ୱାସ୍ଥ୍ୟସେବା ଉତ୍ପାଦ ଏବଂ ପ୍ରଯୁକ୍ତିବିଦ୍ୟାର ବିକାଶ, ଉତ୍ପାଦନ ଏବଂ ଯୋଗାଣରେ ନିରବଚ୍ଛିନ୍ନ ସହଯୋଗକୁ ଅନୁମତି ଦେଇଥାଏ ।

ଅଧିକ ପଢ଼ନ୍ତୁ:-ସର୍ବ ପ୍ରଥମେ ଏହି ୩୦ କୋଟି ଭାରତୀୟଙ୍କୁ ଦିଆଯିବ କୋରୋନା ଟୀକା, ଏନେଇ ତାଲିକା ପ୍ରସ୍ତୁତ କରୁଛନ୍ତି ସରକାର

ଆକ୍ସଫାମ, ମେଡେକ୍ସ ସେନ୍ସ ଫ୍ରଣ୍ଟିଅର୍ (MSF) ଆକ୍ସେସ୍ ଅଭିଯାନ ଏମ୍ଏସ୍ଏଫ୍, ପିପୁଲ୍ସ ଭ୍ୟାକ୍ସିନ୍ ଆଲାଇନ୍ସ ସହିତ ୩୭୯ ନାଗରିକ ସମାଜ ସଂଗଠନ WHO ର ସଦସ୍ୟଙ୍କୁ ପତ୍ର ଲେଖିଛନ୍ତି, ଯେଉଁଥିରେ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ପ୍ରସ୍ତାବକୁ ସ୍ୱାଗତ କରାଯାଇଛି । ଚିଠିରେ covid-19 ପରୀକ୍ଷା ଏବଂ ଚିକିତ୍ସା ସାମଗ୍ରୀର ଯୋଗାଣ ଏବଂ ଚାହିଦା ମଧ୍ୟରେ ଥିବା ଗ୍ୟାପ୍ ପୂରଣ ବିଷୟରେ କୁହାଯାଇଛି ।

About the Author