Advertisement
Article Detail0/zeeodisha/odisha771922
Zee OdishaOdisha National-Internationalକୋରୋନାକୁ ନେଇ ଚେତାବନୀ ଜାରି କଲା WHO, କହିଲା ସଚେତନ ନ ରହିଲେ...

କୋରୋନାକୁ ନେଇ ଚେତାବନୀ ଜାରି କଲା WHO, କହିଲା ସଚେତନ ନ ରହିଲେ...

କୋରୋନାକୁ ନେଇ ପୁଣି ଥରେ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO। 

କୋରୋନାକୁ ନେଇ ଚେତାବନୀ ଜାରି କଲା WHO, କହିଲା ସଚେତନ ନ ରହିଲେ...

ନୂଆଦିଲ୍ଲୀ: କୋରୋନାକୁ ନେଇ ପୁଣି ଥରେ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO। WHOର ମହାନିର୍ଦ୍ଦେଶକ ଟେଡ୍ରୋସ ଆଦନାନ କୋରୋନାକୁ ନେଇ ଚେତାବନୀ ଜାରି କରିଛନ୍ତି। ସାବଧାନ ନ ରହିଲେ ଏହା ଆହୁରି ସାଂଘାତିକ ପରିସ୍ଥିତି ସୃଷ୍ଟି କରିବ ବୋଲି ଟେଡ୍ରୋସ ସୂଚନା ଦେଇଛନ୍ତି। 

ଟେଡ୍ରୋସ କହିଛନ୍ତି କି, ଆମେମାନେ ବର୍ତ୍ତମାନ ଏହି ମହାମାରୀ ସମୟରେ ଏକ ସଂକଟମୟ ପରିସ୍ଥିତି ଦେଇ ଗତି କରୁଛେ। ପୃଥିବୀର ଉତ୍ତର ଭାଗରେ ସ୍ଥିତି ଅତ୍ୟନ୍ତ ଖରାପ ରହିଛି। ଆଗକୁ ସମୟ ଆହୁରି ଖରାପ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଆଗାମୀ କିଛି ଦିନ ପରିସ୍ଥିତି ଆହୁରି ଖରାପ ହେବ ବୋଲି ଟେଡ୍ରୋସ କହିଛନ୍ତି। 

ସେ କହିଛନ୍ତି କି, ଅକାଳରେ ମୃତ୍ୟୁ, ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବାର ପତନ ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକର ପୁନର୍ବାର ବନ୍ଦକୁ ରୋକିବା ପାଇଁ ଆମେ ତୁରନ୍ତ ପଦକ୍ଷେପ ନେବାକୁ ନେତାମାନଙ୍କୁ ଅନୁରୋଧ କରୁଛୁ। WHO ଅନୁଯାୟୀ, ଶୁକ୍ରବାର ସୁଦ୍ଧା କୋଭିଡ -୧୯ର ବିଶ୍ୱରେ ମୃତ୍ୟୁ ସଂଖ୍ୟା ୧୧।୩୪ ଲକ୍ଷରେ ପହଞ୍ଚିଥିବା ବେଳେ ସଂକ୍ରମଣ ମାମଲା ୪।୧୫କୋଟି ଅତିକ୍ରମ କରିଛି। ଅନେକ ଦେଶରେ ବିଶ୍ୱ ମହାମାରୀର ଦ୍ୱିତୀୟ ତରଙ୍ଗର ଲକ୍ଷଣ ଦେଖାଯିବା ଆରମ୍ଭ କରିଛି ।

Add Zee News as a Preferred Source

 

 

About the Author