• ପଞ୍ଚାୟତ ସ୍ତରରେ TMC ଓ ସଙ୍ଗରୋଧ କେନ୍ଦ୍ର ଖୋଲିବାକୁ ସାଂସଦ ବସନ୍ତ ପଣ୍ଡାଙ୍କ ଦାବି
  • ନାରଦା ସ୍କାମରେ ମମତା ବାନାର୍ଜୀଙ୍କ କ୍ୟାବିନେଟ ମନ୍ତ୍ରୀ ଓ ବିଧାୟକ ଗିରଫ
  • DRDO ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ ୨-ଡିଜି ଔଷଧ ଲଞ୍ଚ
  • କୋରୋନାରେ ବିଶିଷ୍ଟ ସଂଗୀତ ନିର୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ
  • ରାଜ୍ୟରେ କୋଭିଡ ମୁକାବିଲା ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ
  • ଦେଶରେ ଦିନକରେ ୨,୮୧,୩୮୬ ନୂଆ କୋରୋନା ଆକ୍ରାନ୍ତ , ୪,୧୦୬ ମୃତ
  • ରାଜ୍ୟରେ ୨୪ ଘଣ୍ଟାରେ ୧୦୭୫୭ ପଜିଟିଭ୍ ଚିହ୍ନଟ
  • ଗତ ୨୪ ଘଣ୍ଟାରେ ଆଉ ୨୨ ଜୀଵନ ନେଲା କରୋନା
  • ଭକ୍ତଙ୍କ ପାଇଁ ଜୁନ୍ ୧୫ ଯାଏଁ ଶ୍ରୀମନ୍ଦିରରେ ପ୍ରଭୁଦର୍ଶନ ମନା
  • କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଅବଧି ବଢିଲା

କୋରୋନା ଭୂତାଣୁକୁ ନେଇ ଆଉ ଏକ କଡ଼ା ଚେତାବନୀ ଜାରି କଲା WHO

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ୟୁରୋପରେ ଖ୍ରୀଷ୍ଟମାସ ଅବସରରେ ପରିବାର ସମାବେଶରେ ଯୋଗଦେଉଥିବା ସମସ୍ତଙ୍କୁ ମାସ୍କ (Mask) ପିନ୍ଧିବାକୁ ଅନୁରୋଧ କରିଛନ୍ତି ।

କୋରୋନା ଭୂତାଣୁକୁ ନେଇ ଆଉ ଏକ କଡ଼ା ଚେତାବନୀ ଜାରି କଲା WHO

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ଭୂତାଣୁ (Coronavirus) ର ତାଣ୍ଡବ ଜାରି ରହିଛି । ଆତଙ୍କ ମଧ୍ୟରେ ବିଶ୍ୱବାସୀ ଜୀବନ ବିତାଉଛନ୍ତି । ବର୍ତ୍ତମାନ ସାରା ବିଶ୍ୱରେ କୋରୋନା ଟିକା (Corona Vaccine) କୁ ଅପେକ୍ଷା କରାଯାଇଛି । ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଚେତାବନୀ ଦେଇଛି ଯେ ୨୦୨୧ ଆରମ୍ଭରେ କୋରୋନା ଭୂତାଣୁ (COVID-19) ପୁନର୍ବାର ୟୁରୋପ (Europe) ରେ ତାଣ୍ଡବ ଆରମ୍ଭ କରିପାରେ ।

ଅଧିକ ପଢ଼ନ୍ତୁ:-ନୂଆ ବର୍ଷରେ କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଉପହାର ଦେବେ ମୋଦି ସରକାର, ବଢ଼ିବ ଦରମା!

ଏହା ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ୟୁରୋପରେ ଖ୍ରୀଷ୍ଟମାସ ଅବସରରେ ପରିବାର ସମାବେଶରେ ଯୋଗଦେଉଥିବା ସମସ୍ତଙ୍କୁ ମାସ୍କ (Mask) ପିନ୍ଧିବାକୁ ଅନୁରୋଧ କରିଛନ୍ତି । କୋରୋନାର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲ ରବିବାର ସମଗ୍ର ଦେଶରେ ଲକଡାଉନ୍ କରିଦେଇଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସେ କହିଛନ୍ତି ଯେ ଡିସେମ୍ବର ୧୫ରୁ ଆସନ୍ତା ବର୍ଷ ଜାନୁଆରୀ ୧୦ ପର୍ଯ୍ୟନ୍ତ ଜାରି ରହିବ । ଲକଡାଉନ୍ ସମୟରେ ଅଧିକାଂଶ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ବିଶ୍ୱାସ କରାଯାଉଛି ଯେ ଖ୍ରୀଷ୍ଟମାସ ଅବସରରେ ଡିସେମ୍ବର ୨୪ରୁ ୨୬ ମଧ୍ୟରେ ଜର୍ମାନୀର କେତେକ ରାଜ୍ୟ ଲକଡାଉନରେ କିଛି ରିହାତି ମିଳିପାରେ । ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଦେଶରେ କୋଭିଡ-19 ମାମଲା ପୁଣି ବଢୁଛି ।

ଅଧିକ ପଢ଼ନ୍ତୁ:-ଏସବୁ ରୋଗ ପାଇଁ ରାମବାଣ ହୋଇଥାଏ ଅଁଳା, ଏମିତି କରନ୍ତୁ ବ୍ୟବହାର

ଭୂତାଣୁର ମାମଲା ବୃଦ୍ଧି ଘଟୁଥିବା ଦୃଷ୍ଟିରେ ରଖି ନଭେମ୍ବରରେ ବ୍ରିଟେନରେ ଏହି ଲକଡାଉନ୍ ଲାଗୁ କରାଯାଇଥିଲା । ତଥାପି, ଏହାର ଉପକାରିତା ମଧ୍ୟ ଦେଖାଯାଇଛି ଏବଂ ଭାଇରସର ମାମଲାରେ ହ୍ରାସ ଦେଖିବାକୁ ମିଳିଥିଲା ​। ଲଣ୍ଡନ କ୍ୟାଣ୍ଟ ଏବଂ ଏସେକ୍ସରେ ଅବସ୍ଥା ଅଧିକ ଖରାପ ହୋଇଛି । ଏଠାରେ ସବୁଠାରୁ ବିପଜ୍ଜନକ ବିଷୟ ହେଉଛି ଯେ ଏଠାରେ ସର୍ବାଧିକ ସଂକ୍ରମିତ ସଂଖ୍ୟା ୧୧ରୁ ୧୮ ବର୍ଷ ବୟସର କିଶୋର ।